Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କଂଗ୍ରେସରେ କଳହ ! ରାହୁଲ ଭାରତ ଫେରିବା ପରେ ହୋଇପାରେ ଫାଟ ? ଶାହଙ୍କୁ ଭେଟିଲେ ରନ୍ଧାୱା

କଂଗ୍ରେସରେ କଳହ ! ରାହୁଲ ଭାରତ ଫେରିବା ପରେ ହୋଇପାରେ ଫାଟ ? ଶାହଙ୍କୁ ଭେଟିଲେ ରନ୍ଧାୱା

ଣ୍ଡୀଗଡ,୪।୭: ପଞ୍ଜାବ କଂଗ୍ରେସରେ ନିକଟରେ ହୋଇଥିବା ସଂଗଠନାତ୍ମକ ପରିବର୍ତ୍ତନ ପରେ ପାର୍ଟି ଭିତରେ କଳହ ଓ ବିଦ୍ରୋହ ବଢିଯାଇଛି। ଅମରିନ୍ଦିର ସିଂହ ରାଜା ଓ୍ବାଡିଙ୍ଗଙ୍କୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ (ପିସିସି ଚିଫ୍) ପଦରେ ବଜାୟ ରଖିବା ​‌ନେଇ ​‌ଅସନ୍ତୁଷ୍ଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ମୋରିଣ୍ଡା ସ୍ଥିତ ନିଜ ବାସଭବନରେ ଶକ୍ତି ପ୍ରଦର୍ଶନ କରିଛନ୍ତି।

ସେଭଳି ଅନ୍ୟପକ୍ଷେ କଂଗ୍ରେସ ସାଂସଦ ସୁଖଜିନ୍ଦର ସିଂହ ରନ୍ଧଓ୍ବାଙ୍କ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସାକ୍ଷାତ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି। ସେଭଳି ଅନ୍ୟପକ୍ଷେ କଂଗ୍ରେସ ସାଂସଦ ସୁଖଜିନ୍ଦର ସିଂହ ରନ୍ଧାୱାଏହାକୁ ସମ୍ପୂର୍ଣ୍ଣ ଭାବରେ ଅଣ ରାଜନୈତିକ ସାକ୍ଷାତ ବୋଲି କହିଛନ୍ତି।

ଚନ୍ନିଙ୍କ ଘରେ ୬୦ ନେତାଙ୍କ ସମାବେଶ, ହାଇକମାଣ୍ଡଙ୍କୁ ଅଲ୍ଟିମେଟମ୍

ଆଗାମୀ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ପଞ୍ଜାବ କଂଗ୍ରେସରେ ଏହି ଅସନ୍ତୋଷ ପ୍ରଥମ ଖୋଲା ପ୍ରଦର୍ଶନ। ଚନ୍ନିଙ୍କ ଘରେ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ୬୦ ରୁ ଅଧିକ ନେତା ସାମିଲ ହୋଇଥିଲେ। ଯାହାଙ୍କ ଭିତରେ ନିକଟରେ ଗଠିତ ନିର୍ବାଚନ କମିଟିର ବହୁ ସଦସ୍ୟ ଓ ୨୦ ରୁ ଅଧିକ ପୂର୍ବ ଓ ବର୍ତ୍ତମାନର ବିଧାୟକ ଥିଲେ। ପ୍ରମୁଖ ନେତାଙ୍କ ଭିତରେ ପୂର୍ବତନ ମନ୍ତ୍ରୀ ତୃପ୍ତ ରାଜିନ୍ଦର ବାଜଓ୍ବା, ସୁଖବିନ୍ଦର ସରକାରିୟା, ଓପି ସୋନି, ଭରତ ଭୂଷଣ ଆଶୁ ଓ ପରମିନ୍ଦର ପାଲ୍ ପିଙ୍କି ସାମିଲ ଥିଲେ। ଏହାଛଡା ଦିବଂଗତ ଗାୟକ ସିନ୍ଧୁ ମୁସେଓ୍ବାଲଙ୍କ ବାପା ବଲକୌର ସିଂହ ମଧ୍ୟ ବୈଠକରେ ପହଁଞ୍ଚିଥିଲେ।

ଏକ ରିପୋର୍ଟ ଅନୁସାରେ, ନିର୍ବାଚନ କମିଟିରେ ସାମିଲ ବହୁ ଅସନ୍ତୁଷ୍ଟ ନେତା ଆଗାମୀ ସପ୍ତାହରେ ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀଙ୍କୁ ଭେଟିବାର ସମୟ ମାଗୁଥିଲେ। ବୈଠକ ପରେ ଚରଣଜିତ ସିଂହ ଚନ୍ନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି କଂଗ୍ରେସ ନେତାମାନେ ତାଙ୍କୁ ପଞ୍ଜାବର ଲୋକଙ୍କ ଭାବନାକୁ ଶୀର୍ଷ ନେତୃତ୍ବ ଆଗରେ ରଖିବାର ଦାୟିତ୍ବ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ତୃପ୍ତ ବାଜଓ୍ବ ସ୍ପଷ୍ଟ କରିଛନ୍ତି ଯେ, ପାର୍ଟିର ବିଜୟ ପାଇଁ ଆମେ ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେବାକୁ ପ୍ରସ୍ତୁତ,କିନ୍ତୁ ପଞ୍ଜାବ କଂଗ୍ରେସ କମିଟିର ଲିଷ୍ଟ ଉପରେ ନିକଟରେ ପୁନଃ ବିଚାର ହେବା ଦରକାର।

ରନ୍ଧାୱା ଏବଂ ଅମିତ ଶାହଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ପଞ୍ଜାବ କଂଗ୍ରେସର ପୁନଃଗଠନ ଭିତରେ କୋର କମିଟିର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପ-ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ରନ୍ଧାୱା କହିଛନ୍ତି ସ୍ଥିତି ସେତେବି ଖରାପ ନୁହେଁ, ଯେମିତି ଆପଣ ଭାବୁଛନ୍ତି, କିନ୍ତୁ ଏତେ ବୈଠକ ପରେ ମଧ୍ୟ ଲୋକେ ଅସନ୍ତୁଷ୍ଠ ହେବା ଦୁର୍ଭାଗ୍ୟଜନକ। କଂଗ୍ରେସ ପର୍ଯ୍ୟବେକ୍ଷକ ଅଜୟ ମାକନ କହିଛନ୍ତି ପରିବର୍ତ୍ତନକୁ ନେଇ ହାଇକମାଣ୍ଡଙ୍କୁ ରିପୋର୍ଟ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia