Dailyhunt
କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବକୁ ମଞ୍ଜୁରୀ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଆଉ ୫ କେଜି ଚାଉଳ

କ୍ୟାବିନେଟ ବୈଠକରେ ୧୬ ପ୍ରସ୍ତାବକୁ ମଞ୍ଜୁରୀ, ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଆଉ ୫ କେଜି ଚାଉଳ

ଭୁବନେଶ୍ବର, ୪।୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶନିବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକ ପରେ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ନୀତିରେ ସଂଶୋଧନକୁ ମଞ୍ଜୁରୀ ମିଳିଛି।

ଶିକ୍ଷାନୁଷ୍ଠାନରେ ଏସି /ଏସଟି ପିଲାଙ୍କ ସିଟ୍ ସଂଖ୍ୟା ବଢିବ । ସେହିପରି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ହେବ। ଏଥିରେ ହିତାଧିକାରୀଙ୍କୁ ମିଳିବ ଆଉ ୫ କିଗ୍ରା ଅଧିକ ଚାଉଳ ।

ସେହିପରି ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ୫ ବର୍ଷ ପାଇଁ ୯୦ କୋଟି ଅଟକଳ କରାଯାଇଛି। ବୁଣାକାରମାନେ ଏହି ଯୋଜନାରେ ଉପକୃତ ହେବେ। ସେହିପରି ଆଖୁ ଚାଷୀଙ୍କୁ ମିଳିବ ପୋତ୍ସାହନ। ବଡମ୍ବା ସମବାୟ ଚିକିକଳ ଖୋଲିବ । ଏଥିପାଇଁ ୩୫୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ରାଜ୍ୟରେ ବୃତ୍ତିଗତ ଟିକସକୁ ଉଚ୍ଛେଦ କରାଯାଇଛି। କ୍ଷୁଦ୍ର ବ୍ୟବସାୟୀ ଓ କର୍ମଚାରୀ ଦେବେନି ବୃତ୍ତିଗତ ଟିକସ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia