Saturday, 15 Aug, 11.01 am ପ୍ରମେୟ

ଓଡିଶା
କ୍ୱାରେଣ୍ଟାଇନରେ ୨ ଗଲେ କ୍ୟାବିନେଟ୍ ମନ୍ତ୍ରୀ: ପୁରୀ, ଗଞ୍ଜାମରେ ପତାକା ଉଡ଼ାଇବେ ଜିଲ୍ଲାପାଳ

ଭୁବନେଶ୍ୱର,୧୫/୦୮: ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ଉଭୟ ବରିଷ୍ଠ ମନ୍ତ୍ରୀ ବର୍ତ୍ତମାନ କ୍ୱାରେଣ୍ଟାଇନରେ ରହିବେ। ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ୍‌ କରାଯାଇଛି ।

ତେଣୁ ଆଜି ସେ ସ୍ୱାଧୀନତା ଦିବସ ସମାରୋହରେ ଉଭୟ ନେତା ଯୋଗ ଦେଇପାରିବେ ନାହିଁ । ସ୍ୱାଧୀନତା ଦିବସ ଅବସରରେ ପୁରୀରେ ମନ୍ତ୍ରୀ ଶ୍ରୀ ପୂଜାରୀ ଓ ଗଞ୍ଜାମରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବାକୁ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ଏବେ ଉଭୟ ମନ୍ତ୍ରୀ ଯୋଗ ଦେଇପାରୁନଥିବାରୁ ପୁରୀ ଓ ଗଞ୍ଜାମରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିବେ ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Prameya Odia
Top