ହୋମ
କରୋନା ଟିକା ନେବାକୁ ଚାହୁଁଥିଲେ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରନ୍ତୁ, କେନ୍ଦ୍ର ସରକାର ଦେଲେ ନିର୍ଦେଶ

Image Courtesy : https://www.prabhatkhabar.com/
ନୂଆଦିଲ୍ଲୀ,୨୨।୧: କରୋନା ସହିତ ଲଢେଇ କରି ଜିତିବା ପାଇଁ ସାରା ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ୧୬ ଜାନୁଆରୀରୁ ହୋଇ ସାରିଥିବା କରୋନା ଟିକାକରଣର ପ୍ରଥମ ପର୍ଯ୍ୟାୟ। ୩ କୋଟି କରୋନା ଯୋଦ୍ଧଙ୍କୁ ଟିକା ଦିଆଯାଉ ଅଛି। କେନ୍ଦ୍ର ସରକାର ଭ୍ୟାକସିନ୍ ଅଭିଯାନ ଉପରେ ନଜର ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି। ଏହା ସହିତ ଲୋକମାନଙ୍କୁ ଆଧାର ନମ୍ବରକୁ ମୋବାଇଲ ନମ୍ବର ସହିତ ଲିଙ୍କ କରିବାକୁ କହିଛନ୍ତି, ଯାହାଫଳରେ ଟିକାକରଣ ପାଇଁ ଏସଏମଏସ୍ ପଠାଇବାରେ ସୁବିଧା ହୋଇପାରିବ। ଟିକାକରଣ ପାଇଁ ଆଧାର ପ୍ରମାଣପତ୍ର ରହିବା ଖୁବ୍ ଜରୁରୀ। ଏହା ଦ୍ବାରା ଜଣାପଡିପାରିବ ଯେ, ଆପଣଙ୍କୁ ପ୍ରଥମ ଓ ଦ୍ବିତୀୟ ଡୋଜ୍ କେବେ ଦିଆଯିବ।
ଯଦି ଆପଣ ଏହି ଦୁଇଟି ଭ୍ୟାକସିନ୍ ଲଗାଇବାକୁ ଚାହାନ୍ତି ତେବେ ଆପଣଙ୍କୁ ସବୁଠାରୁ ପ୍ରଥମେ ନିଜର ଫୋନ୍ ନମ୍ବରକୁ ଆଧାର ସହିତ ଲିଙ୍କ କରିବାକୁ ହେବ। କୋଭିଡ୍-୧୯ ଡାଟା ମ୍ୟାନେଜର ଓ ଏମ୍ପାପାଓ୍ବାର୍ଡ ଗ୍ରୁପ୍ ଅଫ୍ ଟେକ୍ନୋଲୋଜିର ଚେୟାରମ୍ୟାନ୍ ଆରଏସ୍ ଶର୍ମା କହିଛନ୍ତି, ଭ୍ୟାକସିନ୍ କାହାକୁ କେତେ ବେଳେ ଓ କ'ଣ ଦିଆଯିବ ତାହାର ଡିଜିଟାଲ ରେକର୍ଡ ପାଇଁ ଆଧାର ନିହାତି ଜରୁରୀ। ଶର୍ମା କହିଛନ୍ତି, ଆମେ ପୂର୍ବରୁ ମଧ୍ୟ ଏଭଳି କରିସାରିଛୁ। ସେଭଳି ଆଧାର କାର୍ଡ ତିଆରି କରିବା ବେଳେ ଏଭଳି କରାଯାଇ ସାରିଛି। ଆପଣଙ୍କ ଡାଟା ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ରହିବ। ଆମେ ଅଲଗା ପ୍ରଣାଳୀରେ ମଧ୍ୟ ରେଜିଷ୍ଟର କରିପାରିବା, କିନ୍ତୁ ଏଥିପାଇଁ ଆଧାରର ବିକଳ୍ପ ସବୁଠାରୁ ସଠିକ୍ ଓ ବଡ।