Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Japan killed Bears: କାହିଁକି ୧୪ ହଜାର ଭାଲୁଙ୍କୁ ମାରିଲାଣି ଜାପାନ, ହତ୍ୟା କ'ଣ  ସମସ୍ୟାର ସମାଧାନ କି ?

Japan killed Bears: କାହିଁକି ୧୪ ହଜାର ଭାଲୁଙ୍କୁ ମାରିଲାଣି ଜାପାନ, ହତ୍ୟା କ'ଣ ସମସ୍ୟାର ସମାଧାନ କି ?

ନୂଆଦିଲ୍ଲୀ,୨୮/୦୮: ଜାପାନର ସୁନ୍ଦର ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ଏବେ ମଣିଷ ଓ ଭାଲୁ ମଧ୍ୟରେ ଟକ୍କର ବଢ଼ିବାରେ ଲାଗିଛି । ଜଙ୍ଗଲରେ ରହୁଥିବା ଭାଲୁ ଏବେ ଖାଦ୍ୟ ଅନ୍ୱେଷଣରେ ଗାଁ ଓ ଜନବସତି-ମୁହାଁ ହୋଇଛନ୍ତି । ସ୍ଥିତି ଏତେ ବିଗିଡ଼ିଛି ଯେ ଜାପାନ ଏବେ ବହୁ ସଂଖ୍ୟାରେ ଭାଲୁ ମାରିବା ଆରମ୍ଭ କରିଛି । ସରକାରୀ ତଥ୍ୟ ଅନୁସାରେ, ଏପ୍ରିଲ ୨୦୨୫ରୁ ଜାନୁଆରୀ ୨୦୨୬ ମଧ୍ୟରେ ଜାପାନରେ ୧୪ ହଜାରରୁ ଅଧିକ ଭାଲୁଙ୍କୁ ହତ୍ୟା କରାଯାଇଛି ।

କିନ୍ତୁ କାହାଣୀ ସେତିକି ନୁହେଁ । ପ୍ରଶ୍ନ ହେଉଛି ଜାପାନରେ ଭାଲୁ ଜନବସତି ଅଞ୍ଚଳରେ କାହିଁକି ପହଞ୍ଚୁଛନ୍ତି ଏବଂ ଏମାନଙ୍କ ହତ୍ୟା କ'ଣ ଏ ସମସ୍ୟାର ସମାଧାନ? ଦେଶର ଅନେକ ସ୍ଥାନରେ ଭାଲୁ ଓ ମଣିଷ ମଧ୍ୟରେ ଏଭଳି ଟକ୍କର୍ର ବଡ଼ କାରଣ ହେଉଛି ଜଙ୍ଗଲରେ ଖାଦ୍ୟର ଘୋର ଅଭାବ । ଭାଲୁ ଶୀତଦିନେ ହାଇବରନେସନ ଅର୍ଥାତ୍ ଲମ୍ବା ନିଦରେ ଶୋଇବା ପୂର୍ବରୁ ଖୁବ୍ ଖାଦ୍ୟ ଖାଆନ୍ତି ।

ସେଥିପାଇଁ ଏମାନେ ଜଙ୍ଗଲରେ ଉପଲବ୍ଧ ବିଚ୍ ନଟ୍ସ ଓ ଏକର୍ନ ଭଳି ଫଳ ଓ ମଞ୍ଜି ଉପରେ ସର୍ବାଧିକ ନିର୍ଭର କରନ୍ତି । କିନ୍ତୁ ରେକର୍ଡ ଗରମ ଓ ଜଳବାୟୁ ପରିବର୍ତ୍ତନ ଜଙ୍ଗଲରେ ଏହି ଖାଦ୍ୟର ଉପଲବ୍ଧତାକୁ ପ୍ରଭାବିତ କଲା । ଫଳରେ କ୍ଷୁଧାର୍ତ୍ତ ଭାଲୁ ପାହାଡ଼ ଓ ଜଙ୍ଗଲ ଅତିକ୍ରମ କରି ଗାଁ ଓ ଜନବସତି ଅଞ୍ଚଳରେ ପହଞ୍ଚୁଛନ୍ତି । ଏଠାରେ ସେମାନଙ୍କୁ ଫଳ, କ୍ଷେତ ଓ ମଣିଷ ଛାଡୁଥିବା ଖାଦ୍ୟ ସହଜରେ ମିଳିଯାଉଛି । ଏଥିସହ ଜାପାନର ଗ୍ରାମାଞ୍ଚଳରେ ମଧ୍ୟ ଲୋକସଂଖ୍ୟା କମିଛି । କ୍ଷେତ ଓ ବଗିଚାକୁ ଛାଡ଼ିଦିଆଯିବାରୁ ସେଗୁଡ଼ିକ ଧୀରେ ଧୀରେ ଜଙ୍ଗଲରେ ରୂପାନ୍ତରିତ ହେଉଛି । ଏହା ଦ୍ୱାରା ଭାଲୁଙ୍କ ବାସସ୍ଥଳୀ ଓ ମାନବ ବସ୍ତି ମଧ୍ୟରେ ଦୂରତା କମିଛି ।

ଏହା ବି ପଢନ୍ତୁ...US Iran War: ଇରାନୀ ବନ୍ଦରରେ ଆମେରିକାର କଡ଼ା ପହରା ! ବିନା ଅନୁମତିରେ ପଶିଥିବା ୭୫ ଜାହାଜକୁ ଫେରାଇଲା ଆମେରିକା

ଭାଲୁ ଓ ମଣିଷ ମଧ୍ୟରେ ବୃଦ୍ଧି ପାଉଥିବା ଟକ୍କର ସବୁଠୁ ବିପଦପୂର୍ଣ୍ଣ ପ୍ରଭାବ ଗତ ବର୍ଷ ଦେଖିବାକୁ ମିଳିଥିଲା । ଜାପାନରେ ଭାଲୁ ୨୩୦ରୁ ଅଧିକ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ, ଯାହା ଦ୍ୱାରା ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଭାଲୁଙ୍କୁ ଦୂରରେ ରଖିବା ପାଇଁ ଜାପାନ ବାସିନ୍ଦା ବିଭିନ୍ନ ଉପାୟ ଆପଣାଉଛନ୍ତି । କିଛି ଚାଷୀ ଭାଲୁଙ୍କୁ ଡରାଇବାକୁ ଲାଲ୍ ଆଖିଯୁକ୍ତ ରୋବୋଟିକ୍ ଗଧିଆ ଲଗାଉଛନ୍ତି । କିଛି ସ୍ଥାନରେ ଚେତାବନୀଯୁକ୍ତ ପୋଷ୍ଟର ଲାଗିଛି । ଏକ ଜାପାନୀ କମ୍ପାନି ଭାଲୁ ଆକ୍ରମଣରୁ ରକ୍ଷା ପାଇବାକୁ ସ୍ୱତନ୍ତ୍ର ଆଶ୍ରୟସ୍ଥଳର ପ୍ରଚାର କରିଛି । ବୀମା କମ୍ପାନି ମଧ୍ୟ ଭାଲୁଙ୍କ ଦ୍ୱାରା କ୍ଷତି ଭରଣା ଲାଗି ସ୍ୱତନ୍ତ୍ର 'ବିୟର୍ ଇନ୍ସ୍ୟୋରାନ୍ସ' ଦେବା ଆରମ୍ଭ କରିଛନ୍ତି । ତଥାପି ଭାଲୁଙ୍କ ସଂଖ୍ୟା ନିୟନ୍ତ୍ରଣ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia