ଭୁବନେଶ୍ଵର, ୦୪/୦୪ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତି ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ। ଅକ୍ଟୋବର ଓ ନଭେମ୍ବରରେ ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ। ବିଧାୟକମାନଙ୍କ ସହ ବି ଏନେଇ ନବୀନ ଆଲୋଚନା କରିଛନ୍ତି। ଏନେଇ ବିଜେଡି ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ-ବିଜେଡି-କଂଗ୍ରେସ ମେଣ୍ଟ : ଉପରେ ହଁ, ଭିତରେ କେଁ... ନେତାଙ୍କୁ ଘାରିଲାଣି ଡର, ଖସିଯିବ କି ଆସନ ?
ବିଜେଡି ବିଧାୟକ କହିଛନ୍ତି ଯେ, ଦଳ ଛାଡ଼ିଥିବା ନେତା ଆଗକୁ ପୁଣି ଫେରିବେ। ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୂରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି। ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି। ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି। ପଞ୍ଚାୟତ ସ୍ତରରେ ଯେଉଁମାନେ ଦୁର୍ନୀତି କରିଛନ୍ତି। ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି। ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହିତ ଅଛନ୍ତି।
ଏହି ଖବରଟିକୁ ପଢନ୍ତୁ- ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ଓଡ଼ିଶାକୁ ଝଟ୍କା, ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି

