Dailyhunt
ମୁଣ୍ଡ ନୁଆଁଇଲେ ଟ୍ରମ୍ପ, ଇରାନ-ଆମେରିକା ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ, ୧୦ ସୂତ୍ରୀ ପ୍ରସ୍ତାବ ଉପରେ ହେବ ଆଲୋଚନା

ମୁଣ୍ଡ ନୁଆଁଇଲେ ଟ୍ରମ୍ପ, ଇରାନ-ଆମେରିକା ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ, ୧୦ ସୂତ୍ରୀ ପ୍ରସ୍ତାବ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ, ୦୮/୦୪ : ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି। ୨ ସପ୍ତାହ ପାଇଁ ବନ୍ଦ ରହିବ ରକ୍ତପାତ। ଅସ୍ତ୍ରବିରତି ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହୋର୍ମୁଜ୍ ପ୍ରଣାଳୀକୁ ଖୋଲିବାକୁ ଇରାନ ରାଜି ହେବା ପରେ ଯୁଦ୍ଧ ବିରତି ଘୋଷଣା ହୋଇଛି। ଟ୍ରମ୍ପ କହିଛନ୍ତି ଯେ, ଇରାନର ୧୦ ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନାମୁଖ୍ୟଙ୍କ ଅନୁରୋଧ ପରେ ଯୁଦ୍ଧ ଟଳିଲା। ଦୁଇ ସପ୍ତାହ ମଧ୍ୟରେ ଉଭୟ ପକ୍ଷରୁ କୌଣସି ଆକ୍ରମଣ ହେବ ନାହିଁ।

'ଆମେରିକା ତା'ର ଲକ୍ଷ୍ୟ ହାସଲ କରି ସାରିଛି'
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଆମେରିକା ତାର ସାମରିକ ଉଦ୍ଦେଶ୍ୟ ହାସଲ କରିସାରିଛି ଏବଂ ବର୍ତ୍ତମାନ ଇରାନ ସହିତ ଏକ ଦୀର୍ଘକାଳୀନ ଶାନ୍ତି ଚୁକ୍ତିନାମା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଇରାନରୁ ଏକ ୧୦ ସୂତ୍ରୀ ପ୍ରସ୍ତାବ ମିଳିଛି। ଏନେଇ ଆଲୋଚନା କରାଯିବ। ଆମେରିକା ଏବଂ ଇରାନ ମଧ୍ୟରେ ଅଧିକାଂଶ ଦୀର୍ଘକାଳୀନ ବିବାଦ ଉପରେ ସହମତି ହୋଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଚୁକ୍ତିନାମାକୁ ଚୂଡ଼ାନ୍ତ ର ପାଇଁ ପ୍ରୟାସ କରାଯିବ। ଯଦି ସବୁକିଛି ଯୋଜନା ଅନୁଯାୟୀ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଖୁବଶୀଘ୍ର ବନ୍ଦ ହୋଇଯିବ, ଶାନ୍ତି ଫେରିବ।

ଇରାନର ୧୦ ସୂତ୍ରୀ ପ୍ରସ୍ତାବ

୧-ଅହିଂସା ପ୍ରତି ପ୍ରତିବଦ୍ଧତା
୨-ହୋର୍ମୁଜ୍ ପ୍ରଣାଳୀ ଉପରେ ଇରାନର ନିୟନ୍ତ୍ରଣ
୩-ୟୁରାନିୟମ୍ ସମୃଦ୍ଧିକୁ ଅନୁମୋଦନ
୪-ଆମେରିକା ଦ୍ଵାରା ଲାଗିଥିବା ସମସ୍ତ ପ୍ରାଥମିକ କଟକଣା ପ୍ରତ୍ୟାହାର
୫-ଇରାନ ଉପରେ ଲାଗିଥିବା ସମସ୍ତ ଦ୍ୱିତୀୟ କଟକଣା ପ୍ରତ୍ୟାହାର
୬- ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ପ୍ରସ୍ତାବର ସମାପ୍ତି
୭-ପ୍ରଶାସକ ମଣ୍ଡଳୀର ସମସ୍ତ ପ୍ରସ୍ତାବର ସମାପ୍ତି
୮-ଇରାନକୁ କ୍ଷତିପୂରଣ ଦିଆଯିବ
୯-ଇରାନରୁ ଆମେରିକୀୟ ସାମରିକ ବାହିନୀ ପ୍ରତ୍ୟାହାର
୧୦-ଲେବାନନରେ ହିଜବୁଲ୍ଲା ବିରୋଧରେ ଯୁଦ୍ଧ ସମେତ ସମସ୍ତ ମୋର୍ଚ୍ଚାରେ ଯୁଦ୍ଧବିରତି

​​​​​​​ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଇସଲାମାବାଦରେ ଆମେରିକା ସହ ୧୦ ସୂତ୍ରୀ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ଅସ୍ତ୍ରବିରତିର ଅର୍ଥ ଯୁଦ୍ଧ ସମାପ୍ତି ନୁହେଁ। ଏବେବି ଟ୍ରିଗର ଆମ ହାତରେ ଅଛି। କିଛିବି ଏପଟ ସେପଟ ହେଲେ ପୁରା ଦମ୍‌ ରେ ଜବାବ ଦିଆଯିବ। ସୂଚନା ଥାଉକି, ପ୍ରାୟ ୧୫ ଦିନ ଯାଏଁ ଏହି ଆଲୋଚନା ଚାଲିପାରେ। ଉଭୟ ପକ୍ଷ ଏଥିରେ ସହମତ ହେଲେ ଯୁଦ୍ଧ ବନ୍ଦ ହୋଇପାରେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia