Dailyhunt
କିଏ ଏହି ହିରୋଇନ୍ ? ଯାହାଙ୍କୁ ଡେଟ୍ କରୁଥିଲେ ଧୋନୀ

କିଏ ଏହି ହିରୋଇନ୍ ? ଯାହାଙ୍କୁ ଡେଟ୍ କରୁଥିଲେ ଧୋନୀ

ନୂଆଦିଲ୍ଲୀ : ଅଭିନେତ୍ରୀ ଏବଂ କ୍ରିକେଟରଙ୍କ ପ୍ରେମ କାହାଣୀ ସବୁବେଳେ ଚର୍ଚ୍ଚାରେ ରହିଥାଏ । କ୍ରିକେଟରଙ୍କ ପ୍ରେମରେ ଅନେକ ଅଭିନେତ୍ରୀ ପଡ଼ିଥିବା ପୂର୍ବରୁ ନଜିର ରହିଛି । ତେବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ରସିଂହ ଧୋନୀଙ୍କ ସହ ଜଣେ ଅଭିନେତ୍ରୀଙ୍କ ନାଁ ବେଶ ଚର୍ଚ୍ଚା ହୋଇଥିଲା । ସାକ୍ଷୀଙ୍କ ପୂର୍ବରୁ ଅଭିନେତ୍ରୀ ରାଇ ଲକ୍ଷ୍ମୀଙ୍କୁ ଡେଟ୍ କରୁଥିଲେ ମାହି ।

ଯାହାକି ସେ ସମୟରେ ଖବରରେ ଶିରୋନାମା ପାଲଟିଥିଲା ।

ବଲିଉଡ ଏବଂ ସାଉଥ ଫିଲ୍ମରେ ଅଭିନୟ କରିଥିବା ରାଇ ଲକ୍ଷ୍ମୀ ସିନେମା ଜଗତରେ ସେତେ ପ୍ରଭାବଶାଳୀ ନଥିଲେ । ଯଦିଓ ସେ କିଛି ଫିଲ୍ମରେ ଅଭିନୟ କରିଥିଲେ ମାତ୍ର ଲୋକଲୋଚନକୁ ଆସିନଥିଲେ । ମାତ୍ର ଯେତେବେଳେ ଧୋନୀଙ୍କ ସହ ତାଙ୍କ ନାମ ଯୋଡ଼ାଯାଇଥିଲା ସେ ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥିଲେ ।

ନିକଟରେ ଏକ ଇଣ୍ଟରଭିୟ୍ୟୁ ସମୟରେ ଧୋନୀଙ୍କ ସହ ସମ୍ପର୍କକୁ ନେଇ ନିଜର ନୀରବତା ଭାଙ୍ଗିଛନ୍ତି ରାଇ ଲକ୍ଷ୍ମୀ । ସେ କହିଛନ୍ତି କି, ଧୋନୀଙ୍କ ସହ ସମ୍ପର୍କ ଏକ ଦାଗ । ଯାହାକି କେବେ ମଧ୍ୟ ଧୋଇହେବ ନାହିଁ ।

ନିଜ ନିଜର କ୍ୟାରିୟର ପାଇଁ ବୁଝାମଣା ଅଭାବରୁ ଧୋନୀଙ୍କ ଏହି ଅଭିନେତ୍ରୀଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା । ମାତ୍ର ଉଭୟଙ୍କ ଡେଟିଙ୍ଗ ଖବର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା ।

ଜୁଲି-୨ରେ ଅଭିନୟ କରିଛନ୍ତି ରାଇ ଲକ୍ଷ୍ମୀ । ଏହି ଫିଲ୍ମରେ ତାଙ୍କର ଏକ ଅନ୍ତରଙ୍ଗ ଏବଂ ଚୁମ୍ବନ ଦୃଶ୍ୟ ରହିଥିଲା । ରିଲିଜ୍ ହେବା ପୂର୍ବରୁ ଏହିସବୁ ଭିଡିଓ ଲିକ୍ ହୋଇଥିଲା । ଆଉ ଅଭିନେତ୍ରୀ ଜଣକ ଏଥିରେ ରାଗିଯାଇଥିଲେ । ସେ କହିଥିଲେ କି ଏହା ଏକ ଲଜ୍ଜଜନକ କଥା ।

ଏହାସହ ପଢ଼ନ୍ତୁ : ଆସିଲା ବଡ଼ ଖବର, ଜଣା ପଡ଼ିଲା କେବେ ମଇଦାନକୁ ଓହ୍ଲାଇବେ ଧୋନୀ ?

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia