ନୂବଦିଲ୍ଲୀ : ଲାଗାତାର ଫ୍ଲପ୍ ହୋଇ ଚାଳିଛନ୍ତି ମିଷ୍ଟ୍ରି ବୋଲର ଭାବେ ଜଣାଶୁଣା ବରୁଣ ଚକ୍ରବର୍ତ୍ତୀ । ଟି-୨୦ ବିଶ୍ବକପର ଶେଷ ପର୍ଯ୍ୟାୟ ହେଉ ବା ଆଇପିଏଲର ଦୁଇ ଆରମ୍ଭ ମ୍ୟାଚ୍ । ଫେଲ୍ ମାରୁଛନ୍ତି ବରୁଣ ଚକ୍ରବର୍ତ୍ତୀ । ବ୍ୟାଟ୍ସମ୍ୟାନଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । ବ୍ୟାଟ୍ସମ୍ୟାନମାନେ ତାଙ୍କୁ ଧୂଲେଇ ଜୋରଦାର କରୁଥିବା ଦେଖିବାକୁ ମିଳୁଛି ।
ଗୁରୁବାର ଖେଳାଯାଇଥିବା ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବରୁଣ । ଅଭିଶେକ ଶର୍ମା ପାଓ୍ବାର ପ୍ଲେର ଗୋଟିଏ ଓଭରରେ ବରୁଣଙ୍କୁ ୨ ଛକା ଏବଂ ୩ ଚୌକା ସହ ୨୫ ରନ୍ ମାରିଥିଲେ । ପ୍ରଥମ ଓଭରରୁ ୨୫ ରନ୍ ବ୍ୟୟ କରି ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ ବରୁଣ ।

ଆଇପିଏଲ କଥା ଛାଡ଼ନ୍ତୁ ଟି-୨୦ ବିଶ୍ବର ଶେଷ ୭ ମ୍ୟାଚକୁ ଯଦି ବିଚାରକୁ ନେବା ତାହେଲେ ସେ ୨୫ ଓଭର ବୋଲିଂ କରି ୩୦୪ ରନ୍ ବ୍ୟୟ କରିଛନ୍ତି । ଇକୋନୋମି ୧୨.୨୬ ରହିଛି । ତେବେ ଏହି ସମୟ ଧ୍ୟରେ ୫ ଓ୍ବିଟେ୍ ନେବାରେ ସଫଳ ହୋଇଥିଲେ । ଦଳର ଗୁରୁତ୍ବପୂଣ୍ଣ୍ଣ ଅସ୍ତ୍ର ଭାବେ ତାଙ୍କୁ ବ୍ୟବହାର କରାଯାଉଥିଲା । ମାତ୍ର ସେ ଏବେ ମହଙ୍ଗା ସାବ୍ୟସ୍ତ ହେଲେଣି । ଟି-୨୦ ବିଶ୍ବକପ ସମୟରୁ ଏଭଳି ଭାବେ ମହଙ୍ଗା ସାବ୍ୟସ୍ତ ହେବାରେ ଲାଗିଛନ୍ତି ।
ଚଳିତ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ବରୁଣଙ୍କ ବୋଲିଂ କାମ ଦେଇନଥିଲା । ସେ ୪ ଓଭର ବୋଲିଂ କରି ୪୮ ରନ୍ ବ୍ୟୟ କରିଥିଲେ । ମାତ୍ର ଗୋଟିଏ ମଧ୍ୟ ଓ୍ବିକେଟ୍ ନେଇପାରିନାହାନ୍ତି । ସେପଟେ ବରୁଣ ଚକ୍ରବର୍ତ୍ତୀଙ୍କ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ପୂର୍ବତନ କ୍ରିକେଟର ପିୟୂଷ ଚାଓ୍ବାଲା ଓ୍ବିକେଟ ନେବା ଲକ୍ଷ୍ୟରେ ନିଜର ଲୟକୁ ଭୁଲୁଛନ୍ତି । ପୂର୍ବ ଅପେକ୍ଷା ଦ୍ରୁତ ବୋଲିଂ କରିବା ଦ୍ବାରା ସ୍ପିନ୍ କାମ କରୁନି ।
ବରୁଣଙ୍କ ସପକ୍ଷରେ ବାହାରିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ଅଭିଶେକ ନାୟାର । ସେ କହିଛନ୍ତି କି, ବରୁଣଙ୍କ ପାଇଁ ଏହା ଏକ ନୂଆ ପର୍ଯ୍ୟାୟ ହୋଇପାରେ କିନ୍ତୁ ନୂଆ ନୁହେଁ । ବରୁଣଙ୍କ ମୌଳିକ ବୋଲିଂରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଏହାସହ ପଢ଼ନ୍ତୁ : ନିଜଠାରୁ ୭ ବର୍ଷ ବଡ଼ ଲିଭ୍-ଇନ୍ ପାର୍ଟନରଙ୍କୁ କାହିଁକି ହତ୍ୟା କଲେ ଯୁବକ ?

