ନୂଆଦିଲ୍ଲୀ - ମୋଟର ଯାନ ଦୁର୍ଘଟଣା କ୍ଷତିପୂରଣ ସମ୍ବନ୍ଧୀୟ ମାମଲାରେ ସୁପ୍ରିମ୍ କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। କୋର୍ଟ କହିଛନ୍ତି ଯେ, କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କାର୍ ଭିତରେ ହୋଇଗଲେ କିମ୍ବା କାରଟି ଘଟଣାର ଏକ ଅଂଶ ଥିଲା ବୋଲି ଏହାକୁ ଆପେ ଆପେ ମୋଟର ଦୁର୍ଘଟଣା ବୋଲି ଗ୍ରହଣ କରାଯାଇ ପାରିବ ନାହିଁ। କ୍ଷତିପୂରଣର ଦାବି ସେତେବେଳେ ହିଁ ସ୍ୱୀକାର କରାଯିବ, ଯେତେବେଳେ ପ୍ରମାଣିତ ହେବ ଯେ, ଗାଡ଼ିର ବ୍ୟବହାର ଏବଂ ମୃତ୍ୟୁ ମଧ୍ୟରେ ପ୍ରତ୍ୟକ୍ଷ କିମ୍ବା ପର୍ଯ୍ୟାପ୍ତ ଆଇନଗତ କାରଣ ସମ୍ପର୍କୀୟ ସମ୍ବନ୍ଧ ରହିଥିଲା।
କ'ଣ ଥିଲା ପୁରା ମାମଲା ଏବଂ କ୍ଷତିପୂରଣ ଦାବି ?
ସୁପ୍ରିମ୍ କୋର୍ଟ ବଦଳାଇ ଦେଲେ ପୁରୁଣା ରାୟ-
ସୁପ୍ରିମ୍ କୋର୍ଟରେ ଏହି ମାମଲାର ଶୁଣାଣି ବିଚାରପତି ସଞ୍ଜୟ କରୋଲ ଏବଂ ବିଚାରପତି ଅଗଷ୍ଟିନ୍ ଜର୍ଜ ମସୀହଙ୍କ ଖଣ୍ଡପୀଠ କରିଥିଲେ। ତଥ୍ୟକୁ ଅନୁଧ୍ୟାନ କରି କୋର୍ଟ କହିଥିଲେ ଯେ, Motor Vehicles Act ଅଧୀନରେ କ୍ଷତିପୂରଣ ପାଇବା ପାଇଁ କେବଳ ଘଟଣାସ୍ଥଳରେ ଗାଡ଼ି ଉପସ୍ଥିତ ରହିବା ଯଥେଷ୍ଟ ନୁହେଁ।
ନ୍ୟାୟାଳୟ କହିଛନ୍ତି ଯେ, ଦାବିଦାରଙ୍କୁ ଗାଡ଼ିର ବ୍ୟବହାର ଏବଂ ମୃତ୍ୟୁ କିମ୍ବା ଆଘାତ ମଧ୍ୟରେ ଏକ ଆଇନଗତ କାରଣସମ୍ପର୍କୀୟ ସମ୍ବନ୍ଧ ସ୍ଥାପନ କରିବାକୁ ପଡ଼ିବ। ଗାଡ଼ି ଏବଂ ମୃତ୍ୟୁ ମଧ୍ୟରେ ବାସ୍ତବିକ ତଥା ପ୍ରମାଣିତ ସମ୍ପର୍କ ଥିବା ଆବଶ୍ୟକ। ଯଦି ଏହି ସମ୍ପର୍କ ପ୍ରମାଣିତ ନହୁଏ, ତେବେ ଗାଡ଼ି ମାଲିକ ଏବଂ ବୀମା କମ୍ପାନୀ ଉପରେ କୌଣସି ଦାୟିତ୍ୱ ରହିବ ନାହିଁ। ଏହା ହିଁ ଏହି ନିଷ୍ପତ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଇନଗତ ସିଦ୍ଧାନ୍ତ।
ବୀମା କମ୍ପାନୀ ଏବଂ ଦାବିଦାରଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ?
ଦେଖିବାକୁ ଗଲେ ,ଏହି ରାୟ ବୀମା କମ୍ପାନୀ ଏବଂ କ୍ଷତିପୂରଣ ଦାବି କରୁଥିବା ଉଭୟ ପକ୍ଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏପରି ମାମଲାରେ ଏବେ କେବଳ ଏହି ଯୁକ୍ତି ଯଥେଷ୍ଟ ହେବ ନାହିଁ ଯେ ଘଟଣାରେ କାର୍ ସାମିଲ ଥିଲା। ଦାବିଦାରଙ୍କୁ ଗାଡ଼ି ଏବଂ ମୃତ୍ୟୁ ମଧ୍ୟରେ ପ୍ରମାଣ ସହ ଆଇନଗତ ସମ୍ପର୍କ ସିଦ୍ଧ କରିବାକୁ ପଡ଼ିବ। ଅନ୍ୟପଟେ ବୀମା କମ୍ପାନୀଗୁଡ଼ିକ ମଧ୍ୟ କେବଳ ବୈଷୟିକ/ଟେକ୍ନିକାଲ୍ ଆଧାରରେ ସବୁ ଦାବିକୁ ଖାରଜ କରି ପାରିବେ ନାହିଁ।
ଆହୁରି ମଧ୍ୟ ପଢନ୍ତୁ - Divya Bharti : ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସୁଟିଂ କରି ଥିଲେ ଦିବ୍ୟା ଭାରତୀ, ଫିଲ୍ମ ରାଇଟର ଅନୀସ ବଜମୀଙ୍କ ନୂଆ ଖୁଲାସା
ବିବାଦରେ ମୋଟର ଭେହିକିଲ୍ ଆକ୍ଟର ଲାଗିଥିବା ଧାରାଗୁଡ଼ିକ କ'ଣ କହୁଛି?

