Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Maoist Saluka: ଦୁର୍ଦ୍ଦାନ୍ତ ମାଓବାଦୀ ସାଲୁକାଙ୍କ ଘରେ ଲାଗିଲା ଲଟ୍‌କା, ମୁଣ୍ଡ ଉପରେ ଅଛି ୩୨ ଲକ୍ଷ ଟଙ୍କା

Maoist Saluka: ଦୁର୍ଦ୍ଦାନ୍ତ ମାଓବାଦୀ ସାଲୁକାଙ୍କ ଘରେ ଲାଗିଲା ଲଟ୍‌କା, ମୁଣ୍ଡ ଉପରେ ଅଛି ୩୨ ଲକ୍ଷ ଟଙ୍କା

ରାଉରକେଲା,୦୨/୦୮: ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଜୋନାଲ କମିଟି ସଦସ୍ୟ ସାଲୁକା କାୟମ ଓରଫ ଭୁବନେଶ୍ୱର ଓରଫ ମରୁରଙ୍କ ଘରେ ଝାଡ଼ଖଣ୍ଡ ପୁଲିସ୍ ଲଗାଇଛି ଲଟ୍‌କା । ସେ ଏବେ ଫେରାର ଅଛନ୍ତି । ୨୦୨୩ ଡିସେମ୍ବରରେ ସରଣ୍ଡାରେ ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତି ସାଲୁକା ନାଁରେ ରହିଛି । ତେଣୁ ତା ମୁଣ୍ଡ ଉପରେ ଓଡ଼ିଶା ସରକାର ୩୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଅଧିକ ପଢ଼ନ୍ତୁ :- କଳୀ ମନ୍ଦିରରେ ନିଜ ଜିଭ ନିଜେ କାଟି ଦେଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଝାଡ଼ଖଣ୍ଡ ସୋନୁଆ ଥାନା ଅନ୍ତର୍ଗତ କୁଦାବୁରୁ ଗ୍ରାମର କାୟମଟୋଲା ନିବାସୀ ସାଲୁକା ମାଓ ସଂଗଠନରେ ସାମିଲ ହେବା ପରେ କେନ୍ଦ୍ରୀୟ କମିଟି ସଦସ୍ୟ ମିଶିର ବେସ୍ରା ଓ ରାଜ୍ୟ କମିଟି ସଦସ୍ୟ ଅନମୋଲ ହେମ୍ବ୍ରମ ଓରଫ ସମରଜୀ ସହ ମିଶି ସରଣ୍ଡା ଓ ଏହାର ଆଖପାଖ ଅଞ୍ଚଳରେ ହିଂସାକାଣ୍ଡ ଘଟଣା ଘଟାଇ ଚାଲିଥିଲେ । ମିଶିର ବେସ୍ରା ପୁଲିସ୍ ହାତରେ ଧରାପଡ଼ିଥିବା ବେଳେ ଯବାନଙ୍କ ଏନ୍କାଉଣ୍ଟରରେ ସମରଜୀଙ୍କ ମୃତ୍ୟୁ ଘଟି ସାରିଛି । ନିକଟରେ ୧୬ରୁ ଅଧିକ ମାଓବାଦୀ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଏକାକୀ ରହିଛନ୍ତି ସାଲୁକା । ତାଙ୍କ ନାମରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ପୁଲିସ୍ରେ ଏକାଧିକ ମାମଲା ରହିଛି । ତେବେ ୨୦୨୩ରେ ଏକ ହିଂସାକାଣ୍ଡ ଘଟଣାରେ ସେ ସାମିଲ ଥିବାରୁ ତାଙ୍କ ନାମରେ ଚାଇଁବସା କୋର୍ଟରୁ ଜାମିନ୍ ବିହୀନ ଗିରଫ ପରୱାନା ଜାରି ହୋଇଥିଲା । ତାଙ୍କୁ ଧରିବାକୁ ଉଭୟ ଓଡ଼ିଶା ଏବଂ ଝାଡ଼ଖଣ୍ଡ ପୁଲିସ୍ ଉଦ୍ୟମ ଜାରି ରଖିଛନ୍ତି । ତେବେ କୋର୍ଟଙ୍କ ଆଦେଶ ନେଇ ସୋନୁଆ ପୁଲିସ୍ ତାଙ୍କ ଘରେ ଲଟ୍‌କା ଲଗାଇଛି । ଏହି ଲଟ୍‌କାରେ ତାଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia