Dailyhunt
ଇସ୍ରାଏଲରେ ମିଳିଲା ୨,୧୦୦ ବର୍ଷ ପୁରୁଣା ଗୁଳି, ଖୋଦେଇ ହୋଇଛି କଡ଼ା ବାର୍ତ୍ତା

ଇସ୍ରାଏଲରେ ମିଳିଲା ୨,୧୦୦ ବର୍ଷ ପୁରୁଣା ଗୁଳି, ଖୋଦେଇ ହୋଇଛି କଡ଼ା ବାର୍ତ୍ତା

ନୂଆଦିଲ୍ଲୀ ୦୮/୦୪: ଇସ୍ରାଏଲରେ ୨,୧୦୦ ବର୍ଷ ପୁରୁଣା ଏକ ଗୁଳି ମିଳିଛି । ଏଥିରେ ଶତ୍ରୁ ସେନାକୁ ଟାର୍ଗେଟ୍ କରି ଏକ କଡ଼ା ବାର୍ତ୍ତା ଖୋଦେଇ ହୋଇଛି । ହିପ୍ପୋସ୍‌ରେ ଏକ ପ୍ରାଚୀନ ସଡ଼କ ପାର୍ଶ୍ୱରେ ସ୍ଥିତ କବରସ୍ଥଳୀରେ ବୈଜ୍ଞାନିକମାନେ ଏହି ଗୁଳି ପାଇଛନ୍ତି । ହେଲେନିଷ୍ଟିକ୍ କାଳ, ଅର୍ଥାତ୍ ଖ୍ରୀ:ପୂ ୩୨୩ରୁ ହାରାହାରି ଖ୍ରୀ:ପୂ ୩୧ ପର୍ଯ୍ୟନ୍ତ ଚାଲିଥିଲା ।

ଏହି ସହର ସୁସିତା ନାମରେ ପରିଚିତ ଥିଲା ।

ରିପୋର୍ଟ ଅନୁସାରେ, ପ୍ରତ୍ନତତ୍ତ୍ୱବିତ୍ମାନେ ଏହି ଗୁଳିକୁ ଖ୍ରୀ:ପୂ ୨ୟ ଶତାବ୍ଦୀର କହିଛନ୍ତି । ଏଥିରେ ଗ୍ରୀକ୍ ଭାଷାରେ 'ଶିଖ' ଖୋଦେଇ ହୋଇଥିଲା । ପ୍ରାଚୀନ, ଅଣ୍ଡାକାର ସୀସାର ଏହି ଗୁଳିରେ ୟୁନାନୀ ଲିପିର ଅସ୍ପଷ୍ଟ ଚିହ୍ନ ଦେଖାଯାଉଛି । ହାଇଫା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ମାଇକେଲ ଆଇଜେନବର୍ଗ କହିଛନ୍ତି, ଏହି ଶବ୍ଦ ଏକ ବ୍ୟଙ୍ଗ କିମ୍ବା କଡ଼ା ଚାଲେଞ୍ଜ ।

ତାଙ୍କ ଅନୁସାରେ, ହିପ୍ପୋସରେ ଅଦ୍ୟାବଧି ଏ ପ୍ରକାର ୬୯ ପ୍ରୋଜେକ୍ଟାଇଲ ଚିହ୍ନଟ କରାଯାଇଛି । କିନ୍ତୁ 'ଶିଖ' ଶବ୍ଦ ଖୋଦେଇ ହୋଇଥିବା ଏହା ବିଶ୍ୱର ପ୍ରଥମ ଗୁଳି । ଏଥିରେ ଶତ୍ରୁକୁ ଶିକ୍ଷା ଦେବାକୁ ଚେଷ୍ଟା କରାଯାଇଥିଲା । ଗୁଳି ପ୍ରାୟ ୩.୨ ସେମି ଲମ୍ବା ଓ ୧.୯୫ ସେମି ଚଉଡ଼ା । ଓଜନ ୩୮ ଗ୍ରାମ୍ । ସମୟର ପ୍ରଭାବରେ ଏହାର କ୍ଷତିର ସଙ୍କେତ ଦେଖିବା ପରେ ଏହାର ଓଜନ ୪୫ ଗ୍ରାମ୍ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି । ସହରକୁ କବ୍‌ଜା କରିବାକୁ ଆଗକୁ ବଢୁଥିବା ଶତ୍ରୁ ଉପରକୁ ବୋଧହୁଏ ଏହି ଗୁଳି ନିକ୍ଷେପ କରାଯାଇଥିଲା ।

ଆହୁରି ପଢ଼ନ୍ତୁ...ରିପୋର୍ଟରେ ଦାବି : ଦେଶ ଚଳାଇବାରେ ଅସମର୍ଥ ଇରାନ ସୁପ୍ରିମ ଲିଡର, ଏବେବି ବେହୋସ ଅବସ୍ଥାରେ ମୋଜତବା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia