ନୂଆଦିଲ୍ଲୀ, ୦୨/୦୪ : କିଏ ହେବ ବିହାର ବାଜିଗର। କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ସିଟ୍ ? ବିହାର ରାଜନୀତରେ ଚାଲିଛି ଟିଭି ସିରିଅଲ୍ ଭଳି ସସପେନ୍ସ। ସକ୍ରେଟ୍ କାର୍ଡ ଖେଳିବେ କି ମୋଦି-ଶାହ ? ମୁଖ୍ୟମନ୍ତ୍ରୀଙ୍କ ନାମ ଧାର୍ଯ୍ୟ କରିବ ୩ ବଡ଼ ଫ୍ୟାକ୍ଟର।
ଫ୍ୟାକ୍ଟର-୧ : ରଙ୍ଗ ବିଜେପିର ରହିବ
ଏମଏଲସି ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ, ମୁଖ୍ୟମନ୍ତ୍ରୀ ବିଜେପିରୁ ହେବା ନିଶ୍ଚିତ ବୋଲି କୁହାଯାଉଛି ।
ବିହାର ବିଜେପିର ବର୍ତ୍ତମାନର ଜଣେ ଛାମୁଆ ନେତାଙ୍କୁ ଗୁରୁଦାୟିତ୍ଵ ମିଳିବ ବୋଲି କୁହାଯାଉଛି। ସିଏମ୍ ରେସ୍ ରେ ଉଭୟ ପୁରୁଖା ବିଜେପି ସଦସ୍ୟ ଏବଂ ନୂତନ ଭାବରେ ନିଯୁକ୍ତି ପାଇଥିବା ନେତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ନାମ ଚର୍ଚ୍ଚାକୁ ଆସିଛି। ସମ୍ରାଟ ଚୌଧୁରୀ, ବିଜୟ କୁମାର ସିହ୍ନା ଏବଂ ମଙ୍ଗଳ ପାଣ୍ଡେଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଫ୍ୟାକ୍ଟର-୨ : RSS ଚେହେରା
ଚର୍ଚ୍ଚା ହେଉଛି ଯେ, ଦଳର ହାଇକମାଣ୍ଡ ଏମିତି ଜଣେ ନେତାଙ୍କୁ ଆଗକୁ ଆଣିବାକୁ ଚାହୁଁଛନ୍ତି, ଯିଏ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଚିନ୍ତାଧାରା ସହିତ ଗଭୀର ଭାବେ ଜଡିତ ଥିବ । ପ୍ରଶାସନିକ ଭାବେ ମଧ୍ୟ ଦକ୍ଷ ହେବେ। ଏହା ମାଧ୍ୟମରେ ଦଳ ରାଜ୍ୟରେ ନିଜ ଶାସନର ଏକ ଭିନ୍ନ ପରିଚୟ ଗଢ଼ିବାକୁ ଚାହୁଁଛି। ଏହି ପରିପେକ୍ଷୀରେ କିଛି ନାମ ମଧ୍ୟ ଚର୍ଚ୍ଚାରେ ଆସୁଛି। ବୈଶ୍ୟ ସମାଜର ଦୀଘା ବିଧାୟକ ସଞ୍ଜୀବ ଚୌରସିଆ, ଏମଏଲସି ଡ. ରାଜେନ୍ଦ୍ର ଗୁପ୍ତା ରେସ୍ ରେ ଅଛନ୍ତି। ସେହିପରି ଦଳିତ ସମାଜର ଗୁରୁ ପ୍ରକାଶ ଏବଂ ଗିରି ଜାତିର ଅଭୟ କୁମାରଙ୍କ ନାମ ଚର୍ଚ୍ଚାରେ ରହିଛି।
ଫ୍ୟାକ୍ଟର-୩ : ନୀତୀଶ ଫ୍ୟାକ୍ଟର
ନୀତୀଶ କୁମାରଙ୍କ ରାଜ୍ୟସଭା ଯିବା ନିଷ୍ପତ୍ତି ଏବଂ ସିଏମ୍ ପଦ ଛାଡ଼ିବା ନିଷ୍ପତ୍ତି ପରେ ତାଙ୍କ ସମର୍ଥକମାନେ ଜାଣି ସାରିଛନ୍ତି ଯେ, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ ବିଜେପି ପ୍ରାର୍ଥୀ ହେବେ। ହେଲେ ସେମାନେ ଏଭଳି ଏକ ନେତୃତ୍ଵ ଚାହୁଁଛନ୍ତି ଯିଏ ନୀତୀଶଙ୍କ ନେତୃତ୍ୱାଧୀନ ସରକାରଙ୍କ "ପଥ" ଅନୁସରଣ କରୁଥିବ। ନୀତୀଶଙ୍କ ବିକାଶଧାରା ଦୃଷ୍ଟିକୋଣ ଏବଂ ତିନିଟି ସି: ଅପରାଧ, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତାରୁ ବିଚ୍ୟୁତ ନହେବେ। ତେବେ ଯିଏ ବି ମୁଖ୍ୟମନ୍ତ୍ରୀ ହେବେ ଏଥିରେ ନୀତୀଶ ସହମତି ହେବା ଖୁବ୍ ଗୁରୁତ୍ଵପୂର୍ଣ୍ଣ। ବିଜେପି ତରଫରୁ ଯେଉଁ ପ୍ରାର୍ଥୀଙ୍କ ନାଁ ଦିଆଯିବ ତାଙ୍କୁ ଏନଡିଏର ନେତା ମିଶି ସହମତି ଦେଲେ ଯାଇ ନାମ ଘୋଷଣା ହେବ।
ଏହି ଖବରଟିକୁ ପଢନ୍ତୁ- ନୀତିଶଙ୍କ ଇସ୍ତଫା ପରେ କିଏ ହେବ ବିହାରର ନୂଆ ମୁଖ୍ୟମନ୍ତ୍ରୀ ? NDAରେ ମାନସ ମନ୍ଥନ…

