Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଳାହାଣ୍ଡି-ନବରଙ୍ଗପୁରରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

କଳାହାଣ୍ଡି-ନବରଙ୍ଗପୁରରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

ଭୁବନେଶ୍ବର,୨୯।୪ : କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ବୁଧବାର ସନ୍ଧ୍ୟା ୭ଟା ୪୨ରୁ ୭ଟା ୪୫ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସମୟରେ ପ୍ରଚଣ୍ଡ ଶବ୍ଦ ହେବା ସହ ପ୍ରାୟ ୩ ସେକେଣ୍ଡ ଯାଏ କମ୍ପନ ଅନୁଭୂତ ହୋଇଥିଲା। ଫଳରେ ଭୟଭୀତ ହୋଇ ଲୋକେ ଘରକୁ ବାହାରି ଆସିଥିଲେ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଞ୍ଚଳରୁ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନଥିବା ବେଳେ ପ୍ରଶାସନ ସତର୍କ ରହିଛି।

ସେହିପରି ନବରଙ୍ଗପୁରରେ ମଧ୍ୟ ସମାନ ସମୟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଲୋକେ ଆତଙ୍କିତ ହୋଇ ଯାଇଥିଲେ। ଝରିଗାଁ ବ୍ଲକ ସଦରର ଅନେକ ଲୋକ ଏହି ମୃଦୁ ଭୂମିକମ୍ପକୁ ଅନୁଭବ କରିଛନ୍ତି। ଲୋକ କହିବା ଅନୁଯାୟୀ, କମ୍ପନ ସମୟରେ ଜିନିଷପତ୍ର ସବୁ ହଲିବାକୁ ଲାଗିଥିଲା। କମ୍ପନ ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁସାରେ, ବୁଧବାର ଅନୁଭୂତ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳକଳାହାଣ୍ଡି ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ତେବେ ଏପର୍ଯ୍ୟନ୍ତ ଏହି ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia