ଭୁବନେଶ୍ବର (ପ୍ରମେୟ ଡିଜିଟାଲ): ସମୃଦ୍ଧ ଭାରତ। ବିକଶିତ ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନର 'ବିକଶିତ ଭାରତ' ପାଇଁ ନିଅଁ ପଡ଼ିଛି। ଭିତ୍ତିଭୂମି ସୁଦୃଢ଼ କରୁଛି ଜିଓ। ଶିକ୍ଷା, ସ୍ବାସ୍ଥ୍ୟ, କୃଷିରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଡିଜିଟାଲ ବିପ୍ଳବ ଆଣିବାକୁ ମିଶନ ମୋଡରେ କାମ କରୁଛି ରିଲାଏନସ୍ ଜିଓ ।
ଦେଶର ଯୋଗାଯୋଗ କ୍ଷେତ୍ରରେ ଆସିଛି ନୂଆ ବିପ୍ଳବ। ଜିଓର ସୁଦୃଢ଼ ଡିଜିଟାଲ ଭିତ୍ତିଭୂମିରୁ ଆଜି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ସେବା ମିଳୁଛି। ପ୍ରାକୃତିକ ଦୁର୍ବିପାକ ସମୟରେ ପୀଡ଼ିତଙ୍କ ସମସ୍ୟା ସରକାରଙ୍କୁ ଜଣାଇ ଆନୁଷଙ୍ଗିକ ସୁବିଧା ଓ ସହଯୋଗ ପହଞ୍ଚାଇବା ସଫଳ ହୋଇଛି। ୨୦୧୬ ସେପଟେମ୍ବରରେ ଜିଓର ବଜାର ପ୍ରବେଶ ପରେ ଦେଶର ଡିଜିଟାଲ ବିପ୍ଲବ ଧରିଛି ନୂଆ ଉଡ଼ାଣ। ସ୍ବଦେଶୀ ଡିଜିଟାଲ ଭିତ୍ତିଭୂମି ଉପରେ ଫୋକସ କରିଛି ଜିଓ ପ୍ଲାଟଫର୍ମସ ।
ଦିନ ଥିଲା ଯେତେବେଳେ ମୋବାଇଲ୍ ଖର୍ଚ୍ଚ ସଞ୍ଚୟ କରିବା ପାଇଁ "ମିସ୍ଡ କଲ୍" ବ୍ୟବହାର କରାଯାଉଥିଲା। ଏପରିକି ଇଣ୍ଟରନେଟ୍ ବ୍ୟବହାର ଶେଷ ମେଗାବାଇଟ୍ ପର୍ଯ୍ୟନ୍ତ ଟ୍ରାକ୍ କରାଯାଉଥିଲା। ଦଶ ବର୍ଷ ପରେ, ଭିଡିଓ କଲ୍, ଡିଜିଟାଲ୍ ପେମେଣ୍ଟ, ଓଟିଟି ଷ୍ଟ୍ରିମିଂ, ଅନଲାଇନ୍ ଶିକ୍ଷା, ୱାର୍କ ଫ୍ରମ ହୋମ ଏବଂ ସେହି ସମାନ ମୋବାଇଲ୍ ଡିଭାଇସରେ ଅନଲାଇନ୍ ସପିଂ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି। ସେପ୍ଟେମ୍ବର ୫ ରେ ରିଲାଏନ୍ସ ଜିଓ ଲଞ୍ଚ ହେବାର ଦଶ ବର୍ଷ ପୂରଣ ହେଉଛି। ଏହି ଦଶନ୍ଧି ମଧ୍ୟରେ, ଭାରତୀୟ ମୋବାଇଲ୍ ବଜାର ମହଙ୍ଗା, କମ୍ ବ୍ୟବହୃତ ଡାଟାରୁ ସୁଲଭ, ପ୍ରଚୁର ଡାଟାକୁ ପରିବର୍ତ୍ତନ ହୋଇଛି। ଗତି ବହୁଗୁଣା ହୋଇଛି। ପ୍ରତି ଗ୍ରାହକଙ୍କ ମାସିକ ବ୍ୟବହାର ହାରାହାରି୨୬ ଗିଗାବାଇଟରୁ ଅଧିକ ଛୁଇଁଛି। ୨୦୧୬ ରେ, ଭାରତରେ ହାରାହାରି ମୋବାଇଲ୍ ଡାଉନଲୋଡ୍ ଗତି ପ୍ରାୟ ୨.