ନୂଆଦିଲ୍ଲୀ,୨୭।୮: ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଏବେ କମ୍ପାନୀ ପିଲାମାନଙ୍କୁ ଏହି ପ୍ଲାଟଫର୍ମଗୁଡ଼ିକ ପ୍ରତି ଆକର୍ଷିତ କରିବା ପାଇଁ ଏକ ଭାରୀ ମୂଲ୍ୟ ଦେଇଛି। କମ୍ପାନୀକୁ ୪୮ ଟି ଆମେରିକା ରାଜ୍ୟ ସହିତ ୧୭.୧ ବିଲିୟନ ଡଲାର ମୂଲ୍ୟର ଏକ ଐତିହାସିକ ଚୁକ୍ତି କରିବାକୁ ପଡିଛି।
ଫଳରେ ସୋସିଆଲ ମିଡିଆର ଦୁନିଆରେ ଏବେ ପିଲା ଓ କିଶୋରମାନଙ୍କ ପାଇଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ବ୍ୟବହାର ଆଉ ପୂର୍ବଭଳି ରହିବ ନାହିଁ। ମେଟାର ନୂଆ ଯୋଜନା ଅନୁସାରେ ୧୮ ବର୍ଷରୁ କମ୍ ବୟସର ୟୁଜର୍ସମାନଙ୍କ ପାଇଁ ଦିନକୁ ୨ ଘଣ୍ଟାର ଡିଫଲ୍ଟ ଲିମିଟ୍ ରହିବ। ଯଦି ଏହି ସୀମାକୁ ହଟାଇବାକୁ ହେବ, ତେବେ ଅଭିଭାବକଙ୍କ ଅନୁମତି ଆବଶ୍ୟକ ହେବ। ଅର୍ଥାତ୍ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ବିତାଇଥିବା ସମସ୍ତ ସମୟ ଏହି ୨ ଘଣ୍ଟାର ସୀମା ମଧ୍ୟରେ ଗଣନା କରାଯିବ।
ରାତି ୧୨ରୁ ସକାଳ ୬ ପର୍ଯ୍ୟନ୍ତ ଆପ୍ ବନ୍ଦ!
ପିଲାମାନେ ଯେପରି ରାତି ସାରା ସୋସିଆଲ ମିଡିଆରେ ସମୟ ନଷ୍ଟ ନକରନ୍ତି, ସେଥିପାଇଁ ମେଟା ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ନୂଆ ପ୍ଲାନ ଅନୁସାରେ ରାତି ୧୨ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ବ୍ୟବହାର ଉପରେ ରୋକ ଲଗାଯିବ।
ସ୍କୁଲ ସମୟରେ ମ୍ୟୁଟ୍ ରହିବ ନୋଟିଫିକେସନ୍
କେବଳ ରାତିରେ ନୁହେଁ, ସ୍କୁଲ ସମୟରେ ମଧ୍ୟ ସୋସିଆଲ ମିଡିଆରେ ନୋଟିଫିକେସନ୍ ମ୍ୟୁଟ ରହିବ। ପ୍ରସ୍ତୁତି ଚାଲିଛି। ସକାଳ ୮ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ନୋଟିଫିକେସନ୍ ଡିଫଲ୍ଟ ଭାବେ ମ୍ୟୁଟ୍ ରହିବ। ତେବେ ଡାଇରେକ୍ଟ ମେସେଜ୍ ଏବଂ ସୁରକ୍ଷା ସମ୍ବନ୍ଧୀୟ ଜରୁରୀ ଆଲର୍ଟ ମିଳିବ। ଲଗାତାର ଦୀର୍ଘ ସମୟ ଆପ୍ ବ୍ୟବହାର କଲେ ପିଲାମାନଙ୍କୁ ବ୍ରେକ୍ ନେବା ପାଇଁ ରିମାଇଣ୍ଡର ମଧ୍ୟ ଦିଆଯିବ।
ଆହୁରି କଡ଼ା ହେବ 'ଏଜ୍ ଭେରିଫିକେସନ୍'
ନାବାଳକ ୟୁଜର୍ସଙ୍କ ସୁରକ୍ଷା ପାଇଁ ମେଟା ଏଜ୍ ଭେରିଫିକେସନ୍ ବା ବୟସ୍ ଯାଞ୍ଚ ପକ୍ରିୟାକୁ ଆହୁରି କଡ଼ା କରିବ। ଏହା ସହିତ Parental Controlକୁ ଆହୁରି ସହଜ ଏବଂ ଶକ୍ତିଶାଳୀ କରାଯିବ। ପିଲାମାନଙ୍କୁ କ୍ଷତିକାରକ କଣ୍ଟେଣ୍ଟରୁ ରକ୍ଷା କରିବା ପାଇଁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ। ନାବାଳକମାନଙ୍କ ପୋଷ୍ଟରେ ଲାଇକ୍ ଓ ରିଆକ୍ସନ ସଂଖ୍ୟା ଲୁଚାଇବା ସହ କିଛି ବ୍ୟୁଟି ଫିଲ୍ଟର ଉପରେ ମଧ୍ୟ କଟକଣା ଲଗାଯାଇପାରେ।
ଆହୁରି ପଢନ୍ତୁ : Medog Dam: ନେପାଳ ଅପେକ୍ଷା ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ ଭାରତ ! ଚୀନର 'ମେଡୋଗ୍ ଡ୍ୟାମ' ସାଜିପାରେ 'ୱାଟର ବମ୍'

