Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Odisha Flood Updates: 'ମହାନଦୀରେ ଟଳିଲା ବନ୍ୟା ଆଶଙ୍କା'; କାହିଁକି ହେଲା ବନ୍ୟା କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

Odisha Flood Updates: 'ମହାନଦୀରେ ଟଳିଲା ବନ୍ୟା ଆଶଙ୍କା'; କାହିଁକି ହେଲା ବନ୍ୟା କହିଲେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର,୦୨/୦୮; ଆଉ ବନ୍ୟା ଆଶଙ୍କା ନାହିଁ। ମହାନଦୀ ସହ ଅନ୍ୟ ନଦୀ ମାନଙ୍କରେ ବନ୍ୟା ଆଶଙ୍କା ଟଳିଛି । ସ୍ଥିତି ସମୀକ୍ଷା କରି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଏହା ସହିତ କେଉଁ କାରଣ ପାଇଁ ପରିସ୍ଥିତି ହୋଇଥିଲା ସ୍ପଷ୍ଟ କରିଛନ୍ତି ଇଆଇସି । ବନ୍ୟା ସ୍ଥିତିକୁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି,'' ଜୁନରେ ୪୭ ପ୍ରତିଶତ କମ୍ ବର୍ଷା ହୋଥିଲା।

ଜୁଲାଇରେ କିନ୍ତୁ ସ୍ବାଭାବିକଠାରୁ ୩୮ ପ୍ରତିଶତ ଅଧିକ ବର୍ଷା ହୋଇଛି। କିଛି ସ୍ଥାନରେ କମ୍ ସମୟ ମଧ୍ୟରେ ୨ଶହ ମିମି ବର୍ଷା ହୋଇଥିଲା। ଯେଉଁଥି ପାଇଁ ବନ୍ୟା ହେଲା ବୋଲି ସର୍ବାେଚ୍ଚ ଯନ୍ତ୍ରୀ କହିଛନ୍ତି । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ରହିଛି । ବୈତରିଣୀରେ କିନ୍ତୁ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ନାହିଁ ।''

ବନ୍ୟା ସ୍ଥିତିକୁ ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ''ବର୍ତ୍ତମାନ ଆମର ଅଧିକ ଫୋକସ ମହାନଦୀ ଏବଂ ହୀରାକୁଦ ଉପରେ ରହିଛି । ତଳମୁଣ୍ଡରୁ ବନ୍ୟାଜଳ ନିସ୍କାସନ ହେବା ପରେ ଯେଉଁ ବନ୍ୟାଜଳ ଆମେ ପାଇଥିଲେ, ତେଲ୍ ଏବଂ ହୀରାକୁଦ ଏବଂ ମୁଣ୍ଡଳୀ ଭିତରେ ଯେଉଁ ବର୍ଷା ହୋଇଥିଲା ତାହା କମିବା ପରେ ଆମେ ହୀରାକୁଦରୁ ପାଣି ଛାଡିବା ଆରମ୍ଭ କରିଥିଲୁ । ୨୨ଟି ଗେଟ୍ ଖୋଲା ଯାଇଥିଲା । ଆଜି ୧୨ଟା ସୁଦ୍ଧା ହୀରାକୁଦ ୱାଟର ଲେବୁଲ୍ କମିଛି । ବର୍ତ୍ତମାନ ତାହା ୬୨୩.୬୯ ଫୁଟରେ ଅଛି । ଏହା ଧୀରେ ଧୀରେ କମୁଛି । ଆକଳନ ସୁଦ୍ଧା ୪ତାରିଖ ଭିତରେ ଏହାକୁ ଆମେ ୬୧୫ ଫୁଟ୍ କମାଇବୁ । ଏହେ ହୀରାକୁଦ ଜଣଭଣ୍ଡାରକୁ ୨ ଲକ୍ଷ ୧୨ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ୩ ଲକ୍ଷ ୮୩ ହଜାର କ୍ୟୁସେକ୍ ଜଳ ଡ୍ୟାମରୁ ନିସ୍କାସିତ ହେଉଛି । ଯେତିକି ଜଳ ଆମେ ପାଉଛେ ଜଳଭଣ୍ଡାର ଭିତରକୁ ତାର ଦେଢଗୁଣା ଜଳ ଆମେ ନିସ୍କାସିତ କରୁଛୁ । ତେଣୁ ହୀରାକୁଦ ଜଳ ଧୀରେ ଧୀରେ କମୁଛି । ''

ଏହା ବି ପଢନ୍ତୁ...Big Statement of Suresh Pujari: ବନ୍ୟାରେ ୨୩ ଜିଲ୍ଲା ପ୍ରଭାବିତ, ପାଣି ଛାଡ଼ିବାର ୭୨ ଘଣ୍ଟାରେ କ୍ଷୟକ୍ଷତି ଆକଳନ

ମହାନଦୀ ବନ୍ୟା ଆଶଙ୍କା ଟଳିଛି । ଜଳସ୍ତର ଦ୍ରୁତ ଗତିରେ ଖସୁଛି । ଗତକାଲି ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ୫.୫୯ ଲକ୍ଷ ଘନଫୁଟ (କ୍ୟୁସେକ) ପାଣି ଚାଲିଥିଲା । ଖଇରମାଳରେ ୫.୩୪ ଲକ୍ଷ ଘନଫୁଟ ଓ ବରମୂଳରେ ୪.୭୨ ଲକ୍ଷ ଘନଫୁଟ ପାଣି ପ୍ରବାହିତ ହେଉଥିଲା । ହୀରାକୁଦ ଆଉ ଅଧିକ ଗେଟ୍‌ ଖୋଲିନି । ସେଇ ୨୨ଟି ଗେଟ ଦେଇ ପାଣି ଛଡ଼ାଯାଉଛି । ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରବେଶ କରୁଥିବା ପାଣି ପ୍ରବାହ ବି କମିଛି । ଗତକାଲି ସକାଳ ୬ଟାରେ ୪ ଲକ୍ଷ ୧୫ ଘନଫୁଟ ପାଣି ପ୍ରବେଶ କରୁଥିଲା । କ୍ରମଶଃ ଏହା କମିବାରେ ଲାଗିଛି । ସନ୍ଧ୍ୟା ୬ଟାରେ ପ୍ରବେଶ କରୁଥିଲା ୨ ଲକ୍ଷ ୮୪ ହଜାର ଘନଫୁଟ ପାଣି । ୨୨ଟି ଗେଟ ଦେଇ ହୀରାକୁଦରୁ ୩ ଲକ୍ଷ ୮୬ ହଜାର ୪୨୧ ଘନଫୁଟ ପାଣି ଛଡ଼ାଯାଉଛି । ଗତକାଲି ହୀରାକୁଦ ଜଳସ୍ତର ୬୨୫.୨୧ ଫୁଟ ଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia