Dailyhunt
କଣାସରେ ଯୁବକଙ୍କୁ ବୁଲେଟ ଚଢାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କଲା ପୁଲିସ

କଣାସରେ ଯୁବକଙ୍କୁ ବୁଲେଟ ଚଢାଇ ହତ୍ୟା ଉଦ୍ୟମ ଘଟଣା : ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କଲା ପୁଲିସ

ଣାସ,୫।୫ : କଣାସରେ ଯୁବକଙ୍କୁ ବୁଲେଟ ଚଢାଇ ହତ୍ୟା ଉଦ୍ୟମ ଘଟଣା । ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କଲା ପୁଲିସ। ପୁଲିସ ଓ ସାଇଣ୍ଟିଫିକ ଟିମଙ୍କୁ ଡେମୋ ଦେଖାଇଲେ ୪ ଅଭିଯୁକ୍ତ। ଘଟଣାର ସିନ୍ ରିକ୍ରିଏସନ ବେଳେ ସୁରକ୍ଷା ଦୃଷ୍ଟିରୁ କଣାସ ବଜାରରେ ଦୁଇ ଫ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ପୁରୀ ଆଡିସନାଲ ଏସପି ସଚିନ ପଟେଲ ,ପିପିଲି SDPO ଦେବାଶିଶି ମିଶ୍ର, କଣାସ ଥାନା ଅଧିକାରୀ ଶୁଭେନ୍ଦୁ ମହାନ୍ତି ଙ୍କ ସମେତ ପୋଲିସ ସ୍ପେଶାଲ ଟିମ ଉପସ୍ଥିତ ଥିଲେ।

ଡେମୋ ଦେଖିବାପାଇଁ ଘଟଣା ସ୍ଥଳରେ ଲୋକମାନଙ୍କ ଭିଡ଼ ମଧ୍ୟ ଜମିଥିଲା।

ସୂଚନାଯୋଗ୍ୟ ଯେ, ଗତ ରବିବାର ସକାଳେ ପିପିଲି କଣାସ ମୁଖ୍ୟରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ୫- ୭ ଯୁବକ। ଆକ୍ରମଣର ଶିକାର ହୋଇଥିଲେ କଣାସ ଦୋକନ୍ଦା ଗାଁ'ର ମୃତ୍ୟୁଞ୍ଜୟ ଭାରିମଲ। ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୃତ୍ୟୁଞ୍ଜୟଙ୍କୁ ଗୋଡ଼ାଇ ଗୋଡ଼ାଇ ମାଛକଟା ପନିକିରେ ହାଣିପକାଇଥିଲେ। ଏଥିରେ ତାଙ୍କ ଡାହାଣ ହାତ ଓ ଡାହାଣ ଗୋଡ଼ ଆଣ୍ଠୁ ପାଖରୁ କଟିଯାଇଥିଲା। ଏହାପରେ ଅଭିଯୁକ୍ତମାନେ ମୃତ୍ୟୁଞ୍ଜୟଙ୍କ ଉପରେ ଏକ ବୁଲେଟ ଗାଡ଼ି ମଧ୍ୟ ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ। ପ୍ରାୟ ଅଧାଘଣ୍ଟାରୁ ଅଧିକ ସମୟ ଧରି ଏଭଳି କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଥିଲେ ମୃତ୍ୟୁଞ୍ଜୟ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ ମେଡିକାଲକୁ ପଠାଇଥିଲା। ଏବେବି ମୃତ୍ୟୁଞ୍ଜୟଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି। ପୁଲିସ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଏଥସହ ଏହି ଘଟଣା ପାଇଁ କଣାସ ଥାନାରୁ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟ ୫ଟି ଥାନାରୁ ୮ ଜଣ ଏଏସ୍ଆଇଙ୍କୁ ବଦଳି କରିଛନ୍ତି ଏସପି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia