ନୂଆଦିଲ୍ଲୀ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଖବରର ଶିରୋନାମା ପାଲଟିଥିଲେ । ଏବେ ସେ ୬ ଛୁଆର ମାଆ ଅଟନ୍ତି । ସେ ତାଭ୍କର ଷଷ୍ଠ ଛୁଆର ନାମକରଣ କରିଛନ୍ତି । ଛୁଆର ନାଁ ରଖିଛନ୍ତି ଭାରତ । ଗ୍ରେଟର ନୋଏଡାରେ ରହୁଥିବା ସୀମା ହାଇଦର ସଚିନଙ୍କ ପ୍ରେମରେ ପଡ଼ି ଭାରତକୁ ଚାଲି ଆସିଥିଲେ । ଆଉ ସେ ଏବେ ଷଷ୍ଠ ଛୁଆର ମାଆ ବନିଛନ୍ତି ।
ନିଜ ଛୁଆର ନାଁ ଭାରତ ରଖିଥିବାବେଳେ ଗଣମାଧ୍ୟମକୁ କହିଛନ୍ତି କି, ହିନ୍ଦୁ ଧର୍ମ ଶ୍ରେଷ୍ଠ । ମୁଁ ଧର୍ମ ବଦଳାଇବା ପରେ ବେଶ ଖୁସିରେ ରହିଛି ।
ସେପଟେ ପୁଅର ନାମକରଣ କାହିଁକି ଭାରତ ରଖିଲ ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି କି, ପଣ୍ଡିତ ଛୁଆର ନାମ 'ଭ'ରୁ ରଖିବା ପାଇଁ କହିଥିଲେ । ଯାହା ପରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ପରେ ଭାରତ ରଖିଛୁ । ଭାରତ ଠାରୁ ସୁନ୍ଦର ନାମ ଆଉ ବା କଣ ହୋଇପାରେ । ଦେଶ ନାମ ପୁଅର ରହିଥିବାବେଳେ ମୁଁ ଏହାକୁ ନେଇ ବହୁତ ଗର୍ବ କରେ । ଏହାସହ ଭାରତର କ୍ରିକେଟ ମ୍ୟାଚ ଦେଖିବା ପାଇଁ ମୋତେ ଭଲ ଲାଗେ । ସବୁବେଳେ ଭାରତ ବିଜୟ ହେଉ ବୋଲି ମଧ୍ୟ ମୁଁ ଠାକୁରଙ୍କୁ ପ୍ରାର୍ଥନା କରେ ।
ଏହାସହ ସୀମା କହିଛନ୍ତି କି, ମୁଁ ଭାରତରେ ରହିବା ପାଇଁ ଚାହେଁ । ମୁଁ ପାକିସ୍ତାନ ଯିବାକୁ ଚାହେଁନି । ମୋତେ ଏଠାକାର ଲୋକେ ବହୁତ ଭଲ ଲାଗନ୍ତି । ଏଠି ଯେଉଁ ଭଲ ପାଇବା ମିଳିଛି ପାକିସ୍ତାନରେ ମିଳିନାହିଁ । ଏହାସହ ସେ କହିଛନ୍ତି କି, ମୁଁ ମୋର ଛୁଆଙ୍କ ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ । ସେମାନଙ୍କୁ କିଭଳି ଶିକ୍ଷିତ କରିବି ଏହା ମୋର ପ୍ରଥମ ଲକ୍ଷ୍ୟ । ସେପଟେ ଆମେ ଯଦି ସୀମାଙ୍କ କଥା କହିବା ତାହେଲେ ସେ ଚାରି ଛୁଆଙ୍କ ସହ ଭାରତ ଆସିଥିବାବେଳେ ସଚିନଙ୍କଠାରୁ ୨ ଛୁଆର ମାଆ ବନିଛନ୍ତି । ୨୦୨୫ ମସିହାରେ ପ୍ରଥମେ ଏକ କନ୍ୟା ସନ୍ତାନ ହୋଇଥିବାବେଳେ ଏବେ ଆଉ ଏକ ପୁତ୍ର ସନ୍ତାନର ମାଆ ବନିଛନ୍ତି ।
ଏହାସହ ପଢ଼ନ୍ତୁ : ଏଠି ବଡ଼ ପେଟ ପାଇଁ ହୁଏ ପ୍ରତିଯୋଗିତା, ସହଜରେ ମିଳନ୍ତି ସୁନ୍ଦର କନ୍ୟା

