ନୂଆଦିଲ୍ଲୀ,୨।୮: ଜମ୍ମୁ-କଶ୍ମୀରର କୁଲଗାଓଁରେ ହୋଇଥିବା ହତ୍ୟା ପରେ ସୁରକ୍ଷାବଳ ନୂଆ ଭାବରେ ଆଣ୍ଟି ଟେରର ଅପରେସନ୍ ଆରମ୍ଭ କରିଛନ୍ତି। ଏହା ଅନୁସାରେ, ସୁରକ୍ଷାବଳ ବାରାମୁଳା ଜିଲ୍ଲାର ଶିରି ଅଞ୍ଚଳରେ ଏକ 'ଓଭର ଗ୍ରାଉଣ୍ଡ ଓ୍ବାର୍କର'କୁ ଧରିଛନ୍ତି ଓ ତା ପାଖରୁ ଭାରି ପରିମାଣରେ ବେଆଇନ୍ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ କରିଛନ୍ତି।ପୋଲିସର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ,ନାରଭାବରେ ଜାଣ୍ଡଫାରାନ ଗୋରିଭାନ କ୍ରସିଂରେ ସୁରକ୍ଷାକର୍ମୀଙ୍କ ଦ୍ବାରା ଏକ ଜଏଣ୍ଟ ନାକା କରାଯାଇଥିଲା।
ଚେକିଂ ବେଳେ ଗୋରିଭାନ୍ ପଟୁ ଆସୁଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତି ନାକାରେ ଥିବା ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ପଳାଇବାକୁ ଚେଷ୍ଟା କରିଥିଲା।
ଅଧିକାରୀଙ୍କ କହିବା ଅନୁସାରେ, ଜବାନମାନେ ସେହି ବ୍ୟକ୍ତିକୁ ପିଛା କରିଥିଲେ ଓ ତାକୁ ଘଟଣାସ୍ଥଳରୁ ଗିରଫ ବି କରିଥିଲେ।। ଅଭିଯୁକ୍ତକୁ ତଲାସୀ ନେତା ସମୟରେ ତା ପାଖରୁ ସୁରକ୍ଷା ବଳ ଏକ କେମ୍ପୋଫ୍ଲାଇଜଡ୍ ଏମ୍-୫ ଟାଇପ ପିସ୍ତଲ, ୧୦ଟି ଜୀବନ୍ତ ୯ଏମ୍ଏମ୍ ରାଉଣ୍ଡ ବିଶିଷ୍ଟ ଏକ ମାଗାଜିନ୍, ଗୋଟିଏ ମୋବାଇଲ ଫୋନ୍ ଓ ଏକ କଳା ବ୍ୟାକପ୍ୟାକ୍ ଜବତ କରାଯାଇଛି।

ଇଜାଜ୍ ଅହମ୍ମଦ ଗନି ଗିରଫ
ଉଲ୍ଲେଖନୀୟ ଯେ, ଗିରଫ ଓଭର ଗ୍ରାଉଣ୍ଡ ଓ୍ବାର୍କରର ଚିହ୍ନଟ ବାରାମୂଳା ଜିଲ୍ଲାର ଶିରି ଅଞ୍ଚଳର ନମ୍ବଲନ୍ ନିବାସୀ ଇଜାଜ୍ ଅହମ୍ମଦ ଗନି (ସ୍ବର୍ଗୀୟ ମହମ୍ମଦ ସୁଲତାନ ଗନିଙ୍କ ପୁଅ)ଭାବରେ ହୋଇଛି। ଇରାଜ ଅହମ୍ମଦ ଗନିଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ସମ୍ବଦ୍ଧିତ ଧାରା ଅନୁସାରେ, ଶିରି ପୋଲିସ ଷ୍ଟେସନରେ ଏଫଆଇଆର ନମ୍ବର ୩୭/ ୨୦୨୬ ରେକର୍ଡ କରାଯାଇଛି। ତା ସମ୍ପର୍କ ଓ ଗତିବିଧି ଜାଣିବା ପାଇଁ ପୋଲିସ ଓ ସୁରକ୍ଷା ଏଜେନ୍ସି ଯାଞ୍ଚରେ ଲାଗି ରହିଛି।ଅଧିକାରୀମାନେ କହିଛନ୍ତି ଯେ, ସେନା, ଜମ୍ମୁ-କଶ୍ମୀର ପୋଲିସ ଓ ଅନ୍ୟ ଏଜେନ୍ସି ଏହି ଅଞ୍ଚଳରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ ରହିଛି। ଦେଶ-ବିରୋଧି ତତ୍ତ୍ବ ଓ ତାଙ୍କ ସର୍ପୋଟ ନେଟଓ୍ବର୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରଖିବ।
ଆହୁରି ପଢନ୍ତୁ : Mega Missile Test: ୨୫୦୦ କିମି ରେଞ୍ଜ, ସମୁଦ୍ର ଖାଲି କରିବାକୁ ନୋଟମ୍...ଭାରତ କେଉଁ ମିସାଇଲ୍ କରିବ ପରୀକ୍ଷଣ ?

