Dailyhunt
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରେକର୍ଡ ସଫଳତା ! ୩,୪୪୪ କୋଟି ବ୍ୟୟରେ ୯୯% କାମ ଶେଷ

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରେକର୍ଡ ସଫଳତା ! ୩,୪୪୪ କୋଟି ବ୍ୟୟରେ ୯୯% କାମ ଶେଷ

ଭୁବନେଶ୍ୱର, ୮।୪: ରାଜ୍ୟର ଗ୍ରାମାଞ୍ଚଳ ଭିତ୍ତିଭୂମିର ରୂପରେଖ ବଦଳାଇବା ଦିଗରେ ବଡ଼ ସଫଳତା ପାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଭାଗୀୟ ମନ୍ତ୍ରୀ ରବି ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ବାର୍ଷିକ ସଫଳତା, ବଜେଟ ଖର୍ଚ୍ଚ ଏବଂ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ସବିଶେଷ ତଥ୍ୟ ରଖିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ବର୍ତ୍ତମାନ ସୁଦ୍ଧା ନିଜର ୮୯.୪୭ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି ।

PMGSY: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନୂତନ ଭାବେ ୧୭୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ କେନ୍ଦ୍ରରୁ ମଞ୍ଜୁରୀ ମିଳିଛି । ୫୨୫.୯୦ କିଲୋମିଟର ରାସ୍ତା ସହ ୨୭ଟି ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇଛି ।

MMSY: ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପ୍ରାୟ ୩୪୪୪.୪୧ କୋଟି ଟଙ୍କା ବ୍ୟୟରେ ୯୯.୭୯ ପ୍ରତିଶତ କାମ ଶେଷ ହୋଇଛି । ଏହା ଅଧୀନରେ ୬୩୫.୧୨ କିଲୋମିଟର ରାସ୍ତା ନିର୍ମାଣ ହୋଇଛି ।

୨୦୨୫-୨୬ ଲକ୍ଷ୍ୟ: ଚଳିତ ଆର୍ଥିକ ବର୍ଷରେ ମୋଟ ୪୭୦୦ କିଲୋମିଟର ରାସ୍ତା ନିର୍ମାଣର ଲକ୍ଷ୍ୟ ରଖାଯାଇଛି ।

ଏହା ବି ପଢ଼ନ୍ତୁ... ଝଡ଼ତୋଫାନ ବେଳେ ଗଛ ପଡ଼ି ଚାଲିଗଲା ଯବାନଙ୍କ ଜୀବନ, ଚିକିତ୍ସାଧୀନ ଅବସ୍ଥାରେ କୋବ୍ରା ବାହିନୀର ଯବାନ ଶହୀଦ

ନକ୍ସଲ ପ୍ରଭାବିତ ଅଞ୍ଚଳ ଉପରେ ଗୁରୁତ୍ୱ:

ଦୁର୍ଗମ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ବିଭାଗ ପକ୍ଷରୁ ୧୭୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏଠାରେ ୩୦୧୮.୭୯ କିଲୋମିଟର ରାସ୍ତା ସହ ୫୫ଟି ପ୍ରକଳ୍ପ ସଫଳତାର ସହ ଶେଷ ହୋଇଛି । ରାଜ୍ୟରେ ନଦୀ ଓ ନାଳ ଉପରେ ଯୋଗାଯୋଗକୁ ସହଜ କରିବା ପାଇଁ ବିଭାଗ ପକ୍ଷରୁ 'ସେତୁବନ୍ଧ ଯୋଜନା'କୁ ବ୍ୟାପକ କରାଯାଉଛି । ଆଗାମୀ ଦିନରେ ୫ ହଜାର ସେତୁ ଏବଂ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣର ଲକ୍ଷ୍ୟ ରହିଛି । ବିଭାଗକୁ ମିଳିଥିବା ୫୦୦ ସେତୁ ନିର୍ମାଣ ଦାୟିତ୍ୱ ମଧ୍ୟରୁ ୨୯୪ଟି ବ୍ରିଜ୍ କାମ ସରିଛି ଏବଂ ୩୭୪ଟି ନୂଆ ବ୍ରିଜ୍ ପାଇଁ ଅନୁମୋଦନ ମିଳିଛି ।

ଜିରୋ କନେକ୍ଟିଭିଟି ଲକ୍ଷ୍ୟ:

ମନ୍ତ୍ରୀ କହିଛନ୍ତି ଯେ, ବିଭାଗର ମୋଟ ବଜେଟ ଅଟକଳ ୮୫୮୦.୨୪ କୋଟି ଟଙ୍କା ରହିଛି । ରାଜ୍ୟର କୌଣସି ବି ଗାଁ ଯେପରି ମୁଖ୍ୟ ରାସ୍ତାରୁ ବିଚ୍ଛିନ୍ନ ହୋଇ ରହିବ ନାହିଁ, ସେଥିପାଇଁ 'ଜିରୋ କନେକ୍ଟିଭିଟି'କୁ ଆଗାମୀ ଦିନର ମୁଖ୍ୟ ଲକ୍ଷ୍ୟ ଭାବେ ଗ୍ରହଣ କରାଯାଇଛି । ୫୨୧୧ କିଲୋମିଟର ରୋଡ୍ ସହ ୨୧୭୯ଟି ରାସ୍ତା ନିର୍ମାଣ ଶେଷ । ୨୯୪ଟି ସେତୁ କାମ ଶେଷ, ୩୭୪ଟି ନୂଆ ସେତୁକୁ ମଞ୍ଜୁରୀ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia