Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
'ଇରୁମୁଡ଼ି' ରଚିଲା ଇତିହାସ, ଏଭଳି କରିବାରେ ହେଲା ବର୍ଷର ପ୍ରଥମ ତେଲୁଗୁ ଫିଲ୍ମ

'ଇରୁମୁଡ଼ି' ରଚିଲା ଇତିହାସ, ଏଭଳି କରିବାରେ ହେଲା ବର୍ଷର ପ୍ରଥମ ତେଲୁଗୁ ଫିଲ୍ମ

ମୁମ୍ବାଇ,୧/୯ : ରବି ତେଜାଙ୍କ 'ଇରୁମୁଡ଼ି' ବକ୍ସ ଅଫିସରେ ଧୁମ୍ ମଚାଉଛି । ରକିଂ ଷ୍ଟାର ୟଶଙ୍କ ଟକ୍ସିକ ସହ କଡ଼ା ମୁକାବିଲା ଦେଉଛି । 'ଇରୁମୁଡ଼ି' ଦର୍ଶକଙ୍କୁ ଫିଲ୍ମ ହଲ୍ ଯାଏ ଟାଣିବାକୁ ସଫଳ ହୋଇଛି । ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କା କଲେକ୍ସନ କରୁଛି । ଏହାସହ ଫିଲ୍ମ ବକ୍ସ ଅଫିସରେ ଦ୍ବିତୀୟ ସପ୍ତାହରେ ବି ବହୁ ମଜବୁତ ରହିଛି ।

ଦ୍ବିତୀୟ ସୋମବାର ବି ଏହା ଭଲ କଲେକ୍ସନ କରିଛି । ଏହି ସବୁ ଭିତରେ ଏହା ଏକ ବଡ଼ ଉପଲବ୍ଧି ନିଜ ନାଁରେ କରି ନେଇଛି ।

'ଇରୁମୁଡ଼ି' ତେଲୁଗୁର ଫ୍ୟାମିଲି ଏଣ୍ଟରଟେନ ଫିଲ୍ମ ଅଟେ । ଏହା ଦ୍ବିତୀୟ ସୋମବାର ତଥା ୧୧ଦିନରେ ୬.୬କୋଟି ଟଙ୍କା କଲେକ୍ସନ କରିଛି । ମାତ୍ର ଏହା ନିଜର ରିଲିଜ ପରେ ପ୍ରଥମ ଥର ଦ୍ବିତୀୟ ସୋମବାର ସିଙ୍ଗଲ୍ ଡିଜିଟ କଲେକ୍ସନ କରିଛି । ତା'ପରେ ବି ବକ୍ସ ଅଫିସରେ ନିଜ ମଜବୁତ ରଖିଛି । ଏହି ସବୁ ମଧ୍ୟରେ 'ଇରୁମୁଡ଼ି' ଇଣ୍ଡିଆନ ବକ୍ସ ଅଫିସରେ ରିଲିଜର ୧୧ ଦିନ ପ୍ରାୟ ୧୩୬.୧୫କୋଟି ଟଙ୍କା ନେଟ କଲେକ୍ସନ କରି ନେଇଛି । ଯାହା ଏହାର ଗ୍ରସ କଲେକ୍ସନ ୧୬୦.୬୬କୋଟି ଟଙ୍କା ଅଟେ । ଫିଲ୍ମର ରେଶକୁ ନେଇ ଦେଖାଯାଉଛି କି ଏଥିରେ ଏବେ ବି ବହୁ ଦମ୍ ରହିଛି ଏବଂ ଏହା ୨୦୦କୋଟି ଟଙ୍କାର(ନେଟ) ସଂଖ୍ୟା ଚୁଇଁପାରେ ।

'ଇରୁମୁଡ଼ି'କୁ ୩୫କୋଟି ବଜେଟରେ ନିର୍ମାଣ କରାଯାଇଛି । ଏହି ଫିଲ୍ମ ରିଲିଜର ୧୧ଦିନରେ ୧୩୬.୧୫କୋଟି ନେଟ କଲେକ୍ସନ କରିଛି । ଏହା ସମ୍ପୂର୍ଣ୍ଣ ଖର୍ଚ୍ଚ ଉଠାଇବା ସହ ୧୦୧.୧୫କୋଟିର ରିଟର୍ଣ୍ଣ ହାସଲ କରିନେଇଛି । ଯାହା ୨୮୯ ପ୍ରତିଶତ ରିଟର୍ଣ୍ଣ ରହିଛି । ନିଜ ବଜେଟରୁ ପ୍ରାୟ ତିନି ଗୁଣା ରୋଜଗାର କରି ଏହି ଫିଲ୍ମ 'ସୁପର-ଡୁପର ହିଟ୍'ର ମାନ୍ୟତା ପାଇଛି । ଏହାସହ ୨୦୨୬ର ପ୍ରଥମ ତେଲୁଗୁ ଫିଲ୍ମ ହୋଇଯାଇଛି ଯିଏ ୧୦୦କୋଟିରୁ ଅଧିକର ପ୍ରଫିଟ କଲେକ୍ସନ କରିଛି । ଏହା ଦେଖିବାକୁ ବାକି ରହିଲା କି ରବି ତେଜାଙ୍କ ଏହି ଫିଲ୍ମ ଆହୁରି କେତେ କଲେକ୍ସନ କରୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia