Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Lawrence vs Salman Khan: 'କଣ ପାଇଁ ଏତେ ଅହଂକାର'... ସଲମାନଙ୍କୁ ଲରେନ୍ସ ବିଷ୍ଣୋଇ ଭାଇର ସମାଲୋଚନା

Lawrence vs Salman Khan: 'କଣ ପାଇଁ ଏତେ ଅହଂକାର'... ସଲମାନଙ୍କୁ ଲରେନ୍ସ ବିଷ୍ଣୋଇ ଭାଇର ସମାଲୋଚନା

ମୁମ୍ବାଇ,୨୯/୦୮: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସମ୍ପର୍କୀୟ ଭାଇ ରମେଶ ବିଷ୍ଣୋଇ ସଲମାନ ଖାନଙ୍କ ବିବାଦକୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ବିଷ୍ଣୋଇ ଗ୍ୟାଙ୍ଗ ଅହିଂସାରେ ବିଶ୍ୱାସ କରେ । ଆଇନକୁ ସର୍ବୋଚ୍ଚ ବୋଲି ବିବେଚନା କରେ । ସମାଜର ନିୟମ ଅନୁଯାୟୀ ବୃକ୍ଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଜରୁରୀ ।

ଯଦି ସଲମାନ ଖାନ ଗୁରୁ ମହାରାଜଙ୍କ ସ୍ମାରକୀକୁ ଯାଇ କ୍ଷମା ମାଗନ୍ତି, ତେବେ ସମାଜ ତାଙ୍କୁ କ୍ଷମା କରିବାକୁ ବିଚାର କରିପାରେ ।

ରମେଶ ବିଷ୍ଣୋଇ କହିଛନ୍ତି ଯେ, ସଲମାନ ଖାନଙ୍କ ଠାରୁ ଏପର୍ଯ୍ୟନ୍ତ ସେପରି କୌଣସି ପଦକ୍ଷେପ ନିଆଯାଇ ନାହିଁ। ସଲମାନ କ'ଣ ଭାବୁଛନ୍ତି ଏବଂ ଏହି ପ୍ରସଙ୍ଗରେ ସେ କ'ଣ ପଦକ୍ଷେପ ନେବାକୁ ଚାହୁଁଛନ୍ତି ତାହା କେବଳ ସେ ଭଲ ଭାବରେ କହିପାରିବେ । ସେ କହିଥିଲେ, '' ଆମର ଗୁରୁ ମହାରାଜଙ୍କ ପରାମର୍ଶ ଥିଲା ଯେ, ଯଦି ଶତ୍ରୁ ଘରକୁ ଆସନ୍ତି,ତେବେ ତାଙ୍କୁ କ୍ଷମା କରିବାକୁ ପଡ଼ିବ ।ଲରେନ୍ସ କହି ନାହାଁନ୍ତି ଯେ, ସଲମାନ ମୋତେ କ୍ଷମା ମାଗିବା ଉଚିତ ଏବଂ ସମାଜ ପ୍ରତି ଆମର କୌଣସି ଘୃଣା ନାହିଁ, କିନ୍ତୁ କିଏ ମୁକ୍ତି ଧାମକୁ ଆସି କ୍ଷମା ମାଗିବାକୁ ତାଙ୍କୁ କିଏ ମନା କରୁଛି । ଜଣାନାହିଁ ସଲମାନ କଣ ଭାବୁଛନ୍ତି । ସେ କାହିଁକି ଆସୁନାହାନ୍ତି । ତାଙ୍କର କୌଣସି କଥାକୁ ନେଇ ଅହଂକାର ଅଛି ତାର ଜବାବ କେବଳ ସେ ହିଁ କେବଳ ଦେଇପାରିବେ । ''

ଏହା ବି ପଢନ୍ତୁ...Saif Ali Khan : ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ଘଟଣା , କୋର୍ଟଙ୍କ ଆଗରେ ଦୋଷ ସ୍ୱୀକାର କଲା ବାଂଲାଦେଶୀ ନାଗରିକ

ଲରେନ୍ସଙ୍କ ବିରୋଧରେ ଆମେରିକା କରିଥିବା ଅଭିଯୋଗ ଉପରେ ରମେଶ ବିଷ୍ଣୋଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଭାରତର ନ୍ୟାୟିକ ବ୍ୟବସ୍ଥା ଏବଂ ଆଇନ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି । ସେ ବିଶ୍ୱାସ କରନ୍ତି ଯେ ଲରେନ୍ସଙ୍କ ବିରୋଧରେ ଚାଲିଥିବା ମାମଲାରେ କୋର୍ଟ ଯାହା ନିଷ୍ପତ୍ତି ନେବେ, ପରିବାର ଏହାକୁ ଗ୍ରହଣ କରିବେ । ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସମ୍ପର୍କୀୟ ଭାଇ ରମେଶ ବିଷ୍ଣୋଇ କହିଛନ୍ତି ଯେ ତାଙ୍କ ଗାଁ ହେଉଛି ତାନାୱାଡି ଏବଂ ତହସିଲ ଏବଂ ଜିଲ୍ଲା ଫାଜିଲକା । ଫାଜିଲକାରେ ଥିବା ତାଙ୍କ ଗାଁ ସହ ଜଡିତ ମାମଲାରେ ଏଫଆଇଆର ବନ୍ଦ ହୋଇଯାଇଛି । ଆମେରିକାର ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ ବିଆଇ) ଅଭିଯୁକ୍ତଙ୍କୁ ପଚରାଉଚରା କରି ସେ କହିଛନ୍ତି ଯେ ଏହା ଭାରତର ନୁହେଁ ବରଂ ଅନ୍ୟ ଦେଶ ସହ ଜଡିତ ।

ଭାରତର ଆଇନ ଶୃଙ୍ଖଳା ଉପରେ ଉଠାଯାଇଥିବା ପ୍ରଶ୍ନ ବିଷୟରେ ଉଲ୍ଲେଖ କରି ରମେଶ କହିଛନ୍ତି ଯେ, ଦେଶରେ ବର୍ତ୍ତମାନର ସରକାର ଶକ୍ତିଶାଳୀ ଏବଂ ଏପରି ବ୍ୟବସ୍ଥାରେ ଜେଲରୁ ସମଗ୍ର ନେଟୱାର୍କ ଚଳାଇବା ସହଜ ନୁହେଁ। ସ୍କୁଲ ଗୁଳିକାଣ୍ଡ ବିଷୟରେ ଉଲ୍ଲେଖ କରି ସେ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସେ ବିଷ୍ଣୋଇ ଭଳି ଅପରାଧ ପଥରେ ଥିବା ଯୁବକମାନଙ୍କୁ ଫେରାଇ ଆଣି ମୁଖ୍ୟ ସ୍ରୋତକୁ ଆଣିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia