Dailyhunt
କୋରାପୁଟରେ ମୃଦୁ ଭୂକମ୍ପ, ବିଳମ୍ବିତ ରାତିରେ ଲୋକ ଶୋଇଥିବା ବେଳେ ଥରି ଉଠିଲା ଘର

କୋରାପୁଟରେ ମୃଦୁ ଭୂକମ୍ପ, ବିଳମ୍ବିତ ରାତିରେ ଲୋକ ଶୋଇଥିବା ବେଳେ ଥରି ଉଠିଲା ଘର

କୋରାପୁଟ, ୦୫/୦୪: କୋରାପୁଟ ଜିଲ୍ଲାରେ ଶନିବାର ରାତି ୧୧ଟା ୩୧ ମିନିଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ । କୋରାପୁଟ, ଜୟପୁର ସହର, ସୁନାବେଡ଼ା, ବୋରିଗୁମ୍ମା, ନନ୍ଦପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ରିକ୍ଟର ସ୍କେଲ୍ ଅନୁସାରେ ୪.୪ ସାନ୍ଦ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧୫ ସେକେଣ୍ଡ୍ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଅଧିକ ପଢ଼ନ୍ତୁ :- ଆଜିଠୁ ବଢ଼ିବ କାଳବୈଶାଖୀ ବର୍ଷା, ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୪୦ରୁ ୫୦ କିମି ବେଗରେ ବହିବ ପବନ

ରାତି ହୋଇଥିବାରୁ ଲୋକମାନେ ଶୋଇଥିଲେ । ହଠାତ୍ ଘରର ବିଭିନ୍ନ ସାମଗ୍ରୀ ଜୋର୍ରେ ଥରି ଉଠିଥିଲା । ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା । ଭୟରେ ଅନେକ ବାହାରକୁ ଚାଲି ଆସିଥିଲେ । ଗାଈଗୋରୁ ମଧ୍ୟ ଭୂମିକମ୍ପ ପ୍ରଭାବରେ ଗୁହାଳ ଛାଡ଼ି ଭୟରେ ଦୌଡ଼ି ଥିଲେ । ପରେ ଭୂମିକମ୍ପ ହୋଇଥିବା ଲୋକମାନଙ୍କ ଭିତରେ ଚର୍ଚ୍ଚା ହୋଇଥିଲା । ଏନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia