Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କ'ଣ 'ପ୍ରଳୟ'ରୁ ୩ହଜାର କୋଟି କ୍ଲବ୍‌ରେ ଏଣ୍ଟ୍ରି କରିପାରିବେ ରଣବୀର ? ଜାଣନ୍ତୁ ଅଭିନେତାଙ୍କ ୫ ଫିଲ୍ମର କଲେକ୍ସନ୍

କ'ଣ 'ପ୍ରଳୟ'ରୁ ୩ହଜାର କୋଟି କ୍ଲବ୍‌ରେ ଏଣ୍ଟ୍ରି କରିପାରିବେ ରଣବୀର ? ଜାଣନ୍ତୁ ଅଭିନେତାଙ୍କ ୫ ଫିଲ୍ମର କଲେକ୍ସନ୍

ନୂଆଦିଲ୍ଲୀ ୩୧/୦୫: ରଣବୀର ସିଂହ ଇଣ୍ଡଷ୍ଟ୍ରିର ଟପ୍ ଆକ୍ଟର୍ସଙ୍କ ମଧ୍ୟରୁ ଜଣେ। ତାଙ୍କର 'ଧୁରନ୍ଧର' ଫିଲ୍ମର ଦୁଇଟି ପାର୍ଟ ବଡ଼ ସଫଳତା ପାଇଥିଲା, ବକ୍ସ ଅଫିସ୍ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଥିଲା। ତେବେ ରଣବୀର ଏବେ ତାଙ୍କର 'ଡନ୍ ୩' ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ସେ ଏହି ଫିଲ୍ମରେ ଅଭିନୟ କରିବାର ଥିଲା, କିନ୍ତୁ ପରେ ସେ ବିବାଦ ସୃଷ୍ଟି କରି ପ୍ରୋଜେକ୍ଟକୁ ମଝିରେ ଛାଡି ଦେଇଥିଲେ।

ତେବେ, ଏହି ସମୟରେ ଆସନ୍ତୁ ରଣବୀରଙ୍କ ଶେଷ ପାଞ୍ଚଟି ଫିଲ୍ମର ବକ୍ସ ଅଫିସ ପ୍ରଦର୍ଶନ ଉପରେ ନଜର ପକାଇବା। ୨୦୨୩, ୨୦୨୫ ଏବଂ ୨୦୨୬ ବର୍ଷ ରଣବୀର ସିଂହଙ୍କ ପାଇଁ ବହୁତ ଭଲ ଥିଲା। 'ରକି ଔର ରାନୀ କି ପ୍ରେମ କାହାନୀ' ୨୦୨୩ ରେ ରିଲିଜ୍ କରିଥିଲା ଏବଂ ଏହି ଫିଲ୍ମଟି ଖୁବ୍ ଲୋକପ୍ରିୟ ହୋଇଥିଲା। 'ଧୁରନ୍ଧର' ୨୦୨୫ ରେ ଏବଂ 'ଧୁରନ୍ଧର ୨' ୨୦୨୬ ରେ ରିଲିଜ୍ କରିଥିଲା। ଯାହା ସୁପରହିଟ୍ ହୋଇଥିଲା। କିନ୍ତୁ, ତାଙ୍କର ୨୦୨୨ ର ଫିଲ୍ମ 'ସର୍କସ' ଏବଂ 'ଜୟେଶଭାଇ ଜୋରଦାର' ଫ୍ଲପ୍ ହୋଇଥିଲା।

ରଣବୀର ସିଂହଙ୍କ ପାଞ୍ଚଟି ଫିଲ୍ମ ୨,୨୭୧.୨୯ କୋଟି କଲେକ୍ସନ କରିଛି। ତାଙ୍କୁ ଏବେ ୩,୦୦୦ କୋଟି କ୍ଲବରେ ଏଣ୍ଟ୍ରି କରିବା ପାଇଁ ୭୨୮.୭୧ କୋଟି ଆବଶ୍ୟକ। 'ଧୁରନ୍ଧର' ରଣବୀର ସିଂହଙ୍କ ପାଇଁ ଏକ ମାନଦଣ୍ଡ ସ୍ଥାପନ କରିଛି। ପ୍ରଶଂସକମାନେ ତାଙ୍କ ଆଗାମୀ ଫିଲ୍ମଗୁଡ଼ିକ ପାଇଁ ବହୁତ ଆଶା ରଖିଛନ୍ତି। ସେ ପରବର୍ତ୍ତୀ ସମୟରେ 'ପ୍ରଳୟ' ରେ ନଜର ଆସିବେ।

ଫିଲ୍ମର ବଜେଟ୍ ୩୦୦ କୋଟି ବୋଲି ଜଣାପଡ଼ିଛି। କାହାଣୀଟି ମୁମ୍ବାଇ ମହାମାରୀ ଏବଂ ଜୋମ୍ବି ଆକ୍ରମଣ ଉପରେ କେନ୍ଦ୍ରିତ। ରଣବୀର ସିଂହଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁ ଆଶା ରଖିଛନ୍ତି। ଏହି ଫିଲ୍ମ ସହିତ ରଣବୀର ୩୦୦୦ କୋଟି କ୍ଲବରେ ଏଣ୍ଟ୍ରି କରିପାରିବେ କି ନାହିଁ ତାହା ଦେଖିବାକୁ ବାକି ଅଛି। ଏହି ଫିଲ୍ମରେ ମାଲାୟଲମ ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ ଅଭିନୟ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia