ସାଲେପୁର,୧୯/୫ : ଦିନ ଦ୍ୱିପ୍ରହରରେ ଲକ୍ଷାଧିକ ଟଙ୍କା ଚୋରି । ଘରର ମୁଖ୍ୟ ଗ୍ରୀଲ ଖୋଲି ପରିବାର ଲୋକମାନଙ୍କୁ ବାହାର ପଟୁ କବାଟ ବନ୍ଦ କରି ଉପର ମହଲାରୁ ଚୋରି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଲୁଣାହାର ଗ୍ରାମରେ।
ଲୁଣାହାର ଗ୍ରାମର ଅସିତ୍ କୁମାର ମହାନ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି। ଅସିତ୍ କୁମାର ମହାନ୍ତି ବିଜେପି ମଣ୍ଡଳ ସଭାପତି ଅଛନ୍ତି ।
ଅସିତ୍ କୁମାର ମହାନ୍ତିଙ୍କ ଘରର ଡ୍ରାଇଭର ଦେଖି ଡାକିବାରୁ ୨ଜଣ ଚୋର ଚମ୍ପଟ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘରର ଡ୍ରାଇଭର ପରିବାର ଲୋକଙ୍କୁ କବାଟ ଖୋଲି ବାହାର କରିଥିଲେ । ଜନ ଗହଳିପୁର୍ଣ୍ଣ ସାଲେପୁର ସହରରୁ ଏଭଳି ଚୋରି ପୋଲିସକୁ ଚୋରମାନେ କଡା ଚ୍ୟାଲେଞ୍ଜ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

