ମିଳିଥିବା ସୂଚନା ଅନୁଯାୟୀ, ମୃତକ ସମସ୍ତ ବ୍ୟକ୍ତି ଦିଣ୍ଡୋରୀ ସ୍ଥିତ ଇନ୍ଦୋର ଗାଁର ଦରଗୁଡେ ପରିବାରର ସଦସ୍ୟ । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି, ଯେଉଁଥିରେ ଜଣେ ୭ ବର୍ଷର ଶିଶୁକନ୍ୟା ମଧ୍ୟ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସୁନୀଲ ଦରଗୁଡେ, ତାଙ୍କ ପତ୍ନୀ ଏବଂ ତାଙ୍କ ଝିଅଙ୍କର ମଧ୍ୟ ଏହି ଦୁଃଖଦ ମୃତ୍ୟୁ ଘଟିଛି ।
ଏହା ବି ପଢ଼ନ୍ତୁ... ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀ ସେବା ଯୋଗାଇ ଦେବା ରେଳବାଇର ପ୍ରାଥମିକତା: ଅଶ୍ବିନୀ ବୈଷ୍ଣବ
କୁହାଯାଉଛି ଯେ, ଦରଗୁଡ଼େ ପରିବାର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ । ଫେରିବା ବାଟରେ ହଠାତ୍ ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ, ଫଳରେ ଗାଡ଼ିଟି ସିଧାସଳଖ ପାଣି ଭର୍ତ୍ତି କୂଅ ଭିତରକୁ ପଶିଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଏବଂ ପ୍ରଶାସନିକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତିର ଅନ୍ଧକାର ଏବଂ କୂଅରେ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟ ବେଶ୍ କଷ୍ଟକର ହୋଇପଡ଼ିଥିଲା । ପରବର୍ତ୍ତୀ ସମୟରେ ଏନ୍ଡିଆ୍ଏଫ୍ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବହୁ ବାଧା ଉପୁଜିଥିଲେ ମଧ୍ୟ କଠିନ ପରିଶ୍ରମ ପରେ କୂଅ ଭିତରୁ କାର୍ ଏବଂ ଶବଗୁଡ଼ିକୁ ବାହାର କରାଯାଇଥିଲା । ପୁଲିସ ସମସ୍ତ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତରୁ ଗାଡ଼ିରୁ ନିୟନ୍ତ୍ରଣ ହରାଇବା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ତଥାପି ଦିଣ୍ଡୋରୀ ପୁଲିସ ଅନ୍ୟ ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ଏହି ହୃଦୟବିଦାରକ ଘଟଣା ପରେ ସ୍ଥାନୀୟ ଗାଁରେ ଏବେ କେବଳ କାନ୍ଦବୋବାଳି ଶୁଣିବାକୁ ମିଳୁଛି ।