୫ ଏମବିପିଏସ ରହିଥିବା ବେଳେ ଡିସେମ୍ବର ୨୦୨୫ ସୁଦ୍ଧା, ଏହା ୨୭ ଗୁଣରୁ ଅଧିକ ବୃଦ୍ଧି ପାଇ ୬୮ ଏମବିପିଏସ ଅତିକ୍ରମ କରିଛି। ସେହି ସମୟ ମଧ୍ୟରେ, ୧ ଜିବି ଡାଟାର ହାରାହାରି ମୂଲ୍ୟ ୨୨୮ ଟଙ୍କାରୁ ୮ ଟଙ୍କାକୁ ହ୍ରାସ ପାଇଛି - ଯାହା ଡାଟାକୁ ପ୍ରାୟ ୨୯ ଗୁଣ ଶସ୍ତା କରିଛି। ଡାଟା ବ୍ୟବହାର ୦.୨ ଜିବି ରୁ ୨୬.୭ ଜିବିକୁ ବଢ଼ିଛି, ଯାହା ୧୨୮ ଗୁଣରୁ ଅଧିକ।
କେବଳ ଟେଲିସେବା, ଇଣ୍ଟରନେଟ ଉପରେ ଫୋକସ୍ ନକରି ଭାରତର ଡିଜିଟାଲ ଅର୍ଥନୀତିକୁ ବଳୁଆ କରିବାକୁ ଜିଓ ଅଣ୍ଟା ଭିଡ଼ିଛି। ବିଭିନ୍ନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ଅଧିକ କର୍ମସଂସ୍ଥାନ ସୃଷ୍ଟି କରିବା ଉପରେ କଂପାନୀ ଜୋର ଦେଇଛି। ପ୍ରତିଟି ଭାରତୀୟ ଯେଭଳି ଜିଓ ସଫଳ ଯାତ୍ରାର ସୁଫଳ ପାଇବେ ତାକୁ ଆଖିରେ ରଖି ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ ହୋଇଛି। ଦୁର୍ଘଟଣାସ୍ଥଳରୁ ରୋଗୀଟିଏ ହସପିଟାଲରେ ପହଞ୍ଚିବା ପୂର୍ବରୁ କିଭଳି 'ଗୋଲଡେନ ଆଓ୍ବାର' ମଧ୍ୟରେ ଆନୁଷଙ୍ଗିକ ପାରା ମେଡିକାଲ ଟେଷ୍ଟ କରାଯାଇ ଉନ୍ନତ ଚିକିତ୍ସା ସହ ଜୀବନ ବଞ୍ଚାଇ ହେବ, ସୁଲଭ ମୂଲ୍ୟରେ ଡିଜିଟାଲ ଶିକ୍ଷା ସହ ସାଟେଲାଇଟ୍ ଇଣ୍ଟରନେଟ୍ ଯୋଗାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଜିଓ। ଜିଓ ସ୍ପେଶ ଫାଇବର ଦ୍ୱାରା ଅପହଞ୍ଚ ଇଲାକା ଗୁଡିକରେ ସାଟେଲାଇଟ ବ୍ରଡ୍ବ୍ୟାଣ୍ଡ୍ ଲୋକଙ୍କୁ ମିଳିବ । ଏ ନେଇ କମ୍ପାନି ବିଶ୍ବସ୍ତତରୀୟ ସହଭାଗିତା ସହ ଜିଓ ସ୍ପେଶ ଟେକେ୍ନାଲୋଜି ସ୍ଥାପନ କରିବ ।
