ଚେନ୍ନାଇ : CSKର ଦମଦାର ପ୍ରଦର୍ଶନ । ପଞ୍ଜାବ କିଙ୍ଗ୍ସକୁ ଦେଲା ୨୧୦ ରନର ବିଜୟ ଲକ୍ଷ୍ୟ । ଦଳ ପକ୍ଷରୁ ଯୁବ କ୍ରିକେଟର ଆୟୁଷ ମାହତ୍ରେ ଖେଳିଲେ ଅର୍ଦ୍ଧଶତକୀୟ ପାଳି । ୫ ଓ୍ବିକେଟ୍ ବିନିମୟରେ ୨୦୯ ରନର ବିଜୟ ଲକ୍ଷ୍ୟ ଦେଇଛି । ତେବେ ସିଏସକେ ପକ୍ଷରୁ ବିନୟକୁମାର ବିଶାକ ୨ଟି ମୂଲ୍ୟବାନ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ କିଙ୍ଗ୍ସ ।
ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ମାତ୍ର ୭ ରନ କରିଥିବାବେଳେ ଅଧିନାୟକ ୬ତୁରାଜ ଗାଏକ୍ବାଡ ଏବଂ ଆୟୁଷ ମାହତ୍ରେଙ୍କ ଯୋଡ଼ି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ । ଗାଏକ୍ବାଡ ୨୮ ରନର କରିଥିଲେ ସୁଦ୍ଧା ଆୟୁଷ ମାହତ୍ରେଙ୍କ ସାଥ ଦେଇଥିଲେ ।

ସର୍ଫରାଜ ଖାନ ୧୨ ବଲରୁ ୩୨ ରନର ପାଳି ଖେଳିଛନ୍ତି । ଅନ୍ୟ ଖେଳାଳିଙ୍କ ମଧ୍ୟରେ ଶିଭମ ଦୁବେ ୪୫ ରନ୍ କରିଛନ୍ତି । ସେପଟେ ପଞ୍ଜାବ ପକ୍ଷରୁ ଜାଭିୟର୍ ବାର୍ଟଲେଟ୍, ମାର୍କୋ ୟାନସନ ଏବଂ ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଛନ୍ତି । ସିଏସେକେ ପକ୍ଷରୁ ଶିଭମ ଦୁବେ ଶେଷ ଓଭର ଗୁଡ଼ିକରେ ପଞ୍ଜାବ ବୋଲରଙ୍କୁ ଧୂଲେଇ କରିଥିଲେ ।

