ନୂଆଦିଲ୍ଲୀ,୦୧/୦୮: ଭାରତର ଶ୍ରେଷ୍ଠ ପେସ୍ ବୋଲର ଯଶପ୍ରୀତ ବୁମରା ଫିଟ୍ନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳରେ ଆଗାମୀ ଶ୍ରୀଲଙ୍କା ଗସ୍ତରେ ସେ ୨ଟି ଯାକ ଟେଷ୍ଟ ଖେଳିବା ନିଶ୍ଚିତ ହୋଇଛି । ଆସନ୍ତା ୪ ତାରିଖରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତ କରି ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ୧୫ ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ ।
୩ ତାରିଖ ଦିନ ଭାରତୀୟ ଦଳର ସମସ୍ତ ସଦସ୍ୟ ମୁମ୍ବାଇରେ ଏକତ୍ରିତ ହେବାକୁ ନିର୍ଦ୍ଦେଶ ରହିଛି । ବୁମରା ଗତ ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିଲେ । ଅଭ୍ୟାସ ସମୟରେ ବାମ ଆଣ୍ଠୁରେ ଆଘାତ ଯୋଗୁଁ ସେ ତୃତୀୟ ଦିନିକିଆ ଖେଳିପାରି ନଥିଲେ । ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ କମିଟି ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ଦେଇଥିଲେ ହେଁ ଫିଟ୍ନେସ୍ ଟେଷ୍ଟ ଉପରେ ତାଙ୍କ ଖେଳିବା ନିର୍ଭର କରିବ ବୋଲି ସ୍ପଷ୍ଟ କରିଥିଲା । ବେଙ୍ଗାଲୁରୁ ସ୍ଥିତ ବିସିସିଆଇ ଉତ୍କର୍ଷ କେନ୍ଦ୍ର (ଏନ୍ସିଏ) ପକ୍ଷରୁ ତାଙ୍କୁ ଫିଟ୍ ଘୋଷଣା କରାଯାଇଛି । ସେ ସମ୍ପ୍ରତି ଏନସିଏରେ ରହି ମ୍ୟାଚ ଫିଟ୍ନେସ୍ ଫେରି ପାଇବାକୁ ପ୍ରସ୍ତୁତି ଚଳାଇଛନ୍ତି ।
ଆଜିଠୁ ସେ ବୋଲିଂ ଅଭ୍ୟାସ ଆରମ୍ଭ କରିବେ ବୋଲି ଜଣା ପଡ଼ିଛି । ବୁମରାଙ୍କ ବ୍ୟତୀତ ଆଉ କିଛି ଖେଳାଳି ସମ୍ପ୍ରତି ଏନ୍ସିଏରେ ଚିକିତ୍ସିତ ହେଉଛନ୍ତି । ଇଂଲଣ୍ଡ ଗସ୍ତରେ ଆହତ ହୋଇଥିବା ୱାସିଂଟନ ସୁନ୍ଦର ଫିଟ୍ ହୋଇ ନଥିବାବେଳେ ହର୍ଷିତ ରାଣା ଓ ନୀତିଶ କୁମାର ରେଡ୍ଡୀଙ୍କୁ ଫିଟ୍ ହେବା ପାଇଁ ଦୀର୍ଘ ସମୟ ଲାଗିବ ବୋଲି ଜଣା ପଡ଼ିଛି । ସୁନ୍ଦର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଫିଟ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଇପିଏଲ୍ ସମୟରେ ଆହତ ହୋଇଥିବା ଅନ୍ୟ ପେସ୍ ବୋଲର ଆକାଶଦୀପ ମଧ୍ୟ ଫିଟ୍ ହୋଇ ନାହାନ୍ତି ।
ଏହା ବି ପଢନ୍ତୁ..

ଦୁନିଆର ଭୟଙ୍କର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଏବେ ଟେଷ୍ଟ କ୍ରିକେଟ ପାଇଁ ଫିଟ୍ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ ତାଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଦୁଇଟି ଟେଷ୍ଟ ସିରିଜ୍ ପାଇଁ ଚୟନ କରିଥିଲେ, କିନ୍ତୁ ଏହି ଫିଟନେସ୍ ପରୀକ୍ଷାରେ ପାସ୍ କରିବା ଜରୁରୀ ଥିଲା । ତାଙ୍କର ଫିଟନେସ୍ ପ୍ରମାଣ କରିବା ପରେ, ତାଙ୍କୁ ଭାରତୀୟ ଦଳ ସହିତ ଶ୍ରୀଲଙ୍କା ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଥିଲେ ବୁମରା । ବୁମରା ସୁସ୍ଥ ହେବା ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ ପୂର୍ବରୁ ଭାରତ ପାଇଁ ଶ୍ରୀଲଙ୍କାରେ ୨-୦ ସିରିଜ ବିଜୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଏକ ଚ୍ୟାଲେଞ୍ଜିଂ ସିରିଜ ହେବ ବୋଲି ଆଶା କରାଯାଉଛି । ୮ ମାସ ପରେ ରେଡ୍ ବଲ୍ କ୍ରିକେଟ୍ ବୁମ୍ ବୁମ୍ ବୁରମାଙ୍କ ମ୍ୟାଜିକ୍ ଦେଖିବାକୁ ମିଳିବ ।
ଶ୍ରୀଲଙ୍କା ଟେଷ୍ଟ ପାଇଁ ଭାରତୀୟ ଦଳ-ଶୁଭମନ ଗିଲ (ଅଧିନାୟକ), ଋଷଭ ପନ୍ତ, ଯଶସ୍ୱୀ ଜୈସ୍ୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଧ୍ରୁଭ ଜୁରେଲ, ଦେବଦତ୍ତ ପାଡ଼ିକଲ, ମାନବ ସୂତାର, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ସାରାଂଶ ଜୈନ ।

