Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
Pension Fraud: ୩୬ ବର୍ଷୀୟା ମହିଳା ୧୦ ବର୍ଷ ଯାଏଁ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା, ଧରାପଡିବା ପରେ ଏବେ ହେବ ଏଭଳି କାର୍ଯ୍ୟାନୁଷ୍ଠାନ

Pension Fraud: ୩୬ ବର୍ଷୀୟା ମହିଳା ୧୦ ବର୍ଷ ଯାଏଁ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା, ଧରାପଡିବା ପରେ ଏବେ ହେବ ଏଭଳି କାର୍ଯ୍ୟାନୁଷ୍ଠାନ

ଟାୱା,୧।୯: ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରୁ ବାର୍ଦ୍ଧକ୍ୟ ଭତ୍ତା ବା ପେନସନକୁ ନେଇ ଏକ ଚକିତ କରିଦେବା ଘଟଣା ସାମ୍ନାକୁ ଆସିଛି। ବଢ଼ପୁରା ବ୍ଲକର ବିଚାରପୁରା ଗ୍ରାମ ପଞ୍ଚାୟତରେ ଜଣେ ମହିଳାଙ୍କ ବାସ୍ତବ ବୟସ ପ୍ରାୟ ୩୬ ବର୍ଷ ଥିବା ଅଭିଯୋଗ ହୋଇଥିବା ବେଳେ ସରକାରୀ ରେକର୍ଡରେ ତାଙ୍କ ବୟସ ୬୦ ବର୍ଷ ଦର୍ଶାଯାଇଥିଲା। ଏହି ଆଧାରରେ ସେ ପ୍ରାୟ ୧୦ ବର୍ଷ ଧରି ବାର୍ଦ୍ଧକ୍ୟ ଭତ୍ତାର ଲାଭ ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଶିବରାଜ ସିଂହଙ୍କ ପତ୍ନୀ ଉମା ଦେବୀଙ୍କ ପ୍ରକୃତ ବୟସ ଏବେ ପ୍ରାୟ ୩୬ ବର୍ଷ। କିନ୍ତୁ ବାର୍ଦ୍ଧକ୍ୟ ଭତ୍ତା ପେନସନ୍‌ ରେକର୍ଡରେ ତାଙ୍କ ବୟସ ୬୦ ବର୍ଷ ଲେଖାଯାଇଥିଲା।ଏହି ବୟସକୁ ଆଧାର କରି ସେ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ହୋଇଥିଲେ। ଏବେ ଏହି ମାମଲା ସାମ୍ନାକୁ ଆସିବା ପରେ ସରକାରୀ ଯୋଜନାର ଯାଞ୍ଚ ବ୍ୟବସ୍ଥା ଉପରେ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି।

ଏଭଳି ଧରାପଡିଲେ ମହିଳା

ଗ୍ରାମ ପଞ୍ଚାୟତ ବିଚାରପୁରାର ପ୍ରଧାନ ପ୍ରତିନିଧି ମୁକେଶ କୁମାର ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ବିଭାଗର ୧୩ ଅଗଷ୍ଟ ୨୦୨୬ର ଜବାବ ଅନୁସାରେ, ୨୦୨୪-୨୫ ବାର୍ଷିକ ଭେରିଫିକେସନ୍ ସମୟରେ ମହିଳାଙ୍କୁ ପେନସନ୍‌ ପାଇଁ ଅଯୋଗ୍ୟ ବୋଲି ଚିହ୍ନଟ କରାଯାଇଥିଲା। ଏହାପରେ ତାଙ୍କ ପେନସନ ବନ୍ଦ କରାଯାଇଥିଲା।

୧୦ ବର୍ଷ ନେଲେ ଲାଭ

ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଗତ ୧୦ ବର୍ଷ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ସମ୍ପର୍କରେ। ଯଦି ମହିଳା ଜଣକ ପ୍ରକୃତରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ନିର୍ଦ୍ଧାରିତ ବୟସ ସୀମା ମଧ୍ୟରେ ଆସୁ ନଥିଲେ, ତେବେ ଯୋଜନା ପାଇଁ ତାଙ୍କ ନାମ କିପରି ଅନୁମୋଦନ କରାଗଲା? ଏହା ବ୍ୟତୀତ, ବାର୍ଷିକ ଯାଞ୍ଚ ପ୍ରକ୍ରିୟା ସମୟରେ କାହିଁକି ପୂର୍ବରୁ ଚିହ୍ନଟ କରାଯାଇ ନଥିଲା? ଯଦି ମହିଳାଙ୍କ ବୟସ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଆବଶ୍ୟକ ବୟସଠାରୁ କମ୍ ଥିଲା, ତେବେ ତାଙ୍କ ନାମ ଯୋଜନାରେ କେମିତି ସାମିଲ ହେଲା?

ଫେରାଇବେ ପେନସନ୍ ଟଙ୍କା !

ଅନ୍ୟପକ୍ଷରେ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସନ୍ଧ୍ୟା ରାଣୀ ବାଘେଲ କହିଛନ୍ତି ଯେ ମହିଳାଙ୍କ ଅଯୋଗ୍ୟତା ପ୍ରମାଣିତ ହେବା ପରେ ତାଙ୍କର ପେନସନ ବନ୍ଦ କରିଦିଆଯାଇଛି। ତଦନ୍ତ ଚାଲିଛି, ଏବଂ ଯଦି ତଥ୍ୟ ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ ପେନସନ ରାଶି ଆଦାୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହିଳାଙ୍କ ବୟସ ୬୦ ବର୍ଷ ବୋଲି ରେକର୍ଡ କରିବା ପାଇଁ କେଉଁ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇଥିଲା, କେଉଁ ପର୍ଯ୍ୟାୟରେ ରେକର୍ଡରେ ଭୁଲ ସୂଚନା ଅନ୍ତର୍ଭୁକ୍ତ କରାଯାଇଥିଲା ? ପ୍ରାୟ ଏକ ଦଶନ୍ଧି ଧରି ବିଭାଗୀୟ ଯାଞ୍ଚ ସମୟରେ ଏହି ପ୍ରସଙ୍ଗ କାହିଁକି ଜଣାପଡିଲାନି। ତଦନ୍ତ ପରେ ହିଁ ସରକାରୀ ପାଣ୍ଠି ପୁନରୁଦ୍ଧାର କରାଯିବ ଏବଂ ତଦନ୍ତ ସମାପ୍ତ ହେବ। ପେନସନ୍ ଟଙ୍କା ରିକଭରି କରାଯିବ।

ଆହୁରି ପଢନ୍ତୁ : US Healthcare: ଭାରତରେ ମାତ୍ର ଏତିକି ଟଙ୍କାରେ ଚିକିତ୍ସା,କିନ୍ତୁ ଆମେରିକାର ୨୨ ଲକ୍ଷ ଖର୍ଚ୍ଚ : ଯୁବକଙ୍କ ଭାଇରାଲ ଭିଡିଓକୁ ନେଇ ବିତର୍କ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Prameya Odia