Wednesday, 05 Aug, 9.42 am ପ୍ରମେୟ

ହୋମ
କୋଭିଡ୍‌-୧୯ରେ ହୋଟେଲ୍‌ ଶିଳ୍ପ ବିପର୍ଯ୍ୟସ୍ତ : ପରିବର୍ତ୍ତିତ ସ୍ଥିତି ସହ ତାଳଦେଇ ଚାଲିବା ଜରୁରି

ଭୁବନେଶ୍ୱର,୫।୮ : ବିଶ୍ୱରେ ଦ୍ରୁତ ଗତିରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଉଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଶିକ୍ଷା ଗ୍ରହଣ ପ୍ରକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହୋଟେଲ ଶିଳ୍ପରେ କିଭଳି ପଦକ୍ଷେପ ନିଆଯିବା ଦରକାର ସେ ବିଷୟରେ ଏକ ଭର୍ଚୁଆଲ ଲେକଚ୍‌ର ସିରିଜରେ ଆଲୋଚନା କରାଯାଇଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ ଅଫ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ଭର୍ଚୁଆଲ ଲେକଚ୍‌ର ସିରିଜର ଆୟୋଜନ କରାଯାଇଥିଲା ।

କୋଭିଡ଼-୧୯ ମହାମାରୀ ସମୟରେ ବଞ୍ଚିବା ପାଇଁ ଜରୁରି ହୋଇ ପଡୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି 'କନେକ୍ଟ ଟୁ ଲର୍ଣ୍ଣ' ଶୀର୍ଷକ ଲେକଚ୍‌ର ସରିଜ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଥମ ବିଷୟବସ୍ତୁ ଥିଲା 'କ୍ୟାରିୟର ପ୍ରୋଗ୍ରେସନ୍‌ ଇନ୍‌ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ' ଅର୍ଥାତ୍‌ ହୋଟେଲ ଶିଳ୍ପରେ କ୍ୟାରିୟର ଅଗ୍ରଗତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବର୍ତ୍ତମାନ ପରିସ୍ଥିତିରେ ହୋଟେଲ ଶିଳ୍ପ ସହିତ ଛାତ୍ରଛାତ୍ରୀମାନଙ୍କୁ ଖାପଖୁଆଇବା । ଏହି ସିରଜ୍‌ରେ ବକ୍ତା ଭାବେ ତାଜ୍‌ ହୋଟେଲସ୍‌ ରିସୋର୍ଟ ଆଣ୍ଡ ପ୍ୟାଲେସେସ୍‌ର ଲର୍ନିଂ, ଡେଭଲପମେଣ୍ଟ ଆଣ୍ଡ ଏମ୍ପ୍ଲୟି ଏନ୍‌ଗେଜ୍‌ମେଣ୍ଟ ବିଭାଗର ସହ ଉପସଭାପତି ଶିରିଷା ଚନ୍ଦନା ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତିରେ କିଭଳି ହୋଟେଲ ଶିଳ୍ପ କ୍ଷେତ୍ରରେ ନିୟମିତ ଢ଼ଙ୍ଗରେ ଉନ୍ନତମାନର କାର୍ଯ୍ୟ କରାଯିବ ସେ ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ତା'ସହିତ ସାମାଜିକ ଦୂରତ୍ୱ ଏବେ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ତେଣୁ ଆମ ଗ୍ରୁପ ଏ ଦିଗରେ ବେଶ ଯତ୍ନବାନ ଅଛି । ଲୋକଙ୍କ ସଂସ୍ପର୍ଶରେ କମ୍‌ ଆସି କିଭଳି କାର୍ଯ୍ୟ କରାଯାଇପାରିବ ତାହା ବର୍ତ୍ତମାନ ଜରୁରୀ । ସେଥିପାଇଁ ଆମ ହୋଟେଲ ଗୁଡ଼ିକରେ ଚେକ୍‌-ଇନ୍‌ ଏବଂ ଚେକ୍‌-ଆଉଟ୍‌ ପକ୍ରିୟାଗୁଡ଼ିକ କିଭଳି ଡିଜିଟାଲ ମାଧ୍ୟମରେ କରାଯାଇପାରିବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ । ଖାଲି ସେତିକି ନୁହେଁ ଲବି, ରେଷ୍ଟୁରାଣ୍ଟ ଏବଂ ବାଂକ୍ୱେଟ ହଲ୍‌ର ଡିଜାଇନ୍‌ଗୁଡିକୁ ପରିବର୍ତ୍ତନ କରାଯାଇଥିବା ବେଳେ ଆମ ଅତିଥି ମାନେ ସେମାନଙ୍କ ପ୍ରିୟ ଖାଦ୍ୟ ଗୁଡ଼ିକ ଆଇକନିକ୍‌ ତାଜ୍‌ ରେଷ୍ଟୁରାଣ୍ଟରୁ ଅର୍ଡର କରିପାରିବେ ସେହି ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଉଦୟପୁର ସ୍ଥିତ ୱଣ୍ଡର ସିମେଣ୍ଟ ଲିମିଟେଡ୍‌ର ଫୁଡ଼୍‌ ଆଣ୍ଡ ବେଭରେଜେସ୍‌ର ଜେନେରାଲ ମ୍ୟାନେଜର ସୀତାରମ ଚନ୍ଦ୍ର ମୂର୍ତ୍ତି ଏବଂ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ, କ୍ୟାଟରିଂ, ଟେକ୍ନୋଲୋଜି ଆଣ୍ଡ୍‌ ଆପ୍ଲାଏଡ ନ୍ୟୁଟ୍ରିସନ୍‌ ଅଧ୍ୟକ୍ଷ ପ୍ରଫେସର ଶାରଦା ଘୋଷ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଏସ୍‌ଏଚ୍‌ଏମ୍‌ର ଉପଦେଷ୍ଟା ତଥା ଡିନ୍‌ ପ୍ରଫେସର ଶିତିକଣ୍ଠ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।

