Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Mega Missile Test: ୨୫୦୦ କିମି ରେଞ୍ଜ, ସମୁଦ୍ର ଖାଲି କରିବାକୁ ନୋଟମ୍‌...ଭାରତ କେଉଁ ମିସାଇଲ୍ କରିବ ପରୀକ୍ଷଣ ?

Mega Missile Test: ୨୫୦୦ କିମି ରେଞ୍ଜ, ସମୁଦ୍ର ଖାଲି କରିବାକୁ ନୋଟମ୍‌...ଭାରତ କେଉଁ ମିସାଇଲ୍ କରିବ ପରୀକ୍ଷଣ ?

ନୂଆଦିଲ୍ଲୀ,୦୨/୦୮; ଆସନ୍ତା ଅଗଷ୍ଟ ୬-୭ ତାରିଖରେ ଓଡ଼ିଶା ଉପକୂଳରରୁ ଭାରତ ବଡଧରଣର କ୍ଷେପଣାସ୍ତ୍ର ପରୀକ୍ଷା କରିବାକୁ ଯାଉଛି । ଏଥିପାଇଁ ନୋଟମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି । ବଙ୍ଗୋପ ସାଗର ଠାରୁ ଆରମ୍ଭ କରି ଭାରତ ମହାସାଗର ପର୍ଯ୍ୟନ୍ତ ୨,୫୩୦ କି.ମି ଅଞ୍ଚଳ ଲାଗି ସତର୍କ ସୂଚନା ଦିଆଯାଇଛି । ଯାହାଫଳରେ ଏହି ସମୟ ସୀମା ଭିତରେ କୌଣସି ବିମାନ କିମ୍ବା ଜାହାଜ ପ୍ରବେଶ ଉପରେ କଟକଣା ରହିବ ।

ମିସାଇଲ ପରୀକ୍ଷା ସମୟରେ କୌଣସି ବିମାନ ଆକାଶ ମାର୍ଗରେ ଏହାର ଟାର୍ଗେଟକୁ ଚାଲିଆସିବା କିମ୍ବା ମିସାଇଲର ଟୁକୁଡା ସମୁଦ୍ରରେ କୌଣସି ଜାହାଜ ଉପରେ ପଡିବାର ଆଶଙ୍କା ଦୃଷ୍ଟିରୁ ଏହି ସୂଚନା ଜାରି କରାଯାଇଛି । ସାଧାରଣତଃ ବଙ୍ଗୋପସାଗର କିମ୍ବା ଆରବ ସାଗର ପାଇଁ ଏଭଳି ସୂଚନା ଜାରି କରାଯାଇଥାଏ । ବିଶେଷକରି ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଡିଆରଡିଓ (ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଙ୍ଗଠନ) ଓ ଏସ୍ଏଫସି (ଷ୍ଟ୍ରାଟେଜିକ ଫୋର୍ସେସ କମାଣ୍ଡ) ପକ୍ଷରୁ ସୂଚନା ଜାରି କରିଥାନ୍ତି । ବର୍ତ୍ତମାନ ଭାରତ ମହାସାଗର ପାଇଁ ଏଭଳି ସୂଚନା ଦିଆଯାଇଛି ।

ଏହା ବି ପଢନ୍ତୁ...Earthquake: ସକାଳୁ ଭୂମିକମ୍ପ ଝଟ୍କାରେ ଥରିଲା ଦିଲ୍ଲୀ; ତୀବ୍ରତା ୨.୯ ରେକର୍ଡ, ଲୋକ ଛାନିଆ

ଅଗଷ୍ଟ ୬ ତାରିଖ ସନ୍ଧ୍ୟା ୬ରୁ ଅଗଷ୍ଟ ୭ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ୨,୫୩୦ କି.ମି. ଅଞ୍ଚଳ କଥା ଦେଖିଲେ କୌଣସି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ ହେବାର ସମ୍ଭାବନା ରହିଛି । ଡିଆରଡିଓ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ପର୍କରେ କୌଣସି ସୂଚନା ଦେଇନାହିଁ । କିନ୍ତୁ କୁହାଯାଉଛି କି ଏପିଜେ ଅବଦୁଲ କମଲା ଦ୍ୱୀପରୁ ନେକ୍ସଟ ଜେନେରେସନ ଭୂପୃଷ୍ଠ ଆଧାରିତ ଅଗ୍ନି ମିସାଇଲ ସିଷ୍ଟମ କିମ୍ବା କେ-୪ ବୁଡାଜାହାଜ ଆଧାରିତ ବାଲିଷ୍ଟିକ ମିସାଇଲ (ଏସ୍ଏଲ୍ବିଏମ୍) ର ପରୀକ୍ଷା କରାଯାଇପାରେ । ପରୀକ୍ଷା ବେଳେ ମିସାଇଲର ସଠିକତା, ମାର୍ଗଦର୍ଶନ ପ୍ରଣାଳୀ, ଏକାଧିକ ଯୁଦ୍ଧାସ୍ତ୍ର ତଥା ଉନ୍ନତ ପ୍ରଯୁକ୍ତି କୌଶଳର ଯାଞ୍ଚ କରାଯିବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia