Dailyhunt
ପର୍ଯ୍ୟଟକଙ୍କୁ ପିଟିଲେ ହୋଟେଲ ମାଲିକ,ଗରମ ଡାଲି ଢାଳିଦେଲେ କର୍ମଚାରୀ; ମହିଳା ବି ପଡ଼ିଲେନି  ବାଦ୍‌

ପର୍ଯ୍ୟଟକଙ୍କୁ ପିଟିଲେ ହୋଟେଲ ମାଲିକ,ଗରମ ଡାଲି ଢାଳିଦେଲେ କର୍ମଚାରୀ; ମହିଳା ବି ପଡ଼ିଲେନି ବାଦ୍‌

ପୁରୀ,୦୨/୦୪: ପୁରୀରେ ଅସୁରକ୍ଷିତ ପର୍ଯ୍ୟଟକ। କୌଣସି କଥାରୁ ବଚସା ହେବା ପରେ ପ୍ରାୟ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଯାତ୍ରୀଙ୍କୁ ପିଟିଛନ୍ତି ହୋଟେଲର ମାଲିକ ଏବଂ କର୍ମଚାରୀ । ଏପରିକି ସେମାନଙ୍କ ଉପରେ ଗରମ, ଭାତ, ଡାଲି, ତରକାରୀ ଅଜାଡ଼ି ଦେଇଥିଲେ । ଚେୟାର ଧରି ମହିଳା ଓ ପୁରୁଷ ଯାତ୍ରୀଙ୍କୁ ପିଟିଥିଲେ । ସିଟି ରୋଡ୍‌ର ବେଡି ହନୁମାନ ମନ୍ଦିର ନିକଟ ଏକ ହୋଟେଲରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ସଦାସର୍ବଦା ଜନଗହଳି ଥିବା ଏହି ରାସ୍ତାରେ ଖବର ପାଇ ବି ପୁଲିସ ପହଞ୍ଚି ନଥିଲା ।

​​​​​​​

ସେପଟେ ଏନେଇ ଯାତ୍ରୀମାନେ ପ୍ରାଣ ବଞ୍ଚାଇ ସମୁଦ୍ରକୂଳ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ହେଲେ ପୁଲିସ କାର୍ଯ୍ୟାନୁଷ୍ଠାନ ନନେଇ ଓଲଟା ଧମକ ଦେଇଥିଲା । ପୁରୀ ବୁଲିବାକୁ ଆସିଥିବାରୁ ଅଜଣା ସ୍ଥାନରେ ସାହାଭରସା ନପାଇ ଯାତ୍ରୀମାନେ ପଶ୍ଚିମବଙ୍ଗ ଫେରିଯାଇଥିଲେ । ଏନେଇ ଫୋନ୍ ଉଠାଇ ନଥିବାରୁ ସମୁଦ୍ରକୂଳ ଥାନା ଆଇଆଇସି ମତାମତ ମିଳିପାରିନି ।

ଅଧିକ ପଢ଼ନ୍ତୁ :- ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ, ୭ ଦିନ ଭିତରେ ଉଠିବ ଧାନ: ସମବାୟ ମନ୍ତ୍ରୀ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia