Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କୁମ୍ଭୀର ସହ ଯିଏ ମିଶିବ, ତାକୁ ହାଣିବୁ...ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ବୁଲିଲା ଖଣ୍ଡା, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

କୁମ୍ଭୀର ସହ ଯିଏ ମିଶିବ, ତାକୁ ହାଣିବୁ...ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ବୁଲିଲା ଖଣ୍ଡା, ୧୦ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର ୦୪/୦୭: କୁମ୍ଭୀର ସହ ଯିଏ ମିଶିବ । ତାକୁ ଗୋଡ଼ାଇ ଗୋଡ଼ାଇ ହାଣିବୁ । ଜୀବନରୁ ମାରିଦେବୁ । ଏଭଳି କିଛି ଢ଼ଙ୍ଗରେ ଧମକାଇଲେ । ଆଉ ଯିଏ ସାମ୍ନାରେ ପଡିଲା, ତାକୁ ଖଣ୍ଡାରେ ଚୋଟ ମାରି ଚାଲିଲେ । ଅଟୋରିକ୍ସା, କାର, ବାଇକ୍ ସହ ଦୋକାନ ଭଙ୍ଗାରୁଜା କରି ଆତଙ୍କ ଖେଳାଇଲେ । ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ପ୍ରେମବ୍ୟାପାରକୁ ନେଇ ଗୁରୁବାରଠୁ ଆରମ୍ଭ ହୋଇଥିବା ଗୋଷ୍ଠୀ ସଂଘର୍ଷ ଶୁକ୍ରବାର ଉଗ୍ର ରୂପ ନେଇଥିଲା ।

ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିଶୋଧ ନେବାକୁ ବୁଦ୍ଧ ବିହାର ଆବାସରେ ପୁଣି ତୁମୁଳକାଣ୍ଡ ଭିଆଇଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି, ବୁଦ୍ଧ ବିହାର ଆଲର୍ଟିସ୍ ଆସୋସିଏସନ ସମ୍ପାଦକ ଗୌରାଙ୍ଗ ଚରଣ ଦାସଙ୍କ ବଡ଼ ପୁଅ ଶୁଭମ୍ ସ୍ୱରାଜ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । ସାମାନ୍ୟ ଆହତ ହୋଇଥିବା ଅନ୍ୟ ୨ଜଣଙ୍କ ପରିଚୟ ମିଳିପାରିନାହିଁ । ଘଟଣାରେ ୧୪ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ପୁଲିୗ ଏବେ ଘଟଣାର ଆକ୍ସନ ନେଇ ମୁଖ୍ୟ ଅଭିଯୁକ୍ତ ସମେତ ୧୦ ଜଣଙ୍କୁ ଗିରଫ କରିଛି । ବାକି କୁମ୍ଭୀର ଏବଂ ତାର ଦୁଇ ସହଯୋଗୀ ଫେରାର ଅଛନ୍ତି।

ରାତି ପ୍ରାୟ ସାଢ଼େ ୮ଟା । ବୁଦ୍ଧବିହାର ଆବାସକୁ ପଶିଆସିଲା ୫-୬ଟି ବାଇକ୍ ଓ ସ୍କୁଟି । ମୁଖାପିନ୍ଧା ୧୫ରୁ ଅଧିକ ଯୁବକ ହାତରେ ଖଣ୍ଡା, ଭୁଜାଲି ଧରିଥିଲେ । କୁମ୍ଭୀର କୁଆଡ଼େ ଗଲା ବୋଲି ଜୋର୍ରେ ଚିଲ୍ଲାଇଲେ । ସେତେବେଳକୁ ଶୁଭମ୍ ଓ ଅନ୍ୟମାନେ ଏକ ଦୋକାନରେ ଖଟି କରୁଥିଲେ । ଅପରଗୋଷ୍ଠୀର ମାରଣାସ୍ତ୍ରରେ ସଜ୍ଜିତ ଏତେ ସଂଖ୍ୟକ ଯୁବକଙ୍କୁ ଦେଖି ସଭିଏଁ ଯିଏ ଯୁଆଡ଼େ ପାରିଲା, ଧାଇଁବାକୁ ଲାଗିଲେ । ଶୁଭମ୍ ଦୌଡି ଯିବା ବେଳେ ତଳେ ପଡି଼ଗଲେ । ଆକ୍ରମଣକାରୀମାନେ ସଂଘବଦ୍ଧ ଭାବେ ତାଙ୍କ ଉପରେ ଝାମ୍ପି ପଡି଼ଲେ । ସେହିପରି ସନ୍ଧ୍ୟାରେ ଇଶାନେଶ୍ୱର ବସ୍ତିରେ କିଛି ଦୁର୍ବୃତ୍ତ ଆତଙ୍କ ଖେଳାଇଛନ୍ତି । ମୁଖାପିନ୍ଧା ଯୁବକମାନେ ଉକ୍ତ ବସ୍ତିର ଚନ୍ଦନ ନାୟକଙ୍କୁ ଗୋଡ଼ାଇ ହାଣିଛନ୍ତି । ଶୁଭମ୍, ଚନ୍ଦନ ଓ ଅନ୍ୟ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଦ୍ଧବିହାର ଗୋଷ୍ଠୀ ସଂଘର୍ଷ ସହ ଚନ୍ଦନଙ୍କୁ ଆକ୍ରମଣର କିଛି ସାମଞ୍ଜସ୍ୟ ଅଛି କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଛି ।

ଅଧିକ ପଢ଼ନ୍ତୁ :- Film Awards controversy: ଓଡ଼ିଆ ସିନେମା, ପୁରସ୍କାର ଓ ବିବାଦ... ସବୁ ଅଭିଯୋଗ ସୋସିଆଲ୍ ମିଡିଆରେ; ମୁଖ୍ୟମନ୍ତ୍ରୀଙ୍କ ଖୋଲା ଆହ୍ୱାନ, ଯାହା ସମସ୍ୟା ଅଛି ଜଣାନ୍ତୁ

ଗୁରୁବାର ଅପରାହ୍ଣରେ ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ବୁଦ୍ଧବିହାର ରାସ୍ତାରେ ଦୁଇ ଗୋଷ୍ଠୀର ୨୦ରୁ ଅଧିକ ଯୁବକ ମୁହାଁମୁହିଁ ହୋଇଖିଲେ । ରାସ୍ତାରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ । କୌଣସି ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇନଥିଲା । ପୁଲିସ ଗତକାଲି ଉଭୟ ପକ୍ଷଙ୍କୁ ଥାନାକୁ ଡକାଇ ଆପୋଷ ବୁଝାମଣା କରିଥିଲା । କିନ୍ତୁ ଆକ୍ରମଣ ପରେ ପୁଲିସ ତତ୍ପର ହୋଇଉଠିଛି । ଆକ୍ରମଣ ବେଳର ସିସିକ୍ୟାମେରା ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଛି । ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । କୁମ୍ଭୀର କିଏ? ତାକୁ କାହିଁକି ଟାର୍ଗେଟ କରାଯାଉଛି? ସେନେଇ ପୁଲିସ ତନାଘନା ଚଳାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia