ମୁମ୍ବାଇ,୮/୪ : ଜୋଶ୍ ବଟଲରଙ୍କ ବଡ଼ ରେକର୍ଡ଼ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଛକ୍କାର ବର୍ଷା କରି ରଚିଲେ ଇତିହାସ । ଆଇପିଏଲ୍ ୨୦୨୬ର ୧୪ତମ ଲିଗ୍ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବଟଲର୍ ବଡ଼ ରେକର୍ଡ଼ କରି ନିଜ ଟି-୨୦ କ୍ୟାରିୟରରେ ୬୦୦ଛକ୍କାର ସଂଖ୍ୟା ଛୁଇଁ ନେଇଛନ୍ତି ।
ଏହାସହ ବଟଲର ନିଜକୁ କେତେକ ବଡ଼ ଭେଟରାନଙ୍କ ଲିଷ୍ଟରେ ସାମିଲ୍ କରିଛନ୍ତି ।
ଏହି ଲିଷ୍ଟରେ ଓ୍ବେଷ୍ଟଇଣ୍ଡିଜର ନିକେଲାସ ପୂରନ ବଟଲର ଉପରେ ଅଛନ୍ତି । ପୂରନ ଏବେ ପର୍ଯ୍ୟନ୍ତ ନିଜ ଟି-୨୦ କ୍ୟାରିୟରରେ ୭୧୨ଛକ୍କା ମାରି ସାରିଛନ୍ତି । ଲିଷ୍ଟରେ ଉପରେ ଆନ୍ଦେ୍ର ରସେଲ, କିରନ ପୋଲାର୍ଡ଼ ଏବଂ କ୍ରିସ ଗେଲଙ୍କ ନାଁ ରହିଛି । ଲିଷ୍ଟରେ ଗେଲ୍ ଟପରେ ଅଛନ୍ତି । ଯିଏ ନିଜ ଟି-୨୦ କ୍ୟାରିୟରରେ ୧୦୫୬ଛକ୍କା ମାରିଛନ୍ତି । ଗେଲ୍ ଲିଷ୍ଟରେ ଏକ ଜଣେ ଖେଳାଳୀ ଯିଏ ୧୦୦୦ରୁ ଅଧିକ ଛକ୍କା ମାରିଛନ୍ତି ।
ଟି-୨୦ରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ୭ ଖେଳାଳୀ
କ୍ରିସ ଗେଲ୍- ୧୦୫୬
କିରନ ପୋଲାର୍ଡ଼- ୯୮୨
ଆନ୍ଦେ୍ର ରସେଲ- ୭୮୪
ନିକୋଲସ ପୂରନ- ୭୧୨
ଜୋସ ବଟଲର- ୬୦୦
ଏଲେକ୍ସ ହେଲ୍ସ- ୫୯୫
କଲିନ ମୁନରୋ- ୫୮୨

