ନୂଆଦିଳ୍ଳୀ,୩।୮: କେରଳରେ ପ୍ରବଳ ବର୍ଷା ଏବଂ ବନ୍ୟା ମଧ୍ୟରେ ଚାଲିଛି ଉଦ୍ଧାର କାର୍ଯ୍ୟ। ରାପେଲିଂ ଟ୍ରେନର ୩୭ ବର୍ଷୀୟ ରାଜେଶ ଉଦ୍ଧାର କାର୍ଯ୍ୟ ସମୟରେ ନିଖୋଜ ହୋଇଯାଇଛନ୍ତି। ଶନିବାର ସନ୍ଧ୍ୟାରେ କନ୍ନୁର ଜିଲ୍ଲାର ଚେରୁପୁଝା ପଞ୍ଚାୟତର ମିନ୍ଥୁଲି ଦ୍ୱୀପରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ସମୟରେ ନଦୀର ପ୍ରବଳ ସ୍ରୋତରେ ସେ ଭାସି ଯାଇଥିଲେ।
ରାଜେଶଙ୍କ କାହାଣୀ ସେୟାର କରି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏକ୍ସରେ ଏକ ଇମୋସାନାଲ ପୋଷ୍ଟ ସେୟାର କରିଛନ୍ତି।
ରିପୋର୍ଟ ଅନୁସାରେ, ବେନି ନାମକ ଜଣେ ବ୍ୟକ୍ତି ମିନ୍ଥୁଲି ଦ୍ୱୀପରେ ଫସି ରହିଥିଲେ। ରାଜେଶ ତାଙ୍କ ବନ୍ଧୁ ଶିବିନ ଏବଂ ଜିତିନଙ୍କ ସହିତ ତାଙ୍କୁ ଉଦ୍ଧାର କରିବା ପାଇଁ କରିଙ୍ଗୋଡୁ ନଦୀରେ ପ୍ରବେଶ କରିଥିଲେ। ଏହି ତିନିଜଣ ଲାଇଫ ଜ୍ୟାକେଟ୍ ଏବଂ ରସି ଭଳି ଆବଶ୍ୟକୀୟ ସୁରକ୍ଷା ଉପକରଣ ସାଙ୍ଗରେ ନେଇଥିଲେ।
ନିଜର ଲାଇଫ୍ ଜ୍ୟାକେଟ୍ ବାହାର କରି ବଞ୍ଚାଇଲେ ଅନ୍ୟର ଜୀବନ
ଉଦ୍ଧାର ସମୟରେ, ରାଜେଶ ତାଙ୍କର ଲାଇଫ୍ ଜ୍ୟାକେଟ୍ ଖୋଲି ଦ୍ୱୀପରେ ଫସି ରହିଥିବା ବେନିଙ୍କୁ ପିନ୍ଧାଇ ଦେଇଥିଲେ। ତା'ପରେ ସେ ଏକ ରଶି ବ୍ୟବହାର କରି ନଦୀ ପାର ହେବା ଆରମ୍ଭ କଲେ। ଯେତେବେଳେ ସେ କୂଳ ନିକଟରେ ପହଞ୍ଚିଲେ, ହଠାତ୍ ସେ ରଶି ଉପରେ ତାଙ୍କର ନିୟନ୍ତ୍ରଣ ହରାଇଲେ ଏବଂ ପ୍ରବଳ ସ୍ରୋତରେ ଭାସିଗଲେ। ରାଜେଶ ନିରାପଦ ସ୍ଥାନକୁ ପହଁରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସନ୍ଦେହ କରାଯାଉଛି ଯେ ପାଣିରେ ତାଙ୍କର ମାଂସପେଶୀରେ ଯନ୍ତ୍ରଣା ବା ମସଲ୍ସ କ୍ରାମ୍ପ ଅନୁଭବ ହୋଇଥିଲା। ସେ ଆଗକୁ ବଢ଼ିପାରିଲେ ନାହିଁ। ଅଗ୍ନିଶମ ଏବଂ ଉଦ୍ଧାର ସେବା ଦଳ ଏବଂ ସ୍ଥାନୀୟ ବାସିନ୍ଦା ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
