ନୂଆଦିଲ୍ଲୀ,୦୧/୦୯; ଆଉ ଦେଖିବାକୁ ମିଳିବନି ବିଶ୍ୱ ଫୁଟବଲର ମହାନାୟକ ଲିଓନେଲ ମେସିଙ୍କ ମ୍ୟାଜିକ୍ । ଫିଫା ବିଶ୍ୱକପ୍ ହେଉ ଅବା ବିଶ୍ୱର ଅନ୍ୟ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ, ଆର୍ଜେଣ୍ଟିନା ଖେଳିବ ମେସିଙ୍କ ବିନା । ସେ ଆଜି ଅନ୍ତର୍ଜାତୀୟ ଫୁଟବଲ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ହତବାକ୍ ଫୁଟବଲ୍ ପ୍ରେମୀ । ବିଶ୍ୱାସ ତ ହେଉନି !
ସତରେ କ'ଣ ସେ ଆଉ ଫୁଟବଲ ମଇଦାନରେ ଦେଖା ଦେବେ ନାହିଁ ? ହଁ ଫୁଟବଲକୁ ଅଲବିଦା କହି ସାରିଛନ୍ତି ମହାନାୟକ ଲିଓନେଲ୍ ମେସି ।
ଶତବାର୍ଷିକୀର ଫାଇନାଲ୍ ମ୍ୟାଚ୍ରେ ଚିଲି ଠାରୁ ହାରିବା ପରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସି ଗଭୀର ମର୍ମାହତ ହୋଇ ପଡ଼ିଥିଲେ । ପରାଜୟକୁ ସେ ସହଜରେ ଗ୍ରହଣ କରିପାରି ନଥିଲେ । ଏମିତିବି ସେ ପ୍ରଥମେ ମାରିଥିବା ପେନାଲ୍ଟି ମଧ୍ୟ ମିସ୍ ହୋଇଥିଲା । ମ୍ୟାଚ୍ ପରେ ଡ୍ରେସିଂ ରୁମ୍କୁ ଫେରିବା ବେଳେ ହଠାତ ସେ ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ଘୋଷଣା କରିବା ବିଷୟ ଜଣାଇଥିଲେ । ପୁଣି ସେ ଆଜି ୧୦ ବର୍ଷ ପରେ ନିଜର ଅବସର ଘୋଷଣା କରିଛନ୍ତି । ଯାହାକୁ ପ୍ରଶଂସକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସେତେବେଳେ ମେସିଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥିଲା । କିନ୍ତୁ ଏହି ବୟସରେ ସେ ୧୧୩ଟି ମ୍ୟାଚ୍ ଖେଳି ୫୫ଟି ଅନ୍ତର୍ଜାତୀୟ ଗୋଲ୍ କରି ସାରିଥିଲେ । ସେ ଆର୍ଜେଣ୍ଟିନାର ଶ୍ରେଷ୍ଠ ଗୋଲ୍ ସ୍କୋରର ଥିଲେ । ତତ୍କାଳୀନ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମୌରୀସିୟୋ ମାକରି, କିମ୍ବଦନ୍ତୀ ତାରକା ଡିଏଗୋ ମାରାଡୋନା ଓ ପ୍ରଶଂସକମାନେ ମେସି ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ଓ ସେ ଜାତୀୟ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । କିନ୍ତୁ ଏବେ ସେହି ଆହ୍ୱାନ ଦେବାକୁ ଆଉ ମାରାଡୋନା ନାହାନ୍ତି ।
ଏହା ବି ପଢନ୍ତୁ...Lionel Messi: ୨୧ ବର୍ଷ, ୨୦୭ ମ୍ୟାଚ, ୧୨୫ ଗୋଲ୍...ଏମିତି ଫୁଟବଲ ମହାନାୟକ ମେସିଙ୍କ ଅନ୍ତର୍ଜାତୀୟ ରେକର୍ଡ
ଇତିମଧ୍ୟରେ ତାଙ୍କ ପରଲୋକକୁ ୬ ବର୍ଷ ହୋଇଗଲାଣି । ମାରାଡୋନା କହିଥିଲେ, 'ମେସି ଏଭଳି ନିଷ୍ପତ୍ତି ନେବା ଠିକ୍ ହୋଇନି । ହୁଏତ ସେ ଦଳର ପରାଜୟରେ ମର୍ମାହତ ହୋଇ ଏମିତି ନିଷ୍ପତ୍ତି ନେଇଛନ୍ତି । ତେବେ ସେ ତାଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦରକାର ।" ମେସି ଫାଇନାଲ ଖେଳି ସାରି ଗଣମାଧ୍ୟମକୁ କହିଥିଲେ, 'ବର୍ତ୍ତମାନ ଯାହା ଭାବୁଛି, ଜାତୀୟ ଦଳ ସହ ମୋର ଖେଳିବା ସମୟ ଶେଷ ହୋଇଛି । ପୂର୍ବରୁ ମଧ୍ୟ ଲକର୍ ରୁମ୍(ଡ୍ରେସିଂ ରୁମ୍)ରେ ଏ ବିଷୟରେ ଭାବିଛି ।' ପରେ ପୁଣି ମେସି ନିଜର ନିଷ୍ପତ୍ତି ବଦଳାଇଥିଲେ । ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ୨୦୨୨ ଫିଫା ବିଶ୍ୱକପ୍ରେ ଚାମ୍ପିଅନ ହୋଇଥିଲା ଏବଂ ୨୦୨୬ରେ ଫାଇନାଲ ଖେଳିଥିଲା ।

