ନୂଆଦିଲ୍ଲୀ,୭/୪ : ପାକିସ୍ତାନ ସୁପର ଲିଗ୍ ୨୦୨୬ରେ ଅଘଟଣ । ମୁଣ୍ଡରେ ବଲ୍ ବାଜି ଷ୍ଟାର୍ ଖେଳାଳୀ ଆହତ । ଇସଲାମବାଦ ୟୁନାଇଟେଡର ଭାଗିଦାରୀ ଥିବା ଦ୍ରୁତ ବୋଲର ହମଜା ସଜ୍ଜାଦଙ୍କ ମୁଣ୍ଡରେ ବଲ୍ ଲାଗିବା ପରେ ବେହୋସ୍ ହୋଇଯାଇଛନ୍ତି । ଯାହା ଫଳରେ ସେଠାରେ ଏକ ପ୍ରକାର ଦୁଃଖର ମାହୋଲ୍ ହୋଇଥିଲା। ଏହି ଘଟଣା ଅଭ୍ୟାସ ସମୟରେ ଘଟିଥିଲା, ମ୍ୟାଚ୍ ସମୟରେ ନୁହେଁ।
ଅଭ୍ୟାସ ସମୟରେ ତାଙ୍କ ଟିମ୍ର ବ୍ୟାଟର ମାର୍କ ଚ୍ୟାପମ୍ୟାନ୍ ଏକ ସଟ୍ ଖେଳିଥିଲେ ଏବଂ ବଲ୍ ହମଜାଙ୍କ ମୁଣ୍ଡରେ ବାଜିଥିଲା। ବଲ୍ ବାଜିବା ଫଳରେ ହମଜା ତଳେ ପଡ଼ିଯାଇଥିଲେ । ଯାହାଦ୍ବାରା ସେଠାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବଲ୍ ବାଜିବା ପରେ ଖେଳାଳିଙ୍କୁ ନିକଟରେ ଥିବା ହସ୍ପିଟାଲକୁ ନିଆଯାଇଥିଲା। ସୂଚନା ଅନୁସାରେ, ହମଜା ସଜ୍ଜାଦ ଏବେ ବିପଦମୁକ୍ତ ଏବଂ ଚେତା ଫେରିପାଇଛନ୍ତି। ତଥାପି, କୌଣସି ଆଭ୍ୟନ୍ତରୀଣ ଆଘାତକୁ ଏଡାଇବା ପାଇଁ ଏକ ସିଟି ସ୍କାନ କରାଯିବ। ବର୍ତ୍ତମାନ, ହମଜାଙ୍କ ଅବସ୍ଥା ସମ୍ପର୍କରେ ଫ୍ରାଞ୍ଚାଇଜ୍ କିମ୍ବା ପାକିସ୍ତାନ କ୍ରିକେଟ୍ ବୋର୍ଡ ପକ୍ଷରୁ କୌଣସି ସରକାରୀ ସୂଚନା ଦିଆଯାଇ ନାହିଁ।
ସୋସିଆଲ ମିଡ଼ିଆରେ କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭ୍ୟାସ ସମୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଫଟୋ ଖେଳାଳୀଙ୍କ ବେହୋଶ ହେବା ପରେ ଅଟେ ।