ନିଜସ୍ବ ୫ଜି ଷ୍ଟାକ୍, ସାଟେଲାଇଟ ଇଣ୍ଟରନେଟ୍ , ସ୍ମାର୍ଟହୋମ ସଲ୍ୟୁଶନ, ସୁଲଭ ମୋବାଇଲ, କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଏଣ୍ଟରପ୍ରାଇଜ୍ ଏଆଇ ଭଳି ବ୍ୟାପକ ଡିଜିଟାଲ ସେବା ଜରିଆରେ ସାରା ବିଶ୍ବରେ ଏକ ଡିଜିଟାଲ ନବସୃଜନକାରୀ କମ୍ପାନି ଭାବେ ଧ୍ୟାନ ଆକର୍ଷଣ କରିଛି ଜିଓ। ୪ଜି ଏବଂ ୫ଜି ସହ ବ୍ରଡ୍ବ୍ୟାଣ୍ଡ୍, ଡିଭାଇସ, ଅପରେଟିଂ ସିଷ୍ଟମ, କ୍ଲାଉଡ, କୃତ୍ରିମ ବୁଦ୍ଧିମତା (ଏଆଇ), ଇଣ୍ଟରନେଟ ଅଫ୍ ଥିଙ୍ଗସ (ଆଇଓଟି) ଏବଂ ଏଣ୍ଟରପ୍ରାଇଜ ପ୍ଲାଟଫର୍ମ ପ୍ରଦାନ କରୁଛି । କମ୍ପାନିର ଫୋକସ ଏବେ ୬-ଜି ଉପରେ ।
ଜିଓ ୨୭.୭ ନିୟୁତ ହୋମ୍ ବ୍ରଡ୍ବ୍ୟାଣ୍ଡ ଗ୍ରାହକ ଯୋଡ଼ିଛି । ଜିଓ ଟିଭି ପ୍ଲସ ଜରିଆରେ ଟିଭି ଦେଖିବାଠାରୁ ଆରମ୍ଭ କରି ଜିଓ ସାୱନରେ ମ୍ୟୁଜିକ, ଫଟୋଗ୍ରାଫ, ଷ୍ଟୋରେଜ ଭଳି ସୁବିଧା କ୍ଲାଉଡ୍ ଜରିଆରେ ମିଳିପାରୁଛି । ଡାଟା ସେଣ୍ଟର ଦ୍ୱାରା ଗେମିଂ ଡେଲିଭରି, ହୋମ୍ ସର୍ଭେଲାନ୍ସ, ହୋମ୍ ଡୋର୍ବେଲ, କନେକ୍ଟେଡ ଆପ୍ଲାଏନ୍ସ, ଏଆଇ ଆସିଷ୍ଟାନ୍ସ ସେବା ଦେଉଛି । ଜିଓ ବ୍ରେନ୍ ନାମକ ନିଜସ୍ବ ଏଆଇ ଜରିଆରେ ଆନାଲିଟକ୍ସ ଅନୁମାନ, ନେଟ୍ୱର୍କ ଅଟୋମେଶନ ଏବଂ ସମସ୍ୟାକୁ ଜାଣିବା ଲାଗି ବ୍ୟବହାର କରାଯାଉଛି । ଗ୍ରାହକଙ୍କ ଲାଗି ଗୁଗଲ୍ ଜେମିନି ଏଆଇ ପ୍ରୋ ଏବଂ କମ୍ପାନିଙ୍କ ଲାଗି ଏଣ୍ଟରପ୍ରାଇଜ ଏଆଇ ଉପରେ ଏହା ଫୋକସ କରିଛି । ଆର୍ଥିକ ବର୍ଷ ୨୦୨୫-୨୬ରେ କମ୍ପାନିର କାରବାର ୧.୪୬ ଲକ୍ଷ କୋଟିରେ ପହଞ୍ଚିଛି। ୫୨୪.୪ ନିୟୁତ ଗ୍ରାହକ ସହ ଏହା ବିଶ୍ବର ବୃହତ୍ ଗ୍ଲୋବାଲ ଡିଜିଟାଲ ପ୍ଲାଟଫର୍ମର ମର୍ଯ୍ୟାଦା ପାଇଛି।
ଏହାସହ ପଢ଼ନ୍ତୁ : ଡ୍ର ହେଲା କଲମ୍ବୋ ଟେଷ୍ଟ: ୧-୦ରେ ସିରିଜ୍ ଜିତିଲା ଗିଲ୍ ବାହିନୀ

