ନୂଆଦିଲ୍ଲୀ: ଶେଷ ମ୍ୟାଚ ବିଜୟୀ ପାଇଁ ଦିଲ୍ଲୀର କସରତ । କୋଲକାତା ଆଗରେ ୨୦୪ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ । ୫ ଓ୍ବିକେଟ୍ ବିନିମୟରେ ୨୦୩ ରନ୍ କରିପାରିଛି । ଦଳ ପକ୍ଷରୁ କେ.ଏଲ ରହୁଲ ୩୦ ବଲରୁ ୬୦ ରନର ପାଳି ଖେଳିଛନ୍ତି । ସେପଟେ କୋଲକାତା ପକ୍ଷରୁ ସୌରଭ ଦୁବେ ସର୍ବାଧିକ ୨ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।
ଟସ୍ ଜିତି କୋଲକାତା ବୋଲିଂ ନିଷ୍ପତ୍ତି ନେଇଥିଲା ।
ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଦୁଇ ଓପନର ପୋରେଲ ଏବଂ ରାହୁଲ ଆରମ୍ଭରୁ ବଡ଼ ସଟ୍ ଖେଳିଥିଲେ । ପୋରେଲ ୨୨ ରନ କରିଥିବାବେଳେ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାହିଲ୨୪, ଅକ୍ଷର ୩୯, ମିଲର ୨୮ ଏବଂ ଆଶୁତୋଷ ଶର୍ମା ୧୮ ରନ କରିଛନ୍ତି । କୋଲକାତା ପକ୍ଷରୁ ଅନୁକୂଳ ରୟ, ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

