Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Lunar Eclipse 2026 ; ଆଜି ଆଂଶିକ ଚନ୍ଦ୍ରଗ୍ରହଣ, ଭାରତରେ ଦୃଶ୍ୟମାନ ହେବନି; ଓଡ଼ିଶାବାସୀଙ୍କୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ୨୦୨୮ ଯାଏଁ ଅପେକ୍ଷା

Lunar Eclipse 2026 ; ଆଜି ଆଂଶିକ ଚନ୍ଦ୍ରଗ୍ରହଣ, ଭାରତରେ ଦୃଶ୍ୟମାନ ହେବନି; ଓଡ଼ିଶାବାସୀଙ୍କୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଇଁ ୨୦୨୮ ଯାଏଁ ଅପେକ୍ଷା

ଭୁବନେଶ୍ବର ୨୮/୮ ; ଆଜି ଚଳିତ ବର୍ଷର ଦ୍ଵିତୀୟ ଚନ୍ଦ୍ରଗ୍ରହଣ । ତେବେ ଏହି ଆଂଶିକ ଚନ୍ଦ୍ର ଗ୍ରହଣ ଓଡ଼ିଶା ସମେତ ଭାରତରେ ଦେଖାଯିବ ନାହିଁ । ଭାରତୀୟ ସମୟ ଅନୁସାରେ ସକାଳ ୮ଟା ୪ ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହେବ । ସକାଳ ୯ଟା ୪୩ ମିନିଟରେ ଗ୍ରହଣ ସର୍ବାଧିକ ୯୬ ପ୍ରତିଶତରେ ପହଞ୍ଚିବ। ପୂର୍ବାହ୍ନ ୧୧ଟା ୨୨ ମିନିଟରେ ଆଂଶିକ ଗ୍ରହଣ ଶେଷ ହେବ ।

ଆହୁରି ପଢନ୍ତୁ ;- Subhadra Installment: ଆଜି ରାଖୀ ପୂର୍ଣ୍ଣିମାରେ ମିଳିବ 'ସୁଭଦ୍ରା' ଯୋଜନାର ୫ମ କିସ୍ତି,ନୟାଗଡ଼ରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଏହି ଚନ୍ଦ୍ରଗ୍ରହଣ ୟୁରୋପ, ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଓ ଦକ୍ଷିଣ ଆମେରିକା ସମେତ ପ୍ରଶାନ୍ତ, ଆଟଲାଣ୍ଟିକ ଓ ଭାରତ ମହାସାଗର ଅଞ୍ଚଳରେ ଦୃଶ୍ୟମାନ ହେବ। ଓଡ଼ିଶାବାସୀଙ୍କୁ ପରବର୍ତ୍ତୀ ପୂର୍ଣ ଚନ୍ଦ୍ରଗ୍ରହଣ ଦେଖି ବା ପାଇଁ ୨୦୨୮ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia