ନୂଆଦିଲ୍ଲୀ: ରାଜସ୍ଥାନର ଦମଦାର ବ୍ୟାଟିଂ । ମୁମ୍ବାଇ ଆଗରେ ରଖିଲା ୨୦୬ ରନର ବିଜୟ ଲକ୍ଷ୍ୟ । ୮ ଓ୍ବିକେଟ ବିନିମୟରେ ୨୦୫ ରନ କରିଛି ରାଜସ୍ଥାନ । ଦଳ ପକ୍ଷରୁ ଧ୍ରୁବ ଜୁରେଲ ସର୍ବାଧିକ ୩୮ ରନ କରିଛନ୍ତି ।
ମୁମ୍ବାଇ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ।
ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ । ମାତ୍ର ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଜୟସ୍ବାଲ ୨୭ ରନ କରିଥିବାବେଳେ ସୂର୍ଯବଂଶୀଙ୍କ ବ୍ୟାଟ୍ ଚାଲିନଥିଲା । ସେ ମାତ୍ର ୪ ରନ କରି ଆଉଟ୍ ହୋଇଥିଲେ ।
ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜୁରେଲ ୩୮, ପରାଗ ୧୪, ସନାକା ୨୯, ଆାର୍ଚନ ୩୨ ରନ କରିଥିଲେ । ଶେଷ ଓଭର ଗୁଡ଼ିକରେ ବର୍ଗର ଏବଂ ଜାଡେଜା ଭଲ ସ୍କୋର କରିଥିଲେ । ଜାଡେଜା ୧୯ ରନ କରିଥିବାବେଳେ ବର୍ଗର ୩ ବଲରେ ୧୦ ରନ କରିଛନ୍ତି । ସେପଟେ ମୁ୍ମ୍ବାଇ ପକ୍ଷରୁ ଚହର ଏବଂ ସାର୍ଦ୍ଧୁଲ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି ।

