ଭୁବନେଶ୍ୱର ୩୦।୮ : ଦରମା ଓ ଭତ୍ତା ସମ୍ପର୍କିତ ପାର୍ଲାମେଣ୍ଟ ଯୁଗ୍ମ କମିଟି ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ପ୍ରଥମେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଥିଲେ। ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ ସାକ୍ଷାତ କରିଥିଲେ। ସେମାନଙ୍କ ସହ ପୃଥକ ପୃଥକ ଭାବେ ଓଡ଼ିଶା ବିଧାନସଭା ସଦସ୍ୟମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ସହ ପୂର୍ବତନ ବିଧାୟକମାନଙ୍କର ପେନ୍ସନ୍ ଓ ଭତ୍ତା ସମ୍ପର୍କରେ ଆଲୋଚନା କରିଥିଲେ ।
ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା, ଭତ୍ତା ଓ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ମଧ୍ୟ ତୁଳନାତ୍ମକ ବିବରଣୀ ଉପସ୍ଥାପନ କରିଥିଲେ। ରାଜ୍ୟର ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ମିଳୁଥିବା ଦରମା ଓ ଭତ୍ତାର ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଯୁଗ୍ମ କମିଟି ଅନୁଭବ କରିଥିଲେ ।
କମିଟିର ଅଧ୍ୟକ୍ଷ ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟ, ସାଂସଦ ବିଜୟ କୁମାର ଦୁବେ, ବୀଣା ଦେବୀ, କେ. ଗୋପୀନାଥ, ବାବୁ ସିଂ କୁଶୱାହା, ରିଚାର୍ଡ ଭାମିଲାହମନଙ୍ଗିଆଙ୍କ ସହ ସଂସଦର ନିର୍ଦ୍ଦେଶକ ଭଟଶାଳା ଜୋଷୀ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି ।
ଆହୁରି ପଢନ୍ତୁ : ବାପା ଦେଲାନି ଟଙ୍କା, ପିଟି ପିଟି ହତ୍ୟା କଲା ପୁଅ

