ମାଲକାନଗିରି, ୦୩\୮: ମାଲକାନଗିରି ପୁଲିସକୁ ସଫଳତା । ହଜିଥିବା ଏବଂ ଚୋରି ହୋଇଥିବା ଫୋନ୍ ଉଦ୍ଧାର ମେଳା କାର୍ଯ୍ୟକ୍ରମରେ ୩୪ଟି ମୋବାଇଲ୍ ଫେରାଇଛି ପୁଲିସ । ମାଲକାନଗିରି ସାଇବର ଥାନା ଏବଂ ସାଇବର ସେଲର ମିଳିତ ଉଦ୍ୟମରେ ଉଦ୍ଧାର ହୋଇଛି ଫୋନ୍ । ସୋମବାର ମୋଟ୍ ୩୪ଟି ମୋବାଇଲ ଫୋନ୍ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।
ହଜି ଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଫୋନ୍ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ମାଲକାନଗିରି ପୋଲିସ ପକ୍ଷରୁ ଦୃଢ଼ ପ୍ରୟାସ ଜାରି ରହିଛି ।

ଜିଲ୍ଲା ସଦରସ୍ଥିତ ସାଇବର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ରଶ୍ମି ରଞ୍ଜନ ସେନାପତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଲକାନଗିରି ଏସ୍ପିଙ୍କ ନେତୃତ୍ୱରେ ହଜି ଯାଇଥିବା ଓ ଚୋରି ହୋଇଥିବା ମୋବାଇଲ ଉଦ୍ଧାରକୁ ପ୍ରାଥମିକତା ଦିଆଯାଉଛି । ସାଇବର ଥାନା ଓ ସାଇବର ସେଲର ମିଳିତ ପ୍ରୟାସରେ ଚୋରି ଓ ହଜିଯାଇଥିବା ମୋବାଇଲଗୁଡ଼ିକୁ ଠାବ କରାଯାଇ ସେଗୁଡ଼ିକୁ ସଫଳତାର ସହ ଉଦ୍ଧାର କରାଯାଇଛି ।

ଅତିରିକ୍ତ ଏସ୍ପି ସାଧାରଣ ଲୋକଙ୍କୁ ଅନୁରୋଧ କରି କହିଥିଲେ ଯେ, କାହାର ମୋବାଇଲ ଫୋନ୍ ହଜିଗଲେ କିମ୍ବା ଚୋରି ହେଲେ ରିପୋର୍ଟ କରନ୍ତୁ । ତୁରନ୍ତ ନିକଟସ୍ଥ ଥାନାରେ ଯାଇ ଅଭିଯୋଗ ଦାଖଲ କରନ୍ତୁ । ଅଭିଯୋଗ ପଞ୍ଜିକୃତ ହେଲେ ସିଇଆଇଆର୍ ପୋର୍ଟାଲ ମାଧ୍ୟମରେ ମୋବାଇଲକୁ ଟ୍ରାକ୍ କରି ଉଦ୍ଧାର କରିବା ସହ ପ୍ରକୃତ ମାଲିକଙ୍କ ନିକଟକୁ ଫେରାଇବା ସମ୍ଭବ ହୋଇପାରିବ ।
ମାଲକାନଗିରି ପୋଲିସ ପକ୍ଷରୁ ଏହି ସଚେତନତା ବାର୍ତ୍ତା ରହିଛି । ମୋବାଇଲ ହଜିବା କିମ୍ବା ଚୋରି ଘଟଣାକୁ ଲୁଚାଇ ନରଖି ତୁରନ୍ତ ପୋଲିସକୁ ଜଣାଇବାକୁ ଅନୁରୋଧ । ଫଳରେ ପୁଲିସ ଚୋରକୁ ଧରିବାରେ ସଫଳ ହେବ ଏବଂ ମୋବାଇଲ ମାଲିକ ମଧ୍ୟ ଖୁବଶିଘ୍ର ନିଜ ଫୋନ୍ ଫେରି ପାଇବେ ।

