Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓୟୁଏଟି ପିଜି ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୧୦ ହଜାର ଟଙ୍କା ଓ ପିଏଚଡି ଗବେଷକଙ୍କୁ ମିଳିବ ୧୫ ହଜାର ଟଙ୍କା

ଓୟୁଏଟି ପିଜି ଛାତ୍ରଛାତ୍ରୀଙ୍କୁ ମାସକୁ ମିଳିବ ୧୦ ହଜାର ଟଙ୍କା ଓ ପିଏଚଡି ଗବେଷକଙ୍କୁ ମିଳିବ ୧୫ ହଜାର ଟଙ୍କା

ଭୁବନେଶ୍ୱର, ୩।୮ : ରାଜ୍ୟରେ କୃଷି ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା ପାଇଁ କୃଷି ବିଭାଗ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି। ପିଜି ଛାତ୍ରଛାତ୍ରୀଙ୍କୁ ୨ ବର୍ଷର କୃଷି ଓ ଆନୁଷଙ୍ଗିକ କୋର୍ସ ପାଇଁ ମାସକୁ ୧୦,୦୦୦ ଟଙ୍କା ମିଳିବ ।

ସେହିପରି ପିଏଚ୍.ଡି ଗବେଷକଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ମାସକୁ ୧୫ ହଜାର ଟଙ୍କା ମିଳିବ। ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ପଢ଼ୁଥିବା ନିୟମିତ ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ।

ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରଚେଷ୍ଟା ଯୋଗୁଁ ସରକାର ଏହି ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାଦ୍ୱାରା ଗବେଷକମାନଙ୍କୁ ବଡ଼ ସହାୟତା ମିଳିବ।

ଆମ ଯୁବ ଗବେଷକଙ୍କ ପାଇଁ ଖର୍ଚ୍ଚ କରିବା ମାନେ ଓଡ଼ିଶାର ଚାଷୀମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା। ଏହି ଟଙ୍କା ଦ୍ୱାରା ଆମର ଛାତ୍ରଛାତ୍ରୀମାନେ ବିନା ଆର୍ଥିକ ଚିନ୍ତାରେ ନୂଆ ଉଦ୍ଭାବନ ଓ ଗବେଷଣା ଉପରେ ଧ୍ୟାନ ଦେଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢନ୍ତୁ : ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ରସାଳପୁର ଶାଖାରୁ ଡକାୟତି ଘଟଣା : ୩ ଗିରଫ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia