Dailyhunt
ପାକିସ୍ତାନୀ କ୍ରିକେଟର ଉସମାନଙ୍କ ଅକୁହା କାହାଣୀ

ପାକିସ୍ତାନୀ କ୍ରିକେଟର ଉସମାନଙ୍କ ଅକୁହା କାହାଣୀ

ନୂଆଦିଲ୍ଲୀ : ପାକିସ୍ତାନୀ କ୍ରିକେଟର ଉସମାନ ତାରିକ୍ ଟି-୨୦ ବିଶ୍ବକପ ସମୟରେ ବେଶ ଚର୍ଚ୍ଚାରେ ରହିଥିଲେ । ଯଦିଓ ତାଙ୍କ ଦଳ ସେମିଫାଇନାଲକୁ ଯାଇପାରିନଥିଲା ତଥାପି ଭିନ୍ନ ଶୈଳୀର ବୋଲିଂ ବ୍ୟାଟ୍ସମ୍ୟାନଙ୍କୁ ଅକଳରେ ପକାଇଥିଲା । ତାଙ୍କର ବୋଲିଂ ଷ୍ଟାଇଲ ପାଇଁ ମଧ୍ୟ ସେ ବେଶ ଚର୍ଚ୍ଚାରେ ରହିଥିଲେ । ୨୮ ବର୍ଷୀୟ ଏହି କ୍ରିକେଟର ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଇଣ୍ଟରଭିୟ୍ୟୁରେ ସେ ନିଜର ସଂଘର୍ଷ ସମ୍ପର୍କରେ ପ୍ରକାଶ କରିଛନ୍ତି ।

ତାଙ୍କୁ ପଚରା ଯାଇଥିଲା କି, ଯେତେବେଳେ ତୁମେ ଭଲ ରୋଜଗାର କରିବା ଆରମ୍ଭ କଲ ପ୍ରଥମେ କଣ କଲ ? ଯାହାର ଉତ୍ତରରେ ସେ କହିଥିଲେ କି, ମୁଁ ମାଆଙ୍କ ପାଇଁ ସୁନା ଚୁଡ଼ି କିଣିଥିଲି । ଆମ ପରିବାର ଯେତେବେଳେ କଷ୍ଟରେ ଚଳୁଥିଲା ସେତେବେଳେ ମାଆ ନିଜର ଚୁଡ଼ିକୁ ବିକି ଦେଇଥିଲେ । ଯେତେବେଳେ ଭଲ ରୋଜଗାର କଲି ମାଆଙ୍କ ଖୁସିକୁ ପ୍ରାଥମିକତା ଦେଇଥିଲି । ଆଉ ମାଆଙ୍କ ତ୍ୟାଗକୁ କେବେ ମଧ୍ୟ ଭୁଲି ପାରିବି ନାହିଁ ବୋଲି କହିଛନ୍ତି । ଏହି ଭିଡିଓରେ ୟୁଜର୍ସମାନେ ଭଲ କମେଣ୍ଟ ଦେଉଥିବାବେଳେ ପ୍ରଂଶସା କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଉସମାନ ତାରିକଙ୍କ ବୋଲିଂ ଆକ୍ସନ ଭିନ୍ନ । ତାଙ୍କର ହାତ ତଳୁ ଆସିଥାଏ, ଯାହାକୁ ସାଇଡ୍-ଆର୍ମ ମଧ୍ୟ କୁହାଯାଏ, ଏବଂ ସେ ବଲ୍ ଛାଡିବା ପୂର୍ବରୁ କିଛି ସମୟ ପାଇଁ ବିରାମ ନିଅନ୍ତି। ଏହି ଆକ୍ସନ ବ୍ୟାଟସମ୍ୟାନଙ୍କ ପାଇଁ ପଢିବା କଷ୍ଟକର କରିଥାଏ । ତଥାପି, ତାଙ୍କ ଆକ୍ସନ ପଛରେ ଏକ ଭଲ କାରଣ ଅଛି। ଉସମାନ ତାରିକ ଏକ ସାକ୍ଷାତକାରରେ ବ୍ୟାଖ୍ୟା କରିଥିଲେ, "ମୋର ଦୁଇଟି କହୁଣୀ ଅଛି । ମୋର ହାତ ସ୍ୱାଭାବିକ ଭାବରେ ବଙ୍କା ହୁଏ । ମୋତେ ପରୀକ୍ଷା କରାଯାଇ ସ୍ପଷ୍ଟ କରାଯାଇଛି । ସମସ୍ତେ ଭାବନ୍ତି ଯେ ମୁଁ ମୋ ହାତ ବା କିଛି ବଙ୍କା କରେ । ବାସ୍ତବରେ ମୋ ହାତ ସେମିତି ।

ଏହାସହ ପଢ଼ନ୍ତୁ : ପ୍ରେମିକ ସହ ମିଶି ସ୍ବାମୀଙ୍କୁ ଜାଳିଦେଲେ ମହିଳା, ଏମିତି ଧରିଲା ପୁଲିସ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia