Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମା' ମଝିଘରିଆଣୀଙ୍କୁ ଭକ୍ତଙ୍କ ଭାବବିହ୍ୱଳ ଚିଠି: ହେ ମାଆ, ମୋର ହାତ କେବେବି ଛାଡ଼ିବୁନି, ଋଣ ବୋଝରୁ ମୁକ୍ତି ଦେବୁ....

ମା' ମଝିଘରିଆଣୀଙ୍କୁ ଭକ୍ତଙ୍କ ଭାବବିହ୍ୱଳ ଚିଠି: ହେ ମାଆ, ମୋର ହାତ କେବେବି ଛାଡ଼ିବୁନି, ଋଣ ବୋଝରୁ ମୁକ୍ତି ଦେବୁ....

ରାୟଗଡ଼ା,୦୧/୦୯: ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମଝିଘରିଆଣୀଙ୍କ ମନ୍ଦିରର ଦାନହୁଣ୍ଡି ସୋମବାର ଖୋଲାଥିଲା। ୯ଟି ଦାନହୁଣ୍ଡି ଖୋଲି ଦୀର୍ଘ ୮ ଘଣ୍ଟା ଧରି ଗଣତି କରାଯାଇଥିଲା । ସେଥିରୁ ନଗଦ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା, ୬୪ ଗ୍ରାମ ସୁନା ଓ ୧୭୬୪ ଗ୍ରାମ ରୁପା ଅଳଙ୍କାର ବାହାରିଛି । ଏଥିସହ ବିଭିନ୍ନ ଦେଶର ବିଦେଶୀ ନୋଟ ଓ ମୁଦ୍ରା ମଧ୍ୟ ମିଳିଛି ।

ଏହି ଭିତରେ ଋଣମୁକ୍ତି ପାଇଁ ଭକ୍ତ ଜଣକ ମାଙ୍କୁ ଲେଖିଥିବା ଚିଠି ମଧ୍ୟ ମିଳିଛି।

ଋଣ ବୋଝରେ ଅସହାୟ ହୋଇପଡ଼ିଛନ୍ତି ଜଣେ ଭକ୍ତ । ଚାରିଆଡ଼ୁ ନିରାଶ ହୋଇ ଶେଷରେ ମା' ମଝିଘରିଆଣୀଙ୍କ ଚରଣରେ ନିଜ ଦୁଃଖ ଜଣାଇଛନ୍ତି । ଋଣମୁକ୍ତ ହେବା ପାଇଁ ମା'ଙ୍କୁ ଏକ ଭାବବିହ୍ୱଳ ଚିଠି ଲେଖି ଦାନହୁଣ୍ଡିରେ ପକାଇଛନ୍ତି । ଦାନହୁଣ୍ଡି ଖୋଲିବା ବେଳେ ଚିଠିଟି ସାମ୍ନାକୁ ଆସିଛି । ଚିଠିଟି ପଢ଼ିବା ପରେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଭାବବିହ୍ୱଳ ହୋଇପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ :- ଖୋଲିଲା ମା' ମଝିଘରିଆଣିଙ୍କ ହୁଣ୍ଡି : ମିଳିଲା ୫୪ ଲକ୍ଷ ଟଙ୍କା, ବିଦେଶୀ ନୋଟ ସମେତ ସୁନା ଓ ରୂପା

ମା'ଙ୍କ ପ୍ରତି ଅଗାଢ଼ ବିଶ୍ୱାସ ରଖି କୋରାପୁଟ ଜିଲ୍ଲାର ସୁନୀଲ ଖରା ନାମକ ଶ୍ରଦ୍ଧାଳୁ ଏହି ଚିଠି ଲେଖିଛନ୍ତି । ଏଥିରେ ସେ ନିଜ ଦୁଃଖ, ଯନ୍ତ୍ରଣା ଓ ଅସହାୟତାର କଥା ଉଲ୍ଲେଖ କରିବା ସହ ଋଣ ବୋଝରୁ ମୁକ୍ତି ପାଇଁ ଗୁହାରି କରିଛନ୍ତି । ଚିଠିରେ ଦର୍ଶାଯାଇଛି ଯେ ସେ ପ୍ରାୟ ୨୩ ଜଣ ବ୍ୟକ୍ତିଙ୍କ ପାଖରୁ ଋଣ ନେଇଛନ୍ତି । ଏ ପର୍ଯ୍ୟନ୍ତ ପରିଶୋଧ କରିପାରିନାହାନ୍ତି । ସେ ଓ ତାଙ୍କ ପରିବାର ଭୀଷଣ ମାନସିକ ଚାପରେ ରହିଛନ୍ତି । ଏହି କଷ୍ଟରୁ ତାଙ୍କୁ ଉଦ୍ଧାର କରି ଋଣମୁକ୍ତ କରନ୍ତୁ । ଏଥିଲାଗି ନିଜକୁ ମା'ଙ୍କ ଚରଣରେ ସମପିର୍ ଦେଇଥିବା ଜଣାଇଛନ୍ତି । ଯେଉଁ ୨୩ ଜଣଙ୍କଠାରୁ ଋଣ ନେଇଛନ୍ତି, ସେମାନଙ୍କ ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia