କଟକ, ୧।୯ : ମହାନଦୀକୁ ଡେଇଁଲେ ଯୁବକ । ଶିଖରପୁର-ଜଗତପୁର ବ୍ରିଜରୁ ମହାନଦୀକୁ ଡେଇଁଲେ ଯୁବକ।ବ୍ରିଜ ଉପରେ ବାଇକ୍ ଓ ପରିଚୟ ପତ୍ର ରଖି ଦେଇ ମହାନଦୀକୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ମହାନଦୀରେ ଅଗ୍ନିଶମ ବାହିନୀ ପକ୍ଷରୁ ତଲାସି ଅଭିଯାନ ଜାରି ରହିଛି।
ତେବେ କେଉଁ କାରଣରୁ ଯୁବକ ଜଣକ ମହାନଦୀକୁ ଡେଇଁଲେ ଜଣାପଡି ନାହିଁ।
ଆହୁରି ପଢନ୍ତୁ : ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ସାଂସ୍କୃତିକ ଦଳ : 'ଯେଉଁ କାମ କରୁଛନ୍ତି, ସେଥିରେ ଶ୍ରେଷ୍ଠତା ପ୍ରତିପାଦନ କରନ୍ତୁ'