A young man I have met, Rajesh, is missing after an extraordinary act of heroism. He handed over the life-jacket he was wearing to a person marooned on an islet. Then he was swept away in the swirling currents. He saved a life but it's feared he has sacrificed his own. https://t.co/xWeKShEFrQpic.twitter.com/WmFomiMzFX
ସାହାସକୁ ଶଶି ଥରୁରଙ୍କ ପ୍ରଶଂସା
କଂଗ୍ରେସ ନେତା ଶଶି ଥରୁର ରାଜେଶଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଅସାଧାରଣ ସାହସର ଉଦାହରଣ ବୋଲି କହିଛନ୍ତି। ସେ ଲେଖିଛନ୍ତି ଯେ ରାଜେଶ ନିଜ ଜୀବନର ଚିନ୍ତା ନକରି ଜଣେ ଫସି ରହିଥିବା ବ୍ୟକ୍ତିଙ୍କୁ ନିଜର ଲାଇଫ୍ ଜ୍ୟାକେଟ୍ ଦେଇଥିଲେ ଏବଂ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କଂଗ୍ରେସ ନେତା ଶଶି ଥରୁର ରାଜେଶଙ୍କ ଏକ ଫଟୋ ସେୟାର କରି ତାଙ୍କୁ ଅସାଧାରଣ ସାହସର ଉଦାହରଣ ବୋଲି କହିଛନ୍ତି। ସେ ଲେଖିଛନ୍ତି ଯେ ରାଜେଶ ନିଜ ଜୀବନର ଚିନ୍ତା ନକରି ଜଣେ ଫସି ରହିଥିବା ବ୍ୟକ୍ତିଙ୍କୁ ନିଜର ଲାଇଫ୍ ଜ୍ୟାକେଟ୍ ଦେଇଥିଲେ ଏବଂ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହା ସହ ଥରୁର କେରଳରେ ବର୍ଷା ଓ ବନ୍ୟାରେ କ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବହୁ ଲୋକଙ୍କର ମୃତ୍ୟୁ ହୋଇଛି, ସେଭଳି ଅନେକ ନିଖୋଜ ମଧ୍ୟ ଅଛନ୍ତି। ସେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା କର୍ମୀ, ସ୍ବୟଂସେବକ ଓ ସ୍ଥାନୀୟ ଲୋକଙ୍କ ଚେଷ୍ଟାକୁ ପ୍ରଶଂସା କରିଛନ୍ତି।
ରୋପ୍ କ୍ଳାଇମ୍ବିଂରେ କରିଛନ୍ତି ଅନେକ କୋର୍ସ
ରାଜେଶ ରୋପ୍ କ୍ଳାଇମ୍ବିଂରେ ଅନେକ ସାର୍ଟିଫିକେଟ୍ କୋର୍ସ ଶେଷ କରିସାରିଛନ୍ତି। ଆଡଭେଞ୍ଚର ଟୁରିଜିମ୍ରେ ଜଡିତ ଲୋକଙ୍କୁ ତାଲିମ ଦେଇଥିଲେ। ତାଙ୍କୁ ଜଣେ ଭଲ ସନ୍ତରଣକାରୀ ଭାବରେ ମଧ୍ୟ ବିବେଚନା କରାଯାଏ। ଉଦ୍ଧାର ସମୟରେ ତାଙ୍କର ସାହସ ଲୋକମାନଙ୍କୁ ପ୍ରଭାବିତ କରିଛି।
ଆହୁରି ପଢନ୍ତୁ : ଭାରତର ତୃତୀୟ ନୟନ ! ସରକାର ଦେଲେ ଗ୍ରୀନ ସିଗନାଲ, ଲଞ୍ଚ ହେବ NVS-03 ଓ Gisat-1A ସାଟେଲାଇଟ୍