ଏହି ଲେକ୍‌ଚର୍‌ର ଦ୍ୱିତୀୟ ଶୀର୍ଷକ ଥିଲା 'ରି-ଇଞ୍ଜିନିୟରିଂ ସ୍କିଲ ଫର୍‌ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଇନ୍‌ ଦ ଚେଞ୍ଜିଙ୍ଗ୍‌ ସିନାରିଓ' ଅର୍ଥାତ୍‌ ହୋଟେଲ ଶିଳ୍ପର କୌଶଳ ଗୁଡ଼ିକ ବର୍ତମାନ ପରିସ୍ଥିତିରେ ପରିବର୍ତ୍ତନ କରିବା ଜରୁରି । ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ପର୍ଯ୍ୟଟନ ଏବଂ ହସ୍ପିଟାଲିଟି ସ୍କିଲ କାଉନସିଲର୍‌ ସ୍କିଲ୍‌ କମ୍ପିଟିସନ୍‌, ଏବଂ ଇଣ୍ଡଷ୍ଟ୍ରି କନେକ୍ଟର ମୁଖ୍ୟ ସେଫ୍‌ ବିବେକ୍‌ ସାଗର, ବେଙ୍ଗାଲୁରୁ ସ୍ଥିତ କଫି ଡେ' ଗ୍ଲୋବାଲ ଲିମିଟେଡ଼୍‌ ସିନିୟର ମ୍ୟାନେଜର ସୁବ୍ରୋତୋ ଲାହିରି ଏବଂ ସାବିତ୍ରିବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ସାଇନ୍ସ ବିଭାଗର ଆସୋସିଏଟ୍‌ ପ୍ରଫେସର ଡ. ଦୀପା ପ୍ରସାଦ ଭେଙ୍କଟରମଣ ଯୋଗ ଦେଇ ନିଜ ମତ ରଖିଥିଲେ । ଏହି ଦୁଇଟି ଭର୍ଚୁଆଲ ଲେକ୍‌ଚର ସିରିଜରେ ଏସ୍‌ଏଚ୍‌ଏମ୍‌ର ଆସୋସିଏଟ୍‌ ପ୍ରଫେସର ସସ୍ମିତା ମହାନ୍ତି ଏବଂ ଆସିଷ୍ଟାଣ୍ଟ ପ୍ରଫେସର ମୌଉ ରାୟ ସଂଚାଳନ କରିଥିବା ବେଳେ ଆସୋସିଏଟ୍‌ ପ୍ରଫେସର ଅଂଶୁମାନ ସାମଲ୍‌ ଏବଂ ଆସିଷ୍ଟାଣ୍ଟ ପ୍ରଫେସର ସଂଘମିତ୍ରା ପ୍ରମୁଖ ଧନ୍ୟବାଦ ଦେଇଥିଲେ । ପୂର୍ବରୁ ହୋଟେଲ ଶିଳ୍ପ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏସ୍‌ଏଚ୍‌ଏମ ପକ୍ଷରୁ ସାତେଟି ୱେବିନାର ଆୟୋଜିତ ହୋଇଯାଇଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top