Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳ ବିଭୀଷିକାରେ ଓଡ଼ିଆ ଦମ୍ପତି ନିଖୋଜ

ନେପାଳ ବିଭୀଷିକାରେ ଓଡ଼ିଆ ଦମ୍ପତି ନିଖୋଜ

ଖୋର୍ଦ୍ଧା: ନେପାଳରେ ଘଟିଥିବା ବିଭୀଷିକାରେ ଖୋର୍ଦ୍ଧାର ଦମ୍ପତି ନିଖୋଜ । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେମାଦେଇ ନିବାସୀ ପ୍ରତାପ ମହାପାତ୍ରଙ୍କ ପୁଅ ସନ୍ଦୀପ ସାହୁ ଏବଂ ତାଙ୍କ ପତ୍ନୀ ଶିଧ୍ୟାର୍ଥୀ ସାହୁ । ସନ୍ଦୀପ ୨୦୧୮ ମସିହାରେ ଅଷ୍ଟ୍ରେଲିଆରେ ଚାକିରୀ କରୁଥିଲେ। ୩ ଦିନ ତଳେ ସେ ଏବଂ ତାଙ୍କ ପତ୍ନୀ ନେପାଳ ବୁଲିବାକୁ ଯାଇଥିଲେ ।

ନେପାଳର ବନ୍ୟା ଏବଂ ଭୂସ୍ଖଳନରେ ସନ୍ଦୀପ ଯାଉଥିବା ଏକ ବସଟି ଭାସି ଯାଇଥିବାର ଅନୁମାନ କରାଯାଉଛି ।

ଗୁରୁବାର ସକାଳୁ ବିଭିନ୍ନ ଗଣମାଧ୍ୟମରୁ ତାଙ୍କ ପରିବାର ଲୋକ ଖବର ପାଇବାପରେ ଭାଙ୍ଗି ପଡିଛନ୍ତି । ସନ୍ଦିପ ୨୫ ତାରିଖ ଦିନ ତାଙ୍କ ସାନ ଭାଇଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା ହୋଇଥିଲେ । ନେପାଳରେ ବୁଲାବୁଲି କରୁଛନ୍ତି ବୋଲି ସୂଚନା ମଧ୍ୟ ଦେଇଥିଲେ । ସନ୍ଦୀପଙ୍କ ଏଭଳି ଖବର ପାଇବା ପରେ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ଶୁଭେଚ୍ଛୁ ସମସ୍ତେ ତାଙ୍କ ଜେମାଦେଇ ସ୍ଥିତ ବାସଭବନକୁ ଯାଇ ସନ୍ଦୀପଙ୍କ ସାନ ଭାଇଙ୍କ ସହ ତାଙ୍କ ପୈତୃକ ବାସଭବନରେ କଥା ହୋଇଥିଲେ । ଆମର ଭାଇକୁ କେନ୍ଦ୍ର ସରକାର ସୁରକ୍ଷିତ ଭାବରେ ଉଦ୍ଧାର କରି ଫେରାଇ ଆଣିବାକୁ ଆମେ ନିବେଦନ କରୁଛୁ ବୋଲି କୋହଭରା କଣ୍ଠରେ ସନ୍ଦୀପଙ୍କ ସାନଭାଇ କହିଛନ୍ତି ।

ଏହାସହ ପଢ଼ନ୍ତୁ: Nepal Flood Crisis: ନେପାଳ ବନ୍ୟାରେ ୩୦୦ ରୁ ଅଧିକ ଭାରତୀୟ ନିଖୋଜ, ହେଲ୍ପଲାଇନ୍ ନମ୍ବର ଜାରି କଲା ଦୂତାବାସ

ସନ୍ଦୀପ ମହାପାତ୍ରଙ୍କ ଏକ ମାତ୍ର ପୁଅର କିଛି ମାସ ତଳେ ବ୍ରତ ଘର ଏହି ଖୋରଧାରେ ସମାପନ ହୋଇଥିଲା । ପୁଅ ବର୍ତ୍ତମାନ ବ୍ରହ୍ମପୁର ଅଜା ଘରେ ରହୁଛି । ସନ୍ଦୀପ ଏବଂ ତାଙ୍କ ପତ୍ନୀଙ୍କ ସମ୍ପର୍କରେ ଖବର ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଉଦ୍ୟମ ଚାଲିଛି । ଘଟଣା ସମ୍ପର୍କରେ ସନ୍ଦୀପଙ୍କ ସାନ ଭାଇ କହିଛନ୍ତି ସେମାନେ ୨୨ ତାରିଖରେ ନେପାଳରେ ପହଂଚିଥିଲେ ମୁଁ ୨୫ ତାରିଖ ସନ୍ଧ୍ୟାରେ କଥା ହୋଇଥିଲି ସେମାନେ ତିବତ ସୀମାରେ ଥିଲେ । ବସ ଯୋଗେ ସେମାନେ ଯାଉଥିଲେ ଏବଂ ତାପରେ ଏଭଳି ହୋଇଛି ବୋଲି ମୁଁ ଟିଭିରୁ ଦେଖିଲା ପରେ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ କିନ୍ତୁ ହୋଇପାରୁନି ଖୋଜାଖୋଜି ଚାଲିଥିବା ସେ କହିଛନ୍ତି ।

ଏହାସହ ପଢ଼ନ୍ତୁ: ଚୀନ୍ ଚାହିଁଥିଲେ ବଞ୍ଚି ଯାଇଥାନ୍ତା ଶହ ଶହ ଜୀବନ, ନେପାଳ ଦୁର୍ଦ୍ଦଶା ପାଇଁ ଡ୍ରାଗନ୍ ହିଁ ଦାୟୀ, ଲୁଚାଇ ରଖିଥିଲା ଭୟଙ୍କର ସୂଚନା...

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia