Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜନସେବା କେନ୍ଦ୍ର ମାଲିକଙ୍କ ଦ୍ବାରା ବଡ଼ ଜାଲିଆତି; ମୃତ ଶ୍ରମିକଙ୍କ ଟଙ୍କା ହଡ଼ପ କରି ଚମ୍ପଟ

ଜନସେବା କେନ୍ଦ୍ର ମାଲିକଙ୍କ ଦ୍ବାରା ବଡ଼ ଜାଲିଆତି; ମୃତ ଶ୍ରମିକଙ୍କ ଟଙ୍କା ହଡ଼ପ କରି ଚମ୍ପଟ

ବାଲେଶ୍ଵର ୦୨/୦୭: ମୃତ ଶ୍ରମିକଙ୍କ ଟଙ୍କା ହଡପ। ମୃତ ବ୍ୟକ୍ତିଙ୍କ ୨ ଲକ୍ଷ ବୀମା ଟଙ୍କା ଉଠାଇ ନେଇ ଜନସେବା କେନ୍ଦ୍ର ମାଲିକ ଚମ୍ପଟ। ୩ ଲକ୍ଷରୁ ୨ଲକ୍ଷ ବ୍ୟାଙ୍କରୁ ଉଠାଇ ଛୁ। ଫାଣ୍ଡିରେ ଲିଖିତ ଅଭିଯୋଗ।

ସୂଚନା ଅନୁସାରେ, ବାଲେଶ୍ଵର ଭୋଗରାଇ ବ୍ଲକ କୁକୁଡିଆ ଗାଁର ସଞ୍ଜୟ କୁମାର ମଣ୍ଡଳ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

୨୦୨୫ ମାର୍ଚ୍ଚ ୧୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଅର୍ଥକୁ ଆତ୍ମସାତ କରିବାର ମସୁଧା କରିଥିଲେ କୁକୁଡିଆ ଗାଁ ଛକରେ ଜନସେବା କେନ୍ଦ୍ର ଖୋଲଥିବା ଜନ୍ମେଜୟ ପଣ୍ଡା। ବୀମା ଟଙ୍କା ଆଣିଦେବେ କହି ତାଙ୍କ ଘରେ ପହଂଚିଲେ। ମୃତ ସଞ୍ଜୟଙ୍କ ସ୍ତ୍ରୀ କନକଲତା ତାଙ୍କୁ ବିଶ୍ବାସ କରି ସମସ୍ତ କାଗଜପତ୍ର ଦେଇଥିଲେ। ବ୍ୟାଙ୍କ ଖାତାକୁ ଟଙ୍କାଆସିବ କହି ଚନ୍ଦନେଶ୍ଵର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଏକ ଜମା ଖାତା ଓ ଚେକ ବୁକ ଆବେଦନ କଲେ । ବ୍ୟାଙ୍କରୁ ମିଳିଥିବା ଜମାଖାତା ଓ ଚେକ ବୁକ ଜନ୍ମେଜୟ ନିଜ ପାଖରେ ରଖିଥିଲେ ।

ଆହୁରି ପଢ଼ନ୍ତୁ...ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଭୋଗ ଲାଗୁଛି ଅନ୍ନପ୍ରସାଦ, ଥରେ ଅନ୍ନ ଭୋଗ ବନ୍ଦ ହେଲେ ୧୨ ବର୍ଷ ମନା

ଗତ ମେ ୨ତାରିଖରେ କନକଲତାଙ୍କ ଜମା ଖାତାକୁ ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ଆସିଥିବା ବେଳେ ଜନ୍ମେଜୟ ଚେକ ବୁକରେ ଜାଲ ଦସ୍ତଖତ କରି ୨ଲକ୍ଷ ଟଙ୍କା ଉଠାଇ ନେଇଥିଲେ । କିଛି ଦିନ ପୂର୍ବରୁ କନକଲତା ବ୍ୟାଙ୍କ ଯାଇ ଖାତା ଯାଞ୍ଚ କରିବା ପରେ ୨ଲକ୍ଷ ହଡପ ହୋଇ ଥିବା ଜାଣିପାରି ଜନ୍ମେଜୟଙ୍କ ପାଖରୁ ବ୍ୟାଙ୍କ ଜମାଖାତା ଓ ଚେକ ବୁକ ନେଇ ଚନ୍ଦନେଶ୍ଵର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia