Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Manmohan Samal: ଦୁଇ ବର୍ଷର ସରକାରଙ୍କ ଉପଲବ୍ଧି କ'ଣ ? ରିପୋର୍ଟ କାର୍ଡ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

Manmohan Samal: ଦୁଇ ବର୍ଷର ସରକାରଙ୍କ ଉପଲବ୍ଧି କ'ଣ ? ରିପୋର୍ଟ କାର୍ଡ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର, ୩୧/୦୫: ୨ ବର୍ଷ ସରକାରର କ'ଣ ରହିଛି ଉପଲବ୍ଧି । ରାଜ୍ୟ ବିଜେପି ସଭାପତିଙ୍କୁ ତଥ୍ୟ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ମନମୋହନ ସାମଲ ରିପୋର୍ଟ ପ୍ରଦାନ କରିବେ । ସେ କହିଛନ୍ତି ରାଜ୍ୟ ସରକାରକୁ ଦୁଇ ପୁର୍ତ୍ତି କାର୍ଯ୍ୟକ୍ରମକୁ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହ ପ୍ରକାଶ କରିଛନ୍ତି ।

ତାରିଖ ଧାର୍ଯ୍ୟ ହେଲେ ପିଏମଙ୍କ ଗସ୍ତ ବିବରଣୀ ଜଣାପଡିବ ।

ସେପଟେ, ରାଜ୍ୟ ସରକାର ଦୁଇ ବର୍ଷ ମଧ୍ୟରେ କ'ଣ ଉପଲବ୍ଧି କରିଛନ୍ତି ସେ ନେଇ ବିଜେପି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଂଚାୟତ ଠାରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏନେଇ ଚିଠା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର କାର୍ଯ୍ୟକ୍ରମ ଘୋଷଣା ହେବ ବୋଲି ମନମୋହନ ସାମଲ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